ଭାଷା ସୁରକ୍ଷାର ସାର୍ଥକ ସାରଥୀ ବୈଷ୍ଣବ ପରିଡା!

ଭୂତମୁଣ୍ଡାଇ,(ଓଏନ୍ଏସ୍): ସ୍ୱାଧିନତା ପରବର୍ତୀ ସମୟରେ ଓଡିଆ ଭାଷା ସରକାରୀ ଭାଷାର ମାନ୍ୟତା ପାଇବା ସହ ସାରା ରାଜ୍ୟର ବ୍ୟବହାର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୈାଧୁରୀଙ୍କ ସରକାର ଆଣିଥିବା ଆଇନ କାର୍ଯ୍ୟକାରୀ ନ ହୋଇ ଦୀର୍ଘଦୀନ ଧରି ଅକାମୀ ହୋଇ ରହିଥିବାରୁ ଏହାର ପ୍ରତିବାଦ କରି ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା ଜନ ଆନେ୍ଦାଳନର ନେତୃତ୍ୱ ନେଇ ଭାଷା ସୁରକ୍ଷାର ସାର୍ଥକ ସାରଥିରେ ଯେଉଁ ପ୍ରଗାଢ ପରିଚୟ ସୃଷ୍ଟି କରିଛନ୍ତି ତାହା ଓଡିଆ ଜାତି ପାଇଁ ଅବିସ୍ମରଣୀୟ ହୋଇ ରହିବ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ମତବ୍ୟକ୍ତ କରିଥିଲେ ଉପସ୍ଥିତ ବିଦ୍ୱାନ ମଣ୍ଢଳୀ । ବୈଷ୍ଣବ ବାବୁଙ୍କ ଏକାଦଶାହ ଅବସରରେ ପାରାଦୀପ ପୋର୍ଟ ୱାର୍କର୍ସ ୟୁନିୟନ ପରିସରରେ ମୋନାଲିସା ସାହିତ୍ୟ ସଂସଦ ତରଫରୁ ସମାଜ ସେବୀ ଡା.କୈଳାସ ଚନ୍ଦ୍ର ମହାରଣାଙ୍କ ପୈାରହିତରେ ଅନୁଷ୍ଠିତ ହୋଇଥିଲା ଶ୍ରଦ୍ଧାଞ୍ଜଳି ସଭା । ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅକ୍ଷୟ କୁମାର ରାଉତ, ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ଥିଲେ ଓଡିଶା ସାହିତ୍ୟ ଏକାଡେମୀ ପୁଷ୍କାର ପ୍ରାପ୍ତ କବି ପିତାମ୍ବର ତରାଇ । ସମ୍ମାନୀତ ଅତିଥି ଭାବେ ଶ୍ରମିକ ନେତା ଅନନ୍ତ ଚରଣ ଦାସ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସବିତା ମହାପାତ୍ର, ଓଡିଆ ଅଧ୍ୟାପକ ଡା.ସୁବାସ ଚନ୍ଦ୍ର ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ଧୃବ ଚରଣ ମହାପାତ୍ର, ସୁଶାନ୍ତ ପଟ୍ଟନାୟକ ପ୍ରମୁଖ । ବୈଷ୍ଣବ ବାବୁଙ୍କ ସ୍ମୃତି ଉଦେ୍ଦଶ୍ୟରେ କବିତା ପାଠ କରିଥିଲେ ପ୍ରେମଲତା ବାରିକ, ଗୀତା ଦାସ, ବେଣୁଧର ମିଶ୍ର, ଜ୍ୟୋତିର୍ମୟୀ ମିଶ୍ର, ମୀନର୍ଭା ସ୍ୱାଇଁ, ଉର୍ମିଳା ମହାନ୍ତି,ରାଣା ରାୟ ପ୍ରମୁଖ ଉପସ୍ଥିତ କବି କବୟତ୍ରୀ ବୃନ୍ଦ । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ମୋନାଲିସା ସାହିତ୍ୟ ପତ୍ରିକାର ସମ୍ପାଦିକା ସଂଘମିତ୍ରା ସ୍ୱାଇଁ ।

Leave a Reply

Your email address will not be published.