କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସର ହେଡ଼ କ୍ଲର୍କ ଭିଜିଲାନସ ଜାଲରେ!

କେନ୍ଦ୍ରାପଡ଼ା, (ଆଇଏନ୍ଏସ୍): କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସର ହେଡ଼ କ୍ଲର୍କ (ମୁଖ୍ୟ କିରାଣୀ) ପରିକ୍ଷୀତ ଜେନା ତଥା ଜନୈକ ଅବସରପ୍ରାପ୍ତ କର୍ମଚାରୀ ଜଣେ ବ୍ୟକ୍ତିଙ୍କ ଠାରୁ ୧ହଜାର ଟଙ୍କା ଲାଂଚ ନେଉଥିବାବେଳେ କେନ୍ଦ୍ରାପଡ଼ା ଭିଜିଲାନସ ଡ଼ିଏସପି ବିଜୟ କୁମାର ସେଠୀଙ୍କ ହାତରେ ଧରା ପଡ଼ିଥିବା ଜଣା ପଡ଼ିଛି । ବସିପୁରର ଶ୍ରୂର୍ତିପୁର ଠାରେ ବାଲିଯାତ୍ରା ମହୋଛବ ପାଇଁ ଅନୁମତି କରାଇ ଦେବାକୁ କହି ୧୦୦୦ ଟଙ୍କା ଲାଂଚ ମାଗିଥିଲେ । ଉକ୍ତ ବ୍ୟକ୍ତି ଜଣଙ୍କ ତୁରନ୍ତ କେନ୍ଦ୍ରାପଡ଼ା ଭିଜିଲାନ୍ସ ଅଫିସ ସହିତ ଯୋଗାଯୋଗ କରିବା ପରେ ଅଭିଯୁକ୍ତ ମାନଙ୍କୁ ଧରା ଯାଇଥିଲା ।

Leave a Reply

Your email address will not be published.