ଲୋକପ୍ରତିନିଧି ଓ ଗଣତାନ୍ତ୍ରିକ ବ୍ୟବସ୍ଥା!

ଭାରତୀୟ ରାଜନୀତିରେ ଅପରାଧ ଓ ଭ୍ରଷ୍ଟାଚାର ଏତେ ଅଧିକ ବଢିଯାଇଛି ଯେ, ଦେଶ ପାଇଁ ଯେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟ ଗୁଡିକର ବିକାଶ ଆଶା କରାଯାଉଥିଲା, ତାହା ଏବେ ସ୍ୱପ୍ନ ହୋଇ ଯାଇଛି । ସ୍ୱାଧୀନତାକୁ ନେଇ ବିକାଶର ଉଚ୍ଚପାହାଚ ପର୍ଯ୍ୟନ୍ତ ଗତିକରି ଆସିଥିବା ଭାରତୀୟ ଗଣତନ୍ତ୍ର କେତେକ ତଥାକଥିତ ରାଜନୀତିଜ୍ଞଙ୍କର ଅକ୍ତିଆରରେ ରହିଥିବାରୁ ଭାରତୀୟମାନେ ମଧ୍ୟ ଅନ୍ଧ ଭଳି ସେମାନଙ୍କୁ ସମର୍ଥନ କରି ଆସୁଛନ୍ତି । ଗଣତନ୍ତ୍ରର ଏହି ମନ୍ଦିର ଗୁଡ଼ିକୁ ଆମେ ଯେଉଁ ବ୍ୟକ୍ତିମାନଙ୍କୁ ନିର୍ବାଚିତ କରି ପଠାଉଛୁ, ସେମାନେ ଆମର ପ୍ରତିନିଧି ଓ ପ୍ରବକ୍ତା ମଧ୍ୟ । ଯଦିଓ ଆମ ପ୍ରତିନିଧିଙ୍କ ଭିତରେ ଗଣତାନ୍ତ୍ରିକ ସଂସ୍କାର ଥିବ, ତେବେ ସଂସଦ ବା ବିଧାନସଭାରେ ଲୋକଙ୍କ ଆଶା-ଆକାଂକ୍ଷା, ସୁଖ-ଦୁଃଖ ଏବଂ ଦୃଷ୍ଟିକୋଣ ଗଣତାନ୍ତ୍ରିକ ଢ଼ଙ୍ଗରେ ଉପସ୍ଥାପିତ ହୋଇ ପାରିବ । ମାତ୍ର ବାହୁବଳ, ଅର୍ଥବଳ, ମାଫିଆ ବଳ ଓ କେତେକ କ୍ଷେତ୍ରରେ ମିଡ଼ିଆ ବଳର ବ୍ୟବହାର କରି କେହିଜଣେ ଅତି ସହଜରେ ପ୍ରତିନିଧିତ୍ୱ ହାସଲ କରିପାରୁଛନ୍ତି । ସେହି ପ୍ରତିନିଧିଙ୍କ ଠାରୁ ଗଣତାନ୍ତ୍ରିକ ସଂସ୍କାରବାଦୀ କାର୍ଯ୍ୟ ପ୍ରଣାଳୀର ଆଶା କରାଯିବା ସ୍ୱପ୍ନ ସହ ସମାନ । ଏଥିରେ ମତଦାତା ମାନଙ୍କର ମଧ୍ୟ କିଛି ଭୁଲ୍ ରହିଛି । ସେମାନେ ନିର୍ବାଚନ ସମୟରେ ସହଜରେ ପ୍ରଭାବିତ ହୋଇ ଯାଆନ୍ତି । ଯଦ୍ୱାରା ଅଯୋଗ୍ୟ, ଅପରାଧୀ, ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ପ୍ରତିନିଧି ଭାବେ ନିର୍ବାଚିତ ହୋଇ ଯାଉଛନ୍ତି । ଆମ ଓଡ଼ିଶାରେ ବର୍ତମାନର ବିଧାୟକ ମାନଙ୍କ ମଧ୍ୟରେ ହୁଏତ କିଛି ଲୋକପି୍ରୟ ଥିବାବେଳେ ଆଉ କିଛି ଅଯୋଗ୍ୟ, ଅପରାଧୀ ଓ ଦୁର୍ନୀତିଗ୍ରସ୍ତ ରହିଛନ୍ତି । ଏ ବାବଦରେ ବ୍ୟାପକ ଆଲୋଚନାର ଆବଶ୍ୟକତା ରହିଛି ।
ଅଧିକାଂଶ ଦେଶରେ ଲୋକପ୍ରତିନିଧି ମାନଙ୍କ କାର୍ଯ୍ୟକଳାପ ସଂପର୍କରେ ସେଠାକାର ମିଡ଼ିଆ ନିୟମିତ ଲୋକମାନଙ୍କୁ ସୂଚନା ଦେଇଥାନ୍ତି । ଯଦ୍ୱାରା ଲୋକେ ନିଜର ପ୍ରତିନିଧିଙ୍କ ସଂପର୍କରେ ଜାଣନ୍ତି ଓ ସଚେତନ ହୁଅନ୍ତି । ଏହା ସୁସ୍ଥ ଗଣତନ୍ତ୍ର ପାଇଁ ଅତ୍ୟନ୍ତ ଆବଶ୍ୟକ । ବିଧାୟକ ମାନେ ସାଧାରଣ ଲୋକଙ୍କ ସୁଖ-ଦୁଃଖ ସହିତ କେତେ ଜଡ଼ିତ ଅଛନ୍ତି ବା ତାଙ୍କର ସାମଗ୍ରୀକ କାର୍ଯ୍ୟକଳାପ, ଲୋକପି୍ରୟତା, ରାଜନୀତିକ ଓ ପ୍ରଶାସନିକ ଅଭିଜ୍ଞତା ଆଦିକୁ ସେମାନଙ୍କ ଦକ୍ଷତାର ମାପକାଠି ରୂପେ ନିଆଯାଏ ।
ଏହି କ୍ରମରେ ଅବିଭକ୍ତ ପୁରୀ ଜିଲ୍ଲାର ବିଧାୟକ ମାନଙ୍କ କାର୍ଯ୍ୟକଳାପ ସଂପର୍କରେ ଆଲୋଚନା କରାଯାଇପାରେ । ଜଟଣୀ ବିଧାୟକ ଭାଗିରଥୀ ବଡ଼ଜେନା ବିଜୁ ଜନତା ଦଳ(ବିଜେଡ଼ି) ଟିକଟରେ ପ୍ରଥମେ ୨୦୦୯ ନିର୍ବାଚନରେ ଭୁବନେଶ୍ୱର ଉତର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲା ବେଳେ ୨୦୧୪ରେ ବିଜେଡ଼ି ଟିକଟରେ ଜଟଣୀ ବିଧାନସଭା ଆସନରୁ ନିର୍ବାଚିତ ହୋଇଛନ୍ତି । ଭାଗିରଥୀ ବାବୁ ବିଧାନସଭାର ବିଭିନ୍ନ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟିତ୍ୱ ସଫଳତାର ସହ ତୁଲାଇ ଆସୁଛନ୍ତି । ଏକାମ୍ର ଭୁବନେଶ୍ୱର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ବିଜେଡ଼ି ଟିକଟରେ ନିର୍ବାଚିତ ହୋଇ ୨୦୧୪ ରୁ ଏପର୍ଯ୍ୟନ୍ତ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ସଫଳତାର ସହ ତୁଲାଇ ଆସୁଛନ୍ତି । ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ କୁମାର ମହାନ୍ତି, ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ବେଗୁନିଆ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ, ଚିଲିକା ବିଧାୟକ ବିଭୂତି ଭୁଷଣ ହରିଚନ୍ଦନ ସାଧାରଣ ଲୋକଙ୍କ ସହିତ ଥିଲେ ମଧ୍ୟ ନିଜ ଅଂଚଳରେ ଆଖିଦୃଶିଆ ଉନ୍ନୟନ କାର୍ଯ୍ୟ କରି ପାରି ନଥିବା ସାଧାରଣରେ ଆଲୋଚନା ହେଉଛି । ଜୟଦେବ ବିଧାୟକ ଶଶୀଭୂଷଣ ବେହେରା ପ୍ରଥମେ ବାଲିପାଟଣା ବିଧାନସଭା ଆସନରୁ ୨୦୦୪ରେ ବିଜେଡ଼ି ଟିକଟରେ ନିର୍ବାଚିତ ହୋଇଥିଲା ବେଳେ ୨୦୧୪ରେ ଜୟଦେବ ଆସନରୁ ନିର୍ବାଚିତ ହୋଇଛନ୍ତି । ୨୦୧୭ ମଇ ୭ ତାରିଖରେ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ବେଳେ ଶଶୀ ବାବୁ ରାଜ୍ୟର ଅର୍ଥ ଓ ଅବକାରୀ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ଓ ସେହି ବର୍ଷ ଡ଼ିସେମ୍ବର ୨୨ ତାରିଖରେ ତାଙ୍କୁ ଘରୋଇ ଉଦ୍ୟୋଗ ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆ ଯାଇଥିଲା । ସେ ତାଙ୍କର ଦାୟିତ୍ୱ ତୁଲାଇ ଆସୁଛନ୍ତି । ତେବେ ୨୦୧୦ରେ ଶଶୀବାବୁ ବିଜେଡ଼ି ଟିକଟରେ ରାଜ୍ୟସଭାକୁ ନିର୍ବାଚିତ ହୋଇ ନିଜର କର୍ତବ୍ୟ ସଫଳତାର ସହ ତୁଲାଇଥିଲେ । ଭୁବନେଶ୍ୱର ଉତର ବିଧାୟକ ପି୍ରୟଦର୍ଶି ମିଶ୍ର ପ୍ରଥମ ଥର ପାଇଁ ୨୦୧୪ ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ନିଜ ବିଧାନସଭା କ୍ଷେତ୍ର ସମେତ ଭୁବନେଶ୍ୱର ସ୍ମାର୍ଟ ସିଟୀକୁ ପୂର୍ଣ୍ଣ ବିକଶିତ କରାଇବା ଲକ୍ଷ୍ୟରେ ସେ ନିଜର ଅଭିଯାନ ଚାଲୁ ରଖିଛନ୍ତି । ବହୁପ୍ରତିଭାର ଅଧିକାରୀ ପି୍ରୟଦର୍ଶି ବାବୁ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଥିବା ବେଳେ ଓଡ଼ିଶା ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଏପରିକି ଜଣେ ଅଭିଜ୍ଞ ବିଧାୟକ ଭାବେ ତାଙ୍କର ରାଜନୀତିକ ଓ ବିଧାନସଭା କାର୍ଯ୍ୟଦକ୍ଷତା ତାଙ୍କୁ ଆପେ ରାଜ୍ୟ ରାଜନୀତି ମଂଚରେ ଛିଡ଼ା କରି ଦେଇଛି । ସେ ବିଧାନସଭାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ସଫଳତାର ସହ ତୁଲାଇ ଆସୁଛନ୍ତି । ଉକ୍ରଳ ବିଶ୍ୱବିଦ୍ୟାଳୟ ଆଇନ କଲେଜରେ ଛାତ୍ର ଥିବାବେଳେ ପି୍ରୟଦର୍ଶି ବାବୁ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସକି୍ରୟ ରାଜନୀତିରେ ପାଦ ଦେଇଥିଲେ ଓ ଛାତ୍ର ଜନତା ଦଳର ସଂପାଦକ ପଦରେ ରହି ସଫଳତାର ସହ ନିଜର ଦାୟିତ୍ୱ ନିର୍ବାହ କରିଥିଲେ । ପି୍ରୟଦର୍ଶି ବାବୁ ବିଜେଡ଼ିର ସାଧାରଣ ସଂପାଦକ ଭାବେ ସଫଳତାର ସହ ଦାୟିତ୍ୱ ତୁଲାଇଥିବା ବେଳେ ଦଳୀୟ ବିଭିନ୍ନ କମିଟିର ସଦସ୍ୟ ତଥା ବିଭିନ୍ନ ନିଗମର ଅଧ୍ୟକ୍ଷ ଥିଲେ ଓ ବିଭିନ୍ନ ନିର୍ବାଚନ ବେଳେ ସେ ଦଳୀୟ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିଥିଲେ । ରାଜନୀତି, ସଂସ୍କୃତି ଓ ସମାଜସେବାର ମୂର୍ତିମନ୍ତ ପ୍ରତୀକ ପି୍ରୟଦର୍ଶି ବାବୁଙ୍କର ବହୁମୁଖୀ ଜନସ୍ୱାର୍ଥ ମୂଳକ କାର୍ଯ୍ୟ ଉଲ୍ଲେଖନୀୟ । ରାଜନୀତିରେ ତାଙ୍କର ସ୍ପଷ୍ଟବାଦିତା ଯୋଗୁ ସେ ସାଧାରଣ ଲୋକଙ୍କର ପି୍ରୟଭାଜନ ହୋଇ ପାରିଛନ୍ତି । ସେଥିପାଇଁ ସେ ଜଣେ ଉତ୍ସର୍ଗୀକୃତ ଜନନେତା ବୋଲି କୁହାଯାଉଛି ।
ନୟାଗଡ଼ ବିଧାୟକ ଅରୁଣ ସାହୁ ୨୦୦୪ରୁ ଏପର୍ଯ୍ୟନ୍ତ ୩ ଥର ବିଧାନସଭାକୁ ନିର୍ବାଚିତ ହୋଇ ଆସୁଛନ୍ତି । ସେ ସରକାରୀ ଦଳର ଉପମୁଖ୍ୟ ସଚେତକ, ଶକ୍ତି, ସୂଚନା ଓ ଲୋକ ସଂପର୍କ, ପଂଚାୟତିରାଜ ଏବଂ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ, ରଣପୁର ବିଧାୟକ ରବିନାରାୟଣ ମହାପାତ୍ର ସାଧାରଣ ଲୋକଙ୍କ ସୁଖ-ଦୁଃଖ ସହିତ ଜଡ଼ିତ ଥିବାବେଳେ ନିଜ ଅଂଚଳରେ ବିଜେଡ଼ି ସଂଗଠନକୁ ମଜଭୁତ କରିବାରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ, ନିମାପଡ଼ା ବିଧାୟକ ସମୀର ରଂଜନ ଦାଶ ଓ ବ୍ରହ୍ମଗିରି ବିଧାୟକ ସଂଜୟ ଦାସ ବର୍ମା ଦଳୀୟ ସଂଗଠନକୁ ମଜଭୁତ କରିବାରେ ଲାଗିପଡ଼ିଛନ୍ତି । ପିପିଲି ବିଧାୟକ ପ୍ରଦୀପ ମହାରଥୀ ୧୯୮୫ ରୁ ଏପର୍ଯ୍ୟନ୍ତ ୬ ଥର ବିଧାନସଭାକୁ ନିର୍ବାଚିତ ହୋଇ ବିଭିନ୍ନ ପଦପଦବୀରେ ରହି ସଫଳତାର ସହ କାର୍ଯ୍ୟ କରିଛନ୍ତି । ୨୦୧୧ରେ ସେ ପ୍ରଥମ ଥର ପାଇଁ କୃଷି ମନ୍ତ୍ରୀ ଭାବେ ମାତ୍ର ୮ମାସ ୯ ଦିନ କାର୍ଯ୍ୟ ତୁଲାଇ ଥିଲେ । ୨୦୧୪ରୁ ସେ କୃଷି, ମତ୍ସ୍ୟ ଓ ପଶୁ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲା ବେଳେ ୭ ମଇ ୨୦୧୭ ରୁ ପଂଚାୟତିରାଜ ବିଭାଗ ମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି । ପୁରୀ ବିଧାୟକ ମହେଶ୍ୱର ମହାନ୍ତି ୧୯୯୫ରୁ ଏପର୍ଯ୍ୟନ୍ତ ୫ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୪ ରୁ ୨୦୦୮ ପର୍ଯ୍ୟନ୍ତ ସେ ବିଧାନସଭା ବାଚଷ୍ପତି ଭାବେ କାର୍ଯ୍ୟ ତୁଲାଇଥିଲା ବେଳେ ପରେ ପଂଚାୟତିରାଜ, ସଂସ୍କୃତି ଓ ପର୍ଯ୍ୟଟନ, ଯୋଜନା ଓ ସମନ୍ୱୟ, ଆଇନ ଓ ଏବେ ରାଜସ୍ୱ ବିଭାଗ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ଠାରେ କେତେ ରାଜନୀତିକ ଦକ୍ଷତା ରହିଛି, ରାଜ୍ୟବାସୀ ଜାଣିଛନ୍ତି । ତେବେ ବିଧାୟକ ମାନେ ନିଷ୍ଠାର ସହ କାର୍ଯ୍ୟ କରି ସାଧାରଣ ଲୋକଙ୍କ ପି୍ରୟଭାଜନ ହେଲେ ହିଁ ସମାଜରେ ବାସ୍ତବ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥାଏ । ଶରତ କୁମାର ରାଉତ
ଜନପ୍ରତିନିଧିଙ୍କ କାର୍ଯ୍ୟ ସମୀକ୍ଷାର ବେଳ

Leave a Reply

Your email address will not be published. Required fields are marked *