ବରୀ ବ୍ଲକରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ରାଶି ପ୍ରଦାନ

 ବରୀ / ଯାଜପୁର, (ଆଇଏନ୍ଏସ୍): ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ତରଫରୁ ପଂଜିକରଣ ନିର୍ମାଣ ଶ୍ରମିକଙ୍କୁ ବିଭିନ୍ନ ସହାୟତା ପ୍ରଦାନ ଶିବିର ବ୍ଲକ ସ୍ତରୀୟ ସମାରୋହ ଯାଜପୁର ଜିଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ବରୀ ବ୍ଲକ ଅଜାଣ ପଡିଆରେ ବରୀ ବିଧାୟକ ଦେବାଶିଷ ନାୟକ କଂ ଦ୍ବାରା ବଣ୍ଟନ କରାଯାଇଛି।
ଉକ୍ତ ସଭାରେ ବିଧାୟକ ବରୀ ମୁଖ୍ୟ ଅତିଥି ଭାବେ ବରୀ ର ସମସ୍ତ ନିର୍ମାଣ ଶ୍ରମିକ କିପରି ସରକାର କଂ ସମସ୍ତ ସୁବିଧା ସୁଯୋଗ ପାଇପାରିବେ ସେ ସମ୍ବନ୍ଧରେ ଆଲୋକପାତ କରିବା ସହ ଶ୍ରମିକ ମାନେ ଦେଶ ଗଠନରେ ମୁଖ୍ୟ ଭୁମିକା ନିର୍ବାହ କରନ୍ତି ବୋଲି ଜଣାଇଥିଲେ।
ଯାଜପୁର ଜିଲା ଶ୍ରମ ଅଧିକାରୀ ଶିବଶଂକର ମିଶ୍ର ଅତିଥି ପରିଚୟ ଦେବା ସହ ନିର୍ମାଣ ଶ୍ରମିକଙ୍କୁ ମିଳୁଥିବା ସୁବିଧା ସମ୍ବନ୍ଧରେ ସୁଚନା ଦେଇଥିଲେ,ତାକଂ ବିଭାଗ ସଦାସର୍ବଦା ଶ୍ରମିକଙ୍କ ହିତରେ କାର୍ୟ କରିଆସୁଛି ବୋଲି ଜଣାଇଥିଲେ
ବରୀ ରେ ମୋଟ ୮୯ ପିଲାମାନଙ୍କ ଶିକ୍ଷା ସହାୟତା ପାଇଁ,୭୮ଜଣ ବିବାହ ସହାୟତା, ୦୨ଜଣ ପ୍ରସବ କାଳୀନ ସହାୟତା, ୦୮ ଜଣ କଂ ର ମ୍ରୁତ୍ୟୁକାଳୀନ ସହାୟତା, ଏପର ଭାବରେ ୧୭୭ ଜଣ କଂ ନିମନ୍ତେ ମୋଟ୍ ୩୩ଲକ୍ଷ ୮୪ହଜାର ର ଅର୍ଥ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଛଡାଯିବା କଥା ଜଣାଇଛନ୍ତି। ଆଗାମୀ ସମୟରେ ଆହୁରି ସହାୟତା ପ୍ରଦାନ କରାଯିବ ବୋଲି ଶ୍ରମିକଙ୍କୁ ଜଣାଇଛନ୍ତି। ଅପରପକ୍ଷରେ ଉକ୍ତ କାର୍ୟକ୍ରମ ରେ ବରୀ ବିଡିଓ ପ୍ରଭାସ ରଂଜନ ବେହେରା, ଚଂଦନପୁର ସରପଂଚ କେଦାର ସାମଲ, ପୂର୍ବତନ ସମିତି ଅଧ୍ୟକ୍ଷା ଭାରତୀ ବେହେରା, ଜିଲାପରିଷଦ ସଭ୍ୟ ଅଶୋକ ସାମଲ,
ଜିଲା ଶ୍ରମ ବିଭାଗ ପକ୍ଷରୁ ସହ ଶ୍ରମ ଅଧିକାରୀ ଚିତରଂଜନ ରାଉତ , ଶ୍ରମ ନିରୀକ୍ଷକ ସଂଜିତ କୁମାର ଦେଓ, ଗୋପାଳ କ୍ରୁଷ୍ନ ମଂଗରାଜ,ଓ ପ୍ରେମମଂଜରୀ ନାୟକ , ଚଂଦନ ପ୍ରସାଦ ମିଶ୍ର, ମନୋଜ କୁମାର ଜେନା କଂ ସହ ଶ୍ରମିକଙ୍କ ନେତା ପ୍ରମୋଦ ସାମଲ , ରବିଦ୍ରଂ ମଣ୍ଡଳ , ଦୈତାରୀ ଶାନ୍ତି କଂ ସମେତ ବହୁ ଶ୍ରମିକ ଉପସ୍ଥିତ ରହି ବିଧାୟକ କଂ ଠାରୁ ସେମାନଙ୍କ ସହାୟତା ରାଶି ର ଚେକ ଗ୍ରହଣ କରିଥିଲେ।

(ସୁରେଶ କରଙ୍କ ରିପୋର୍ଟ)

Leave a Reply

Your email address will not be published. Required fields are marked *