ମନୁଆ ସାହିତ୍ୟ ସଂସଦର ବାର୍ଷିକୋଛବ ଏବଂ କବି ସମ୍ମିଳନୀ !

ବେଗୁନିଆ, (ଓଏନ୍ଏସ୍) : ସ୍ଥାନୀୟ ନୂଆସାହି ଜଗନ୍ନାଥ ମନ୍ଦିର ପରିସରରେ ମନୁଆ ସାହିତ୍ୟ ସଂସଦର ତୃତୀୟ ବାର୍ଷିକ ସାମ୍ବସôରିକ ଉସôବ ଏବଂ କବି ସମ୍ମିଳନୀ ଅନୁଷ୍ଥିତ ହୋଇଯାଇଛି । ସଂସଦର ସଭାପତି ରାମଚନ୍ଦ୍ର ସାହୁଙ୍କର ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିମାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ.ଅବଦୁଲ୍ ଓସିଦ ଖାଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ସେହିପରି ପ୍ରାଧ୍ୟାପକ ଡ. ଗୋପାଳକୃଷ୍ଣ ଦାସ ମୁଖ୍ୟବକ୍ତା ଏବଂ ଶିକ୍ଷାବିତ୍ ରାଜକିଶୋର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଂସ୍କାରଧର୍ମୀ ସାହିତ୍ୟ ସମାଜରେ ପରିବର୍ତନ ଆଣିବାରେ ସହାୟକ ହୋଇଥାଏ ବୋଲି ମତ ଦେଇଥଇଲେ । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ଓ ସାମାଜିକ କର୍ମୀ ଡକ୍ଟର ଧୀରେନ୍ଦ୍ର ନନ୍ଦ, ବିଶିଷ୍ଟ ଲେଖିକା ସୁକାନ୍ତି ମହାନ୍ତି ଏବଂ କବିୟତ୍ରୀ ଅନସୂୟା ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ମନୁଆ ସାହିତ୍ୟ ସଂସଦର ମୁଖପତ୍ର ‘ମନୁଆ’ ଲୋକାର୍ପିତ କରିବା ସହିତ କବି ରାମଚନ୍ଦ୍ର ସାହୁଙ୍କ ‘ଭାବ ପସରା’, ଶିକ୍ଷାବିତ୍ ଯୋଗେଶ୍ୱର ସୁନ୍ଦରାୟଙ୍କ ‘ଆମ ଗୌରବ’, ଶ୍ରୀନିବାସ ପାଣିଙ୍କ ସାମାଜିକ ନାଟକ ‘ମନୁଆ’, ଅନସୂୟା ବେହେରାଙ୍କ ‘ଅନୁଭବ ଗୀତିକା’, ରଘୁନାଥ ମହାନ୍ତିଙ୍କ ‘ସାଉଁଟା ପ୍ରତିଭା’ ପୁସ୍ତକ ସମୂକଲୋକାର୍ପିତ ହକୁ ଉନ୍ମୋଚନ କରିଥିଲେ । ଶିକ୍ଷକ ଅଖିଳେଶ୍ୱର ମହାପାତ୍ର ଓ କବି ନିଶିକାନ୍ତ କହଲସିଂହଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବି ସମ୍ମିଳନୀରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରାୟ ଶତାଧିକ କବି ଓ କବିୟତ୍ରୀ ନିଜ ନିଜର ବିବୃତି ରଖିବା ସହ କ୍ଷୁଦ୍ର କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପାଦକ କ୍ଷେତ୍ରବାସୀ ମଲ୍ଲିକ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ କବି ଲମ୍ବୋଧର ଶତପଥି ଧନ୍ୟବାଦ ଦେଇଥିଲେ । ସଂସଦର ସଦସ୍ୟ ଡ. ସୋମନାଥ ବିଷୋଇ, ପରମାନନ୍ଦ ମହାପାତ୍ର, ପ୍ରତିମା ଷଡଙ୍ଗୀ, ନବକିଶୋର ବିଷୋଇ, ପ୍ରତିମା ପ୍ରଧାନ, ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published.