କେନ୍ଦ୍ରାପଡ଼ା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ!

କେନ୍ଦ୍ରାପଡ଼ା,(ଆଇଏନ୍ଏସ୍): ରାଜ୍ୟରେ ବେକାରୀ ସମସ୍ୟା ଉକ୍ରଟ ହେଉଥିବାରୁ ତାହାର ପ୍ରତିବାଦ କରି ବିଜେପି ଆନେ୍ଦାଳନକୁ ଓହ୍ଲାଇଛି । ରାଜ୍ୟର ସବୁ ଜିଲ୍ଲାରେ ଥିବା ନିୟୋଜନ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ତାଲା ପକାଯାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟର ବେକାର ଯୁବକ/ଯବତୀଙ୍କ ପାଇଁ ସରକାର ତୁରନ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ନକଲେ, ଆନେ୍ଦାଳନ ବ୍ୟାପକ ହେବ ବୋଲି ଯୁବ ମୋର୍ଚ୍ଚା ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡ଼ା ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ନିୟୋଜନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିବା ବେଳେ ବିଭିନ୍ନ ଦାବି ଓ ଦୁର୍ନୀତି ବିରୁଦ୍ଧରେ ମଧ୍ୟ ସ୍ଲୋଗାନ ଦିଆଯାଇଛି ।

Leave a Reply

Your email address will not be published.