ଖୋରଧା ପୁସ୍ତକ ମେଳା ଉଦଯାପିତ

ଖୋର୍ଦ୍ଧା, (ଓଏନ୍ଏସ୍): ସ୍ଥାନୀୟ ଗୀତା ଭବନ ପଡିଆରେ ଆୟୋଜିତ ସପ୍ତମ ବାର୍ଷିକ ପୁସ୍ତକ ମେଳା ସମିତିର ସଭାପତି ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଉଦ୍ୟାପିତ ହୋଇଯାଇଛି । ପ୍ରାରମ୍ଭରେ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠନାଥ ରାଜଗୁରୁ ସ୍ୱାଗତ ଭାଷଣ ଦେବାପରେ ମେଳା ସମିତିର ମୁଖ୍ୟ ସଂଯୋଜକ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ କହିଲେ ସ୍ଥନୀୟ ବୁଦ୍ଧିଜିବୀ ମାନଙ୍କ ସହଯୋଗରେ ଏହା ଆଜି ସପ୍ତମ ବର୍ଷରେ ପଦାର୍ପଣ କରି ସମସ୍ତଙ୍କୁ ଉସôାହିତ କରିପାରିଛି । ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ ଡକ୍ଟର ପ୍ରଶନ୍ନ କୁମାର ପାଟ୍ଟସାଣୀ ଯୋଗଦେଇ କହିଲେ ପୁସ୍ତକ ମେଳା ହିଁ ଭଲ ବହି ସଂଗ୍ରହର ଏକ ପ୍ରକୃଷ୍ଠ ସ୍ଥାନ । ବହି ହେଉଛି ଜୀବନର ବିକଳ୍ପ । ବହି ପଢାର ଅଭ୍ୟାସ ମନୁଷ୍ୟକୁ ସଫଳ ବ୍ୟକ୍ତିତ୍ୱର ଅଧିକାରୀ କରିଥାଏ । ଭଲ ଲୋକମାନଙ୍କ ସହ ମିଶିଲେ ଭଗବାନଙ୍କୁ ଦେଖିହେବ, କିନ୍ତୁ ଭଲ ବହି ପଢିଲେ ଭଗବାନଙ୍କ ପାଖରେ ପହଂଚିପାରିବ । ମୁଖ୍ୟ ବକ୍ତା ଭାବରେ ଶିକ୍ଷାବିତ୍ ଡକ୍ଟର ପ୍ରମୋଦ ଚନ୍ଦ୍ର ଦାଶ ଯୋଗଦେଇ କହିଲେ ପୁସ୍ତକ ମେଳା ସାହିତ୍ୟ ପ୍ରେମୀ, ପାଠକ, କବି, କଳାକାର ଏବଂ ଅନୁରୂପ ସଂସ୍କୃତି ସଂପନ୍ନ ବ୍ୟକ୍ତିମାନଙ୍କ ପାଇଁ ଏକ ମହାମିଳନର ସ୍ଥଳ । ଗୋଟିଏ ଭଲ ବହି ଜୀବନର ମୋଡ ବଦଳାଇଦିଏ, ଏହା କେବଳ ଅନୁଭବି ହିଁ ଜାଣିଛି । ଗୋଟିଏ ବହିକୁ ଥରକୁ ଥର ପାଠ କଲେ ଏହାର ଅନ୍ତର୍ନିହିତ ତତ୍ୱ ଅଧିକରୁ ଅଧିକ ପରିପ୍ରକାଶ ହୁଏ । ଯିଏ ପଇସା ଦେଇ ବହି କିଣି ଶିଖିନି, ସେ ବହି ପଢାର ମୂଲ୍ୟ ଜାଣିନି ଏବଂ ବହି ପଢିବାର ମଜା ନେଇନି । ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯୋଗଦେଇ କହିଲେ ବହିଟିଏ କୈାଣସି ବ୍ୟକ୍ତି ବିଶେଷଙ୍କର ଧିଶକ୍ତିରେ ଲିଖିତ କାର୍ଯ୍ୟ ଯାହାକି ଭବିଷ୍ୟତ ପାଇଁ ଶିକ୍ଷଣର ଉସô । ଆଜିକାଲି ବହି ପଢିବାର ଆଗ୍ରହ କମି କମି ଯାଉଛି । ସମସ୍ତଙ୍କଠାରେ ବହି ପଢିବାର ଆଗ୍ରହ ବଢାଇବାକୁ ହେବ । କାର୍ଯ୍ୟକ୍ରମ ସଂଯୋଜକ ଶଶୀଭୂଷଣ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ବକ୍ତା ଭାବରେ ଜୟୀ ରାଜଗୁରୁ ସ୍ମୃତି ସଂସଦର ସଂପାଦକ ଶକ୍ତି ଶଙ୍କର ମିଶ୍ର ଯୋଗଦେଇ ପୁସ୍ତକ ମେଳାର ଆବଶ୍ୟକତା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମେଳା ସମିତିର ସଂପାଦକ ଗୋପାଳକୃଷ୍ଣ ଦାସଙ୍କ ସହଯୋଗରେ ବାର୍ଷିକ ପତ୍ରିକା ‘ସବୁଜ ସ୍ୱପ୍ନ’ ଉନ୍ମୋଚନ ହେବା ପରେ ବିଶିଷ୍ଟ କଥାକାର ଡକ୍ଟର ପଦ୍ମଜ ପାଳ, କବି ରମେଶ ମଙ୍ଗରାଜ, ଅଧ୍ୟାପକ ମିଥୁନ ଚନ୍ଦ୍ର ଦେବ, ଡ. ପ୍ରବୀଣ ମିଶ୍ର ଏବଂ ଗ୍ରାମ ଇତିହାସ ପୁସ୍ତକର ପ୍ରତିଷ୍ଠାତା ପଙ୍କଜ ସାହୁଙ୍କୁ ଖୋର୍ଦ୍ଧା ପୁସ୍ତକ ମେଳା ସମ୍ମାନ ୨୦୧୮ ପ୍ରଦାନ କରାଯାଇଥିଲା । ଶେଷରେ ପ୍ରଫୁଲ୍ଲ କୁମାର ସାମନ୍ତରାୟ ଓ ଜବାହରଲାଲ୍ ସୁବୁଦ୍ଧିଙ୍କ ସଂଯୋଜନାରେ ପୁସ୍ତକ ମେଳା ପରିସରରେ ସାତଦିନ ବ୍ୟାପି ହୋଇଯାଇଥିବା ସମସ୍ତ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଡକ୍ଟର ପାଟ୍ଟସାଣୀ ମାନପତ୍ର ସହ ପୁରସ୍କୃତ କରିଥିଲେ । ପ୍ରାରମ୍ଭରେ ମେଳା ସମିତିର ଆବାହକ ନରେନ୍ଦ୍ର କୁମାର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭୂପ୍ରସାଦ ହରିଚନ୍ଦନ, ଲକ୍ଷ୍ମୀଧର ବଡଜେନା, ଡ.ବୃନ୍ଦାବନ ପଣ୍ଡା, ଗୋବିନ୍ଦ ଚନ୍ଦ୍ର ମହାରଣା, ବିଧାନ ଚନ୍ଦ୍ର ମହାନ୍ତି, ଜ୍ଞାନରଂଜନ ଦାଶ, ରବୀନ୍ଦ୍ର କୁମାର ସାହୁ, ଲକ୍ଷ୍ମୀ ପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯେୠ କରିଥିଲେ ।

Leave a Reply

Your email address will not be published.