ବିଜେପି କର୍ମୀଙ୍କ ଦ୍ୱାରା ବରୀ ତହସିଲ୍ ଅଫିସ୍ ଘେରାଓ

ବରୀ, (ଆଇଏନ୍ଏସ୍): ବରୀ ବିଜେପି ନେତା ବିଶ୍ଵ ମଲିକଙ୍କ ଆହ୍ଵାନରେ ହଜାର ବିଜେପି କର୍ମୀ ବରୀ ତହସିଲ ଘେରାଉ କରିଥିଲେ । ବରୀ ତହସିଲର ଭାରପ୍ରାପ୍ତ ତହସିଲଦାର ପୁଷ୍ପଶ୍ରୀ ସାଣ୍ଡିଲଙ୍କୁ ଏକ ୫ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା । ବିଜେପି କରିଥିବା ଦାବି ଗୁଡିକ ୧-ବରୀ ବ୍ଲକ ରେ କ୍ଷତି ହୋଇଥିବା ଚାଷୀ ମାନଙ୍କର ବିହନର ଉଚିତ ମୂଲ୍ୟାଙ୍କନ ୨-ମାଗଣାରେ ବାଦାମ ଓ ରବି ବିହନ ଯୋଗାଣ ୩-ବରୀ ରେ କୃଷି ଋଣ ଛାଡ , ୪-ପ୍ରତି ପଞ୍ଚାୟତ କୁ ଯାଇ ତହସିଲ କର୍ମଚାରୀ ମାନେ ପ୍ରକୃତ କ୍ଷତିର ଆକଳନ ,୫- କୃଷିଜାତ ଦ୍ରବ୍ୟର ରଖିବା ପାଇଁ ବରୀର ଏକ ଶୀତଳ ଭଣ୍ଡାର ଖୋଲିବା ଆଦି ଦାବି ପତ୍ର ବରୀ ତାହସିଲଦାରଙ୍କୁ ବରୀର ବିଜେପି କର୍ମୀ ମାନେ ଯଥା ବିଶ୍ୱ ମଲ୍ଲିକ , ବରୀ ବ୍ଲକ ଚେୟାରମ୍ୟାନ ସୁନନ୍ଦା ଦାସ, ହେମନ୍ତ ମହାପାତ୍ର, ଉପାଧ୍ୟକ୍ଷ ରମେଶ ଭଞ୍ଜ , ଦେବେନ୍ଦ୍ର ଦାସ,ଭରତ ସେଠୀ, ପ୍ରଶାନ୍ତ ଦ୍ବିବେଦୀ ଓ ବରୀ ବ୍ଲକର ବଜେପିର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ସତାଧିକ କର୍ମୀଙ୍କ ଗହଁଣରେ ବରୀ ଅତିରିକ୍ତ ତହସିଲ ପୁଷ୍ପାଶ୍ରୀ ସlଣ୍ଡିଲ ଙ୍କୁ ପ୍ରଦାନ କରିଥିଲେ ଓ ଯଦି ସରକାର ତାଙ୍କ ଦାବି ନ ମାନନ୍ତି ତହେଲେ ଆଗାମୀ ଦିନରେ ଆମେ ରାଜ ରାସ୍ତାକୁ ଓଲାଇବାକୁ ବାଧ୍ୟ ହେବୁ ବୋଲି ଯୁବ ନେତା ବିଶ୍ୱରଞ୍ଜନ ମଲ୍ଲିକ କହିଥିଲେ ।

Leave a Reply

Your email address will not be published. Required fields are marked *