ଓଡ଼ିଶାରେ ପେଲେଟ୍ ଶିଳ୍ପର ଭବିଷ୍ୟତ ବିପନ୍ନ

ଶିଳ୍ପାୟନ ଦ୍ୱାରା ଓଡ଼ିଶାକୁ ବିକାଶ ପଥରେ ଆଗେଇ ନେବାକୁ କହି ଆସୁଥିବା ଓଡ଼ିଶା ସରକାର ଏହି ନୀତିକୁ ଭୁଲି ଯାଇଛନ୍ତି । ଆମର ବହୁମୂଲ୍ୟ ଖଣିଜ ସଂପଦକୁ ବିନିଯୋଗ କରି ମୂଲ୍ୟଯୁକ୍ତ ଶିଳ୍ପ ସ୍ଥାପନ କରିବାର ଲକ୍ଷ୍ୟ ବିଫଳତା ଦିଗରେ ଗତି କରୁଛି । ଶିଳ୍ପ କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ସରକାର ନିଜେ ତିଆରି କରୁଥିବା ନୀତି-ନିୟମ ସ୍ୱଂୟ ଉଲଂଘନ କରି ଆସୁଛନ୍ତି । ସଂପ୍ରତି ଓଡ଼ିଶାରେ ଇଷ୍ପାତ ଶିଳ୍ପର ଭବିଷ୍ୟତ ଅନ୍ଧାକାର ମଧ୍ୟକୁ ଠେଲି ହୋଇ ଯାଇଥିବା ବେଳେ ଏବେ ଇଷ୍ପାତ ସମ୍ବଦ୍ଧିତ ପେଲେଟ ଶିଳ୍ପ ସରକାରୀ ଚକ୍ରବୁ୍ୟହରେ ଫସି ହଜି ଯିବାକୁ ବସିଛି । ବିଭିନ୍ନ କ୍ଷେତ୍ର ପାଇଁ ପେଲେଟ୍ ଶିଳ୍ପର ଗୁରୁତ୍ୱ ରହିଛି । କିଛିବର୍ଷ ତଳେ ବୈଜ୍ଞାନିକ ମାନଙ୍କ ଦ୍ୱାରା ଏହି ଶିଳ୍ପର ପରିକଳ୍ପନା କରା ଯାଇଥିଲା । ଏକପ୍ରକାର ପାଣି ଓ ପରିବେଶକୁ ନଷ୍ଟ କରି ଆସୁଥିବା ଲୁହାପଥର ଗୁଣ୍ଡକୁ ନେଇ ପେଲେଟ୍ ଶିଳ୍ପ ଗଢି ଉଠିଥିଲା । ଖଣି ଗୁଡ଼ିକରୁ ଲୁହାପଥର ଖଣ୍ଡ ଉତୋଳନ ବେଳେ ଏହାର ଗୁଣ୍ଡ ନଷ୍ଟ ହେଉଥିଲା । କିଛି ରାସ୍ତାଘାଟରେ ପଡ଼ି ପରିବେଶ ଦୂଷିତ କରୁଥିବାବେଳେ ଆଉ କିଛି ନଦୀ-ନାଳରେ ବୋହି ଯାଇ ପାଣି ପ୍ରଦୂଷଣ କରୁଥିଲା । ଏହାର ମାରାତ୍ମକ ପ୍ରଭାବ ଜନସାଧାରଣଙ୍କ ଉପରେ ପଡ଼ୁଥିଲା । ତେବେ ଏହି ଗୁଣ୍ଡକୁ ନେଇ ପେଲେଟ୍ ଶିଳ୍ପ ସ୍ଥାପନର ବୈଜ୍ଞାନିକ ସିଦ୍ଧାନ୍ତ ପରେ ରାଜ୍ୟରେ ମୋଟ ବାର୍ଷିକ ୨୮ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ପେଲେଟ୍ ଶିଳ୍ପ ସ୍ଥାପନ ହୋଇଥିଲା । ସେଥିମଧ୍ୟରେ ପାରାଦୀପ ଠାରେ ଏସାର୍ର ବାର୍ଷିକ ୬ ମିଲିୟନ୍ ଟନ୍(ଏମ୍ଟି) କ୍ଷମତା ବିଶିଷ୍ଟ ପେଲେଟ୍ କାରଖାନା ରହିଥିବାବେଳେ ବିଆର୍ପିଏଲ୍ ର ୪ଏମ୍ଟି, ଜେଏସ୍ପିଏଲ୍ ର ୯ ଏମ୍ଟି, ଆର୍ର୍ୟର ୧.୨ଏମ୍ଟି, ଆର୍ଡ଼େଂଟର ୦.୬ ଏମ୍ଟି, ଭୂଷଣର ୪ ଏମ୍ଟି, ଝାରସୁଗୁଡ଼ାସ୍ଥିତ ଏମ୍ଏସ୍ପି ର ୦.୭୫ ଏମ୍ଟି, କେନ୍ଦୁଝର ଠାରେ ଏମ୍ଏସ୍ପିଏଲ୍ର ୦.୬ ଏମ୍ଟି, ଶ୍ୟାମ୍ ଇନ୍ଦଷ୍ଟି୍ରର ୦.୬ ଏମ୍ଟି ଓ ଶ୍ରୀ ମେଟାଲିକ୍ସ ର ୦.୬ ଏମ୍ଟି ର କାରଖାନା ରହିଛି । ଏହି ଶିଳ୍ପ ସ୍ଥାପନ ପର ଠାରୁ ମୁଖ୍ୟତଃ ଖଣି ଅଂଚଳରେ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଇଥିବା ବେଳେ ଏଥିରେ ରାଜ୍ୟର ଲକ୍ଷାଧିକ ଲୋକେ କର୍ମନିଯୁକ୍ତି ପାଇଲେ, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ରାଜକୋଷକୁ ହଜାର ହଜାର କୋଟି ଟଙ୍କା ରାଜସ୍ୱ ଆସିଲା ।
ଓଡ଼ିଶାରେ ପ୍ରାୟତଃ ସରକାରୀ ନୀତି ଓ କାର୍ଯ୍ୟ ଭିତରେ ଆକାଶ-ପାତାଳ ଫରକ ଥିବା ଦେଖା ଯାଇ ଆସୁଛି । ରାଜ୍ୟ ସରକାର ଲୋକାଭିମୁଖୀ ନୀତି ନାଁରେ ବିଭିନ୍ନ ଆଇନ ତିଆରି କରି ପରେ ନିଜ ସୁବିଧା ମୁତାବକ କାର୍ଯ୍ୟ କରୁଛନ୍ତି । ବାସ୍ତବରେ ଓଡ଼ିଶାରେ ଶିଳ୍ପର, କୃଷିର, ସ୍ୱାସ୍ଥ୍ୟର, ଶିକ୍ଷାର କି ସର୍ବୋପରି ଲୋକ ମାନଙ୍କର ଉନ୍ନତି ହେଉ, ସେଥିନେଇ ସରକାରଙ୍କର ଆଦୌ ଆନ୍ତରିକତା ନଥିବା ଜଳଜଳ ଦେଖା ଯାଉଛି । ଯଦି ପ୍ରତ୍ୟେକ ବିଷୟରେ ସମୀକ୍ଷା କରାଯାଏ, ତେବେ ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଥିବା ସ୍ପଷ୍ଟ ହେବ । ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାର ରାଜ୍ୟକୁ ଅପର୍ଯ୍ୟାପ୍ତ ସହଯୋଗ ଯୋଗାଇ ଦେଉଛନ୍ତି । ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ (୨୦୦୧ ମସିହା) ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନ୍(୨୦୦୫ ମସିହା) କାର୍ଯ୍ୟକାରୀ ହେଉଥିଲେ ହେଁ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ଉନ୍ନତି କରି ପାରୁନାହିଁ । ଶିଳ୍ପର ପ୍ରସାର ଓ କୃଷିର ବିକାଶ ଭାଷଣରେ ସୀମିତ ରହି ଯାଇଛି । ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପ୍ରଶାସନିକ ସ୍ଥାଣୁତାର ଶିକାର ହୋଇଛି । ଏହି କ୍ରମରେ ରାଜ୍ୟ ସରକାରଙ୍କର ପେଲେଟ୍ ଶିଳ୍ପ ପ୍ରତି ଅସହଯୋଗ ରାଜ୍ୟରେ ଶିଳ୍ପ ପ୍ରସାର ଅଭିଯାନକୁ ଶକ୍ତ ଧକ୍କା ଦେଇଛି । ସରକାରଙ୍କର ଖାମଖିଆଲ ନୀତି ଯୋଗୁ ଅନେକ ପେଲେଟ୍ କାରଖାନା ବନ୍ଦ ହୋଇ ରହିଛି । ମାତ୍ର ୩ ଟି କାରଖାନା ଚାଲୁ ରହିଥିଲେ ହେଁ ସେଗୁଡ଼ିକ ପୂର୍ଣ୍ଣ କାର୍ଯ୍ୟକ୍ଷମ ନୁହନ୍ତି । ବର୍ତମାନ ସୁଦ୍ଧା ବିଆର୍ପିଏଲ୍, ଆର୍ଯ୍ୟ, ଆେÿର୍ଡ଼ଂଟ, ଏମ୍ଏସ୍ପି,ଏମ୍ଏସ୍ପିଏଲ୍, ଶ୍ୟାମ୍ ଇନ୍ଦଷ୍ଟି୍ର ଓ ଶ୍ରୀ ମେଟାଲିକ୍ସ ସଂପୂର୍ଣ୍ଣ ବନ୍ଦ ରହିଛି । ସେହିପରି ଏସାର୍ ପେଲେଟ୍ ଶିଳ୍ପ ୫୦ ଭାଗରୁ କମ୍ କାର୍ଯ୍ୟକ୍ଷମ ଥିବାବେଳେ ଜେଏସ୍ପିଏଲ୍ ୩୫ ରୁ ୪୦ ଭାଗ ଏବଂ ଭୂଷଣ ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି ।
ତେବେ ଭଲ ଇଷ୍ପାତ ତିଆରି ପାଇଁ ୬୨ ରୁ ୬୪ ଭାଗ ଲୁହାପଥର ଗୁଣ୍ଡ ଆବଶ୍ୟକ । ଏହି ଗୁଣ୍ଡ ପେଲେଟ୍ କାରଖାନାରେ ବିଶୋଧିତ ହୋଇ ଖଣ୍ଡ ଲୁହାପଥର(ପେଲେଟ୍)ରେ ପରିଣତ ହୁଏ, ଯାହା ଇଷ୍ପାତ ତିଆରି ପାଇଁ ଉପଯୁକ୍ତ ହୋଇଥାଏ । ପ୍ରାୟ ୧୦ ବର୍ଷ ତଳେ ପେଲେଟ୍ ଶିଳ୍ପର ଅଭୁ୍ୟଦୟ ବେଳେ ଏହି ପେଲେଟ୍ର ରୟାଲ୍ଟୀ ଓ ବିକି୍ରମୂଲ୍ୟ ବହୁ କମ୍ ଧାର୍ଯ୍ୟ ହୋଇଥିଲା । ମାତ୍ର ୨୦୧୦ ମସିହାରେ ସରକାର ହଠାତ୍ ଲୁହାପଥର ଓ ପେଲେଟ୍ର ରୟାଲ୍ଟୀ ତଥା ବିକି୍ରମୂଲ୍ୟ ପ୍ରାୟତଃ ସମାନ କରିଦେଲେ । ବର୍ତମାନ ଓଡ଼ିଶାରେ ଲୁହାପଥର ଓ ପେଲେଟ୍ ର ରୟାଲ୍ଟୀ ଟନ୍ ପ୍ରତି ମୂଲ୍ୟ ସମାନ ୬୨୦ ଟଙ୍କା ଥିବାବେଳେ ଲୁହାପଥରର ବିକି୍ରମୂଲ୍ୟ ୨୪ଶହ ଟଙ୍କା ଓ ପେଲେଟ୍ର ବିକି୍ରମୂଲ୍ୟ ୨୨ଶହ ଟଙ୍କା ରହିଛି । ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ଅଧୀନସ୍ଥ ଓଡ଼ିଶା ଖଣି ନିଗମ(ଓଏମ୍ସି)ଏହାକୁ ଯଥାକ୍ରମେ ୧୮ ଶହ ଟଙ୍କା ଓ ୧୬ ଶହ ଟଙ୍କାରେ ବିକି୍ର କରୁଛି । ଏଇ ନିକଟରେ ପେଲେଟ୍ ଦାମ୍ରେ ୨୦୦ ଟଙ୍କା ବୃଦ୍ଧି ଘଟିଛି । ଏକପ୍ରକାର ଲୁହାପଥର ଖଣ୍ଡ ପେଲେଟ୍ ଦାମ୍ ଠାରୁ ଶସ୍ତା ହୋଇଛି । ତେବେ ଇଷ୍ପାତ ଶିଳ୍ପସଂସ୍ଥା ଗୁଡ଼ିକ ଲୁହାପଥର ସ୍ଥାନରେ ପେଲେଟ୍ କିଣିବାକୁ ଚାହିଁବେ ନାହିଁ ବୋଲି ଏଥିରୁ ସ୍ପଷ୍ଟ ହେଉ ନାହିଁ କି? ପରିଣତି ସ୍ୱରୂପ ପେଲେଟ୍ ଶିଳ୍ପ ଗୁଡ଼ିକ ମୃତୁ୍ୟର ଅାଁ ଭିତରକୁ ଚାଲି ଗଲେଣି । ଏଥିଯୋଗୁ ରାଜ୍ୟ ସରକାର ବାର୍ଷିକ ୮୪୩ କୋଟି ଟଙ୍କା ରାଜସ୍ୱ ହରାଉ ଥିବାବେଳେ ରାଜ୍ୟର ୫୦ ହଜାରରୁ ଉଦ୍ଧ୍ୱର୍ ଲୋକେ ନିଜର କର୍ମ ନିଯୁକ୍ତି ହରାଇଛନ୍ତି ।
ଏହାର ମୂଳ କାରଣ ହେଲା, ସରକାରଙ୍କର ନିରବତା ଓ ଓଏମ୍ସିର ଚାଲବାଜି । ଯୋଡ଼ା, କୋଇରା ଓ କେନ୍ଦୁଝର ଅଂଚଳର ୮୦ ଭାଗ ଲୁହାପଥର ଖଣି ବେପାରୀଙ୍କ ଅଧିକାରରେ ରହିଛି । ହୁଏତ ସେମାନେ ପେଲେଟ୍ ଶିଳ୍ପସଂସ୍ଥା ଗୁଡ଼ିକୁ କ୍ଷତିଗ୍ରସ୍ତ କରିବା ଲକ୍ଷ୍ୟରେ ଲୁହାପଥର ଖଣ୍ଡର ମୂଲ୍ୟରେ ହ୍ରାସ କରିଛନ୍ତି ଓ ଲୁହାପଥର ଗୁଣ୍ଡକୁ ନିଜ ପାଖରେ ମହଜୁଦ କରି ରଖିଛନ୍ତି । ଏପରିକି ଚାହିଦା ନଥିବା ସତ୍ୱେ ସେମାନେ ଲୁହାପଥର ଗୁଣ୍ଡର ମୂଲ୍ୟରେ ବୃଦ୍ଧି କରିଛନ୍ତି । ସେହିପରି କେତେକ ଖଣି ମାଲିକ ସରକାରୀ ଧାର୍ଯ୍ୟ ପରିମାଣ ଲୁହାପଥର ବିକି୍ର ନକରି ନିଜ ପାଖରେ ମହଜୁଦ କରି ରଖିଛନ୍ତି । ଅର୍ଥାତ୍ ସେମାନେ ଲୁହାପଥରର କୃର୍ତି୍ରମ ଅଭାବ ସୃଷ୍ଟି କରି ଚଢା ଦର୍ରେ ବିକି୍ର କରିବାର ଷଡ଼ଯନ୍ତ୍ର କରୁଛନ୍ତି । ଯୋଡ଼ା ଅଂଚଳରେ ବାର୍ଷିକ ପରିବହନର ଧାର୍ଯ୍ୟ ସୀମାର ୩୧ ଭାଗ ରପ୍ତାନୀ ହୋଇଥିଲା ବେଳେ କୋଇରା ଅଂଚଳରେ ମାତ୍ର ୨୦ ଭାଗ ରପ୍ତାନୀ ହୋଇଛି । ତେବେ ଯୋଡ଼ା ଓ କୋଇରା ଅଂଚଳରେ ବାର୍ଷିକ ରପ୍ତାନୀ ଧାର୍ଯ୍ୟ ସୀମା ୨୫.୪୫ ଏମ୍ଟି ଥିବାବେଳେ ମାତ୍ର ୫.୧୬ ଏମ୍ଟି ରପ୍ତାନୀ କରା ଯାଇଛି । ଏହାଦ୍ୱାରା ଶିଳ୍ପସଂସ୍ଥା ଗୁଡ଼ିକ କଂଚାମାଲ୍ ନପାଇ କ୍ଷତିଗ୍ରସ୍ତ ହେଉଥିବା ବେଳେ ସଂପୃକ୍ତ ଅଂଚଳରେ ପରିବେଶ ପ୍ରଦୂଷଣ ବଢିବାରେ ଲାଗିଛି । ତେବେ ରାଜ୍ୟ ସରକାରଙ୍କ ଦାୟୀତ୍ୱ ହୀନତା ଯୋଗୁ ଏଭଳି ସମସ୍ୟା ମାନ ସୃଷ୍ଟି ହେଉଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି । ଓଏମ୍ସିର ଖାମଖିଆଲ ନୀତି ହେଉ କି ଜାଣତରେ, ଓଏମ୍ସି ଦ୍ୱାରା ଉତୋଳିତ ଲୁହାପଥର ଦୀର୍ଘଦିନ ଧରି ପଡ଼ି ରହି ପରିବେଶ ପ୍ରଦୂଷିତ ହେଉଛି ଏବଂ ଏହି ସୁଯୋଗରେ ବେପାରୀ ମାନେ ନିଜର ଲୁହାପଥରକୁ ଚଢା ଦରରେ ବିକୁଛନ୍ତି । ଏକପ୍ରକାର ସେମାନଙ୍କ ଲାଭଖୋର ମନୋବୃତିକୁ ଓଏମ୍ସି ପରୋକ୍ଷ ପ୍ରୋତ୍ସାହନ ଦେଉଥିବା କୁହା ଯାଉଛି । ତେବେ ଓଏମ୍ସି ବର୍ତମାନ ମୂଲ୍ୟରେ ନିଜର ଲୁହାପଥର ବିକି୍ର କରୁନାହିଁ କି ବିପରୀତ ପରିସ୍ଥିତିରେ ବି ସର୍ବନିମ୍ନ ମୂଲ୍ୟ କମାଉନାହିଁ । ହୁଏତ ଓଏମ୍ସି ଓ ଅନ୍ୟମାନଙ୍କ ମଧ୍ୟରେ ଏଥିନେଇ କିଛି ସଲାସୁତୁରା ଥିବା ସନେ୍ଦହ କରା ଯାଉଛି ।
ଓଡ଼ିଶାରେ ଥିବା ଶିଳ୍ପସଂସ୍ଥା ଗୁଡ଼ିକ ପାଇଁ ଆବଶ୍ୟକୀୟ କଂଚାମାଲ୍ ପରିମାଣ ଠାରୁ ବହୁ ଅଧିକ ଆମ ରାଜ୍ୟରେ ଉତ୍ପାଦିତ ହେଉଛି । ହେଲେ ସରକାରଙ୍କ ପରିଚାଳନା ଗତ ତୃଟି ଯୋଗୁ ଏଠାରେ ଥିବା ଶିଳ୍ପସଂସ୍ଥା ଗୁଡ଼ିକ କଂଚାମାଲ୍ ନପାଇ ବନ୍ଦ୍ ହୋଇ ଯାଉଥିବା ବେଳେ ଅନ୍ୟ ରାଜ୍ୟ ଓ ଅନ୍ୟ ଦେଶକୁ ଆମ ଖଣିଜ ସଂପଦ ରପ୍ତାନୀ ହେଉଛି । ଏହା କିଭଳି ନୀତି ଜାଣି ହେଉନାହିଁ । ଅତି କମ୍ରେ ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ଖଣିଜ ଭିତିକ ଶିଳ୍ପ ଗୁଡ଼ିକ ସହିତ ସରକାର କରିଥିବା ବୁଝାମଣା ପତ୍ର(ଏମ୍ଓୟୁ) ଅନୁସାରେ ଚାହିଦା ମୁତାବକ କଂଚାମାଲ୍ ଯୋଗାଇବାକୁ ଦେଇଥିବା ପ୍ରତିଶ୍ରୂତି ପାଳନ କରିବା ଉଚିତ । ହୁଏତ ବଳକା ଖଣି ଗୁଡ଼ିକୁ ଖଣି ବେପାରୀ ମାନଙ୍କୁ ଦିଆ ଯାଇପାରେ । ଏହାଦ୍ୱାରା ରାଜ୍ୟର ବିକାଶ ପ୍ରକି୍ରୟା ତ୍ୱରାନ୍ୱିତ ହେବା ସହ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନ୍ୟପକ୍ଷରେ ଖଣି ବେପାରୀ ମାନେ ସରକାରଙ୍କୁ ରାଜସ୍ୱ ବ୍ୟତୀତ ପ୍ରାୟତଃ ଆଉ କୌଣସି କର ଦିଅନ୍ତି ନାହିଁ କିମ୍ବା କୌଣସି ସାମାଜିକ କାର୍ଯ୍ୟ କରୁଥିବା ଦେଖାଯାଏ ନାହିଁ । ଅଧିକାଂଶ ସମୟରେ ସେମାନେ ଉତୋଳିତ ଖଣିଜ ସଂପଦକୁ ମହଜୁଦ କରି ରଖନ୍ତି ଓ କୃର୍ତିମ ମୂଲ୍ୟ ବୃଦ୍ଧିରେ ସହାୟକ ହୁଅନ୍ତି । ସରକାରୀ ନିୟମ ଅନୁଯାୟୀ ଉତୋଳନର ନିର୍ଦ୍ଧାରିତ ସମୟ ମଧ୍ୟରେ ରପ୍ତାନୀ କରିବାକୁ ହୋଇଥାଏ । ମାତ୍ର ଏହାର ବ୍ୟତିକ୍ରମ ହେଉଥିଲେ ହେଁ ସରକାରଙ୍କ ନିରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।
ପେଲେଟ୍ ଶିଳ୍ପର ଭବିଷ୍ୟତ ଅନ୍ଧାର ଭିତରେ ହଜି ଯିବାକୁ ବସିଥିବା ବେଳେ ଏହା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିର୍ଭରଶୀଳ ସ୍ଥାନୀୟ ଲୋକମାନଙ୍କର ଜୀବନ-ଜୀବୀକା ବିପନ୍ନ ହୋଇଛି । ତଥାପି ରାଜ୍ୟ ଓ ରାଜ୍ୟ ଜନସାଧାରଣଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ନିରବ ରହୁଛନ୍ତି! ଏହା ହିଁ ଓଡ଼ିଶାର ଶାସନ ବ୍ୟବସ୍ଥା । ଏହା ହିଁ ଓଡ଼ିଶାର ଭାଗ୍ୟ ଓ ଭବିଷ୍ୟତ । ଶରତ କୁମାର ରାଉତ

Leave a Reply

Your email address will not be published. Required fields are marked *