ପଟ୍ଟାମୁଣ୍ଡାଇ ଅଂଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ,(ଓଏନ୍ଏସ): ପଟ୍ଟାମୁଣ୍ଡାଇ ଅଂଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଗ୍ରାମାଂଚଳର ଲୋକମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରି ଚାଲିଥିଲେ ମଧ୍ୟ ପ୍ରଶାସନିକ ନିଷ୍କ୍ରିୟତା ଯୋଗୁଁ ଜନସାଧାରଣ ଏହାର ସୁଫଳ ପାଇବାରୁ ବଂଚିତ ହେଉଛନ୍ତି । ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ୱାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ସରକାରୀ ମୂଳ ଲକ୍ଷ୍ୟରେ ପହଂଚି ପାରୁ ନାହିଁ । ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀମାନେ ଉପଯୁକ୍ତ ଚିକିସôା ନପାଇ କେନ୍ଦ୍ରାପଡା ଓ କଟକ ଯିବାକୁ ବାଧ୍ୟ ହେଉଛନ୍ତି । ଏହାଛଡ଼ା କେତେକ ରୋଗୀଙ୍କୁ ଖାମଖିଆଲି ଭାବେ ଚିକିସôା କରାଯାଇ ପରିସ୍ଥିତି ଗୁରୁତର ହେଲେ ଶେଷ ମୂହୁର୍ତରେ କେନ୍ଦ୍ରାପଡା ଓ କଟକ ପଠାଯାଉଥିବା ଅଭିଯୋଗ ହେଉଛି । ରୋଗୀ ଶଯ୍ୟାର ଗଦି ଗୁଡିକ ଛିଣ୍ଡି ଯାଇଥିବା ବେଳେ ଅଧିକାଂଶ ଶଯ୍ୟାରେ ଗଦି ଓ ବେଡସିଟ ନାହିଁ । ସେହିପରି ସ୍ୱାସ୍ଥ୍ୟକେନ୍ଦ୍ରରେ ପୁତି ଗନ୍ଧମୟ ପରିବେଶ ଯୋଗୁ ସଂକ୍ରାମକ ରୋଗର ପ୍ରାଦୁର୍ଭାବ ବଢୁଛି, ରୋଗୀର ରୋଗ ଜଟିଳ ହେଉଛି ଓ ସୁସ୍ଥ ଲୋକଟି ରୋଗଗ୍ରସ୍ତ ହେଉଛି । ÿସ୍ୱାସ୍ଥ୍ୟକେନ୍ଦ୍ରର ଏକ୍ସରେ ମେସିନ ଅଚଳ କି ସଚଳ ଜାଣି ହେଉନାହିଁ । ରୋଗୀ ମାନଙ୍କୁ ଖର୍ଚ୍ଚାନ୍ତ ହୋଇ ବାହାର ଏକ୍ସରେ ମେସିନ ଉପରେ ନିର୍ଭର କରିବାକୁ ପଡ଼ୁଛି । ଏହାଛଡ଼ା ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଜିପ୍ ଓ ଆମ୍ବୁଲାନ୍ସ ଅଚଳ ହୋଇପଡିଥିବାରୁ ପରିସ୍ଥିତି ଜଟିଳ ହୋଇ ପଡିଛି । ବିଦୁ୍ୟତ୍ କାଟ ବେଳେ ରୋଗୀସେବା କାର୍ଯ୍ୟ ବନ୍ଦ୍ ହୋଇ ଯାଉଛି ଓ ଶଯ୍ୟାଶାୟୀ ରୋଗୀମାନେ ଅନ୍ଧାରରେ ଅସୁବିଧାର ସନ୍ମୁଖୀନ ହେଉଛନ୍ତି । ସେହିପରି ଜଳ ନିଷ୍କାସନ ସୁବିଧା ନଥିବାରୁ ଏଠାରେ ବର୍ଷା ଜଳର ସୁଅ ଛୁଟିବା ସହିତ ଡାକ୍ତର ଓ କର୍ମଚାରୀମାନଙ୍କ କ୍ୱାଟରରେ ପାଣି ପଶି ଯାଉଛି । ପଟ୍ଟାମୁଣ୍ଡାଇ ଅଂଚଳ ପାଇଁ ଅତିକମ୍ରେ ୧୫ଜଣ ଡ଼ାକ୍ତରଙ୍କର ଆବଶ୍ୟକତା ଥିବାବେଳେ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବସ୍ଥିତ ୬ ଜଣ ଡାକ୍ତରଙ୍କ ସ୍ଥାନରେ ମାତ୍ର ୩ ଜଣ ଡାକ୍ତର କୌଣସିମତେ ରୋଗୀସେବା ଜାରି ରଖିଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆବଶ୍ୟକ ସଂଖ୍ୟକ କ୍ୱାର୍ଟର୍ସ ନଥିବାରୁ ଡ଼ାକ୍ତର ଓ କର୍ମଚାରୀ ମାନେ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ବାହାରେ ରହୁଛନ୍ତି ଓ ରାତି ଅଧରେ ରୋଗୀଟିଏ ଆସିଲେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଚକ୍ଷୁ ଚିକିସôା ବିଭାଗ ଏକରକମ ଅଚଳ କହିଲେ ଚଳେ । ପଟ୍ଟାମୁଣ୍ଡାଇଠାରେ ଏକ ଚକ୍ଷୁ ଚିକିସôାଳୟ ଖୋଲିବା ପାଇଁ ଦୀର୍ଘଦିନ ହେବ ସରକାରଙ୍କ ଯୋଜନା ଶୀତଳଭଣ୍ଢାରରେ ପଡିରହିଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଓøଷଧ ରୋଗୀମାନଙ୍କୁ ଦିଆଯାଉନଥିବା ଅଭିଯୋଗ ହୋଇଛି । ନିରାମୟ ଯୋଜନା ଏଠାରେ ବିଫଳ ହୋଇଛି । ଗ୍ରାମାଂଚଳ ସ୍ୱାସ୍ଥ୍ୟସେବା ଏକପ୍ରକାରେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳା ସ୍ୱାସ୍ଥ୍ୟକର୍ମୀ ମାନେ ରହୁନଥିବାବେଳେ ପିଏଚସିରେ ଡ଼ାକ୍ତର, ଫାର୍ମାସିଷ୍ଟ୍ ମାନେ ଆଦୌ ରହୁନାହାଁନ୍ତି । ସାରା ଅଂଚଳରେ ସ୍ୱାସ୍ଥ୍ୟସେବା ଠପ୍ ହୋଇଯାଇଛି । ସେହିପରି ପୁରୁଷ ସ୍ୱାସ୍ଥ୍ୟକର୍ମୀ ମାନେ ନିଜର କର୍ତବ୍ୟ ନକରି କେବଳ ସାପ୍ତାହିକ ପ୍ରତିଶେଧକ ଟୀକାଦାନ କାର୍ଯ୍ୟକ୍ରମରେ ଯୋଗଦେବାରେ ସୀମୀତ ରହୁଥିବା ଦେଖାଯାଉଛି । ପ୍ରତି ଗାଁରେ ନିୟମିତ ଟୀକାଦାନ କାର୍ଯ୍ୟ ହେଉନଥିବା ଅଭିଯୋଗ ହେଉଛି । ଗାଁ କଲ୍ୟାଣ ସମିତି ଅର୍ଥ ଓ ଖୋଲାପାଣ୍ଠି ଅର୍ଥ ବ୍ୟାପକ ଭାବେ ଆତ୍ମସାତ୍ ହେଉଥିବା ଦେଖାଯାଉଛି । ମମତା, ଜନନୀ ଓ ଶିଶୁ ସୁରକ୍ଷା ଯୋଜନାର ହିତାଧିକାରୀମାନେ ବାରମ୍ବାର ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୌଡି ଏ ବାବଦରେ ସରକାରୀ ସହାୟତା ପାଉନଥିବା ଅଭିଯୋଗ ହୋଇଛି । ପଟ୍ଟାମୁଣ୍ଡାଇ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀସେବାର ସୁପରିଚାଳନା, ଉନ୍ନତିକରଣ ଓ ତଦାରଖ ପାଇଁ ଗଠିତ ରୋଗୀକଲ୍ୟାଣ ସମିତି ବୈଠକ ନିୟମିତ ବସୁନାହିଁ । ବିଭିନ୍ନ ସ୍ୱାସ୍ଥ୍ୟସେବା ଯୋଜନାରେ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହେଉଥିବା ଅଭିଯୋଗ ହେଉଛି । ସାଧାରଣ ଲୋକଙ୍କ ପାଇଁ ଆସୁଥିବା ଅର୍ଥ ହରିଲୁଟ୍ ହୋଇ ଅଳ୍ପ କେତେଜଣଙ୍କ ପକେଟ୍କୁ ଯାଉଛି । ଏଣୁ ସ୍ୱାସ୍ଥ୍ୟ ସଚିବ ଏଥିପ୍ରତି ଦୃଷ୍ଟିଦେଇ ଏହି ଅଂଚଳର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସଜାଡ଼ିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published.