ଆଲୋକର ପର୍ବ ନହେଉ ଦାନବର ପର୍ବ!

ଆଜି ହେଉଛି, ଆଲୋକର ଉସ୍ôବ । ଅନ୍ଧକାର ଅପସାରିତ ହୋଇ ଏ ଜଗତକୁ ଆଲୋକୋଜ୍ଜ୍ୱଳ କରି ତୋଳିବାର ଏ ଉସ୍ôବ ହେଉଛି ଏକ ପ୍ରତୀକ ମାତ୍ର । ଲଙ୍କା ବିଜୟ ପରେ ରାମ ଚନ୍ଦ୍ର ଅଯୋଧ୍ୟାକୁ ଫେରିବା ଉପଲକ୍ଷେ ଏଇ ଦୀପୋସ୍ôବର ଆୟୋଜନ କରାଯାଏ । ଇଏ ହେଉଛି ପୌରାଣିକ ଆଖ୍ୟାନ । କିନ୍ତୁ ସେଇ ପୌରାଣିକ ପ୍ରଥା ଜଣା ଥାଉ ବା ନଥାଉ ଦୀପାବଳୀକୁ ଅନ୍ଧାର ଉପରେ ଆଲୋକର ବିଜୟ ବା ଅଶୁଭ ଉପରେ ଶୁଭ ଶକ୍ତିର ବିଜୟ ଉସ୍ôବ ହିସାବରେ ଆମେ ପାଳନ କରୁ । ଏଣୁ ଗୋଟାଏ କଥା ଆମକୁ ମନେ ରଖିବାବକୁ ହେବ, ଏହି ଉସ୍ôବ ଯେପରି ଅନ୍ୟ କାହାର ବିଷାଦର କାରଣ ନହୁଏ ।
ପ୍ରତିବର୍ଷ ଆମେ ଦେଖୁ ଆଲୋକର ଉସ୍ôବ କେବଳ ଆଲୋକ ସଜାରେ ସୀମା ବଦ୍ଧ ରହେ ନାହିଁ । ଦୀପାବଳୀ ଦିନ ରାତିରେ ଶଦ୍ଦ ଦାନବର ଆକ୍ରମଣ ଆମକୁ ଏବଂ ଆମର ଦେହକୁ ବିପନ୍ନ କରିତୋଳେ । ପୋଲିସ ପ୍ରଶାସନ ପକ୍ଷରୁ ଯେତେ ସତର୍କତାର କଥା କୁହାଗଲେ ମଧ୍ୟ ଆମେ କେହି ଏହାକୁ ମାନିବାକୁ ରାଜି ନୋହୁଁ । ବରଂ ଆମ ଭିତରେ ପ୍ରତିଯୋଗିତା ଚାଲେ କିପରି କିଏ ବେଶି ଆତସବାଜିର ଖେଳ ଖେଳି ବାୟୁ ପ୍ରଦୂଷଣର ମାତ୍ରାକୁ ବଢାଇବା । ଯାହାଫଳରେ ଶଦ୍ଦ ପ୍ରଦୂଷଣର ସୀମା ଲଂଘିତ ହୁଏ । ପୋଲିସର ବାରମ୍ବାର ଅନୁରୋଧ ଓ ନଜରଦାରି ସତ୍ୱେ ଆମେ କେହି ଗ୍ରହଣ କରିବାକୁ ରାଜି ନୋହୁଁ । ଦୀପଦାନ ଅପେକ୍ଷା ଆମେ ଅଧିକ ଜୋର ଦେଉ ଆତସବାଜି ଉପରେ ।
ଯେଉଁ କାଳୀ ପୂଜାକୁ ନେଇ ଏଇ ଦୀପୋସ୍ôବ, ସେଇ କାଳୀପୂଜାକଥା ଚିନ୍ତା କଲେ ଆମେ ଶଦ୍ଦ ଦାନବକୁ ଉଜ୍ଜୀବିତ କରିବା କଥା ନୁହେଁ । ମା କାଳିଙ୍କର ପୂଜା ଆମେ କରିଥାଉ ଦାନବର ବିନାଶ ପାଇଁ । ଅଥଚ ଏଇ ଦିନ ରାତି ତମାମ ଆମେ ଦାନବକୁ ଜୀବିତ କରି ରଖିବାକୁ ତପ୍ତର ହୋଇ ଉଠୁ । ନିଜର କ୍ଷତିକରୁ ନିଜ ଅଜାଣତରେ ।
ବୃଦ୍ଧ, ଶିଶୁ, ହୃଦରୋଗୀ, ଶ୍ୱାସରୋଗୀଙ୍କ କଥାଟିକେ ଚିନ୍ତା କରନ୍ତୁତ! ଦୀପାବଳୀର ରାତିରେ ସେମାନଙ୍କର ଯେପରି କୌଣସି ଅସୁବିଧା ନହୁଏ, ଚିନ୍ତା କରିବା ଦରକାର । ଗୋଟାଏ ଦଳ ବାଣ ଫୁଟାଇ ପରିବେଶକୁ ପ୍ରଦୂେିତ କରିବେ, ଆଉ ଗୋଟାଏ ଦଳ ତାର ପରିଣାମ ଭୋଗ କରିବେ!
ଏଣୁ ଆସନ୍ତୁ ସମସ୍ତଙ୍କ କଥା ଭାବିବା । ବାଣ ବିହୀନ ଦୀପଦାନ କରିବା । ଅଶୁଭ ଶକ୍ତିକୁ ଦୂରକରି ଶୁଭ ଶକ୍ତିର ଆବାହନ କରିବା ।
 “ଇଣ୍ଡିଆନ ନୁ୍ୟଜ୍ ସାଇଟ୍” ତାର ପାଠକ/ପାଠିକା ସହିତ ଶୁଭେଛୁମାନଙ୍କୁ ଦୀପାବଳୀର ଶୁଭ ଅଭିନନ୍ଦନ ଜଣାଉଛି ।

Leave a Reply

Your email address will not be published.