ଗୀତାଞ୍ଜଳୀ ଅପ୍ଟିକାଲ୍ସ ଉଦ୍ଘାଟିତ

ଭୁବନେଶ୍ୱର, (ଆଇଏନ୍ଏସ୍): ପଟିଆସ୍ଥିତ କିଟ୍ ରୋଡ୍ ଠାରେ ଗୀତାଞ୍ଜଳୀ ଅପ୍ଟିକାଲ୍ସ ର ଶୁଭ ଉଦ୍ଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାଦମ୍ବିନୀର ସଂପାଦିକା ଡ. ଇତି ସାମନ୍ତ ରିବନ୍ କାଟି ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅନୁଷ୍ଠାନର ପରି•ଳିକା ଗୀତାଞ୍ଜଳୀ ପଣ୍ଡା, ପ୍ରମୋଦ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ରେବନ୍, ଲିଭାଇ, ପୋକ୍ଲେ, ଭୋଗ୍, ସିଲ୍ଟି, ପୁଲିସ୍, ଷ୍ଟିପର୍ ପ୍ରଭୃତି ଦାମୀ ବ୍ରାଣ୍ଡ୍ ସହିତ ଅନ୍ୟାନ୍ୟ ବ୍ରାଣ୍ଡ୍ର ଫ୍ରେମ୍ ଓ ଚଷମା ଉପଲବ୍ଧ ହେବ । ଅଭିଜ୍ଞ ଚକ୍ଷୁ ଡାକ୍ତରଙ୍କ ଦ୍ୱାରା ଡିଜିଟାଲ ଚକ୍ଷୁ ପରୀକ୍ଷା କରାଯିବ ବୋଲି ସଂସ୍ଥାର ମୁଖ୍ୟ ଅର୍ଜୁନ ରାଉତ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଯେଉଁ ଲୋକମାନେ ଚଷମା କିଣିବାକୁ ଆର୍ଥିକ ସକ୍ଷମ ନଥିବେ ସେମାନଙ୍କୁ ସାରା ଜୀବନ ଗୀତାଞ୍ଜଳୀ ଅପ୍ଟିକାଲ୍ସ ମାଗଣାରେ ଚଷମା ଯୋଗାଇ ଦେବ । ଏହି ଉତ୍ସବରେ ୫୦% ରିହାତି ଥିବାରୁ ବହୁ ଭିଡ ପରିଲକ୍ଷିତ ହୋଇଥିଲା । ଏହି ଅବସରରେ ବାପୁ ଅପ୍ଟିକାଲ୍ସର ପ୍ରମୋଦ କୁମାର ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave a Reply

Your email address will not be published.