ନିଯୁକ୍ତି ସୁଯୋଗ ପାଇଁ ଏମ୍ଆଇଇଟିର ଦେଶରେ ସୁନାମ ରହିଛି

ଭୁବନେଶ୍ୱର,(ଓଏନ୍ଏସ୍): ଭାରତ ସମେତ ବିଶ୍ୱରେ ଆଧୂନିକ ବିଜ୍ଞାନ ଓ ଜ୍ଞାନ କୌଶଳ ତଥା ଶିଳ୍ପ ପ୍ରସାରର ଦ୍ରୂତ ଅଗ୍ରଗତି ହୋଇ ଚାଲିଥିବାରୁ ବୈଷୟିକ ଓ ଯନ୍ତ୍ର ବିଜ୍ଞାନ ପ୍ରୟୋଗର ଆବଶ୍ୟକତା ବଢିଚାଲିଛି । ଯେଉଁଥିପାଇଁ କିଛିବର୍ଷ ତଳୁ ଭାରତରେ ବୈଷୟିକ ଶିକ୍ଷାର ଗୁରୁତ୍ୱ ଆଶାତୀତ ଭାବେ ବୃଦ୍ଧି ପାଇଛି । ଓଡ଼ିଶାରେ ଅଭୂତପୂର୍ବ ଶିଳ୍ପ ପ୍ରସାର ହୋଇ ଚାଲିଥିବାବେଳେ ଆଧୁନିକ ବିଜ୍ଞାନ ଜ୍ଞାାନ କୌଶଳରେ ପ୍ରବୀଣ ମାନଙ୍କର ଆବଶ୍ୟକତା ଅନୁଭୂତ ହେଉଛି । ଇତିମଧ୍ୟରେ ରାଜ୍ୟରେ ଅନେକ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇ ସୁଦକ୍ଷ ଯନ୍ତ୍ରୀ ମାନଙ୍କୁ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଦେଶ ବିଦେଶର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କମ୍ପାନୀରେ ଓଡ଼ିଶାର ବିଜ୍ଞାନ ଜ୍ଞାନ କୌଶଳରେ ନିପୁଣ ଯନ୍ତ୍ରୀମାନେ ନିଯୁକ୍ତି ସୁଯୋଗ ପାଇ ଲକ୍ଷାଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି । ଓଡ଼ିଶାରେ ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟରେ ‘ମହାବୀର ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଞ୍ଜିନିୟରିଂ ଏଣ୍ଡ୍ ଟେକ୍ନୋଲୋଜି’ (ଏମ୍ଆଇଇଟି) ଅନ୍ୟତମ । ଏହି ଅନୁଷ୍ଠାନ ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥ କଡ଼ରେ ଏକ ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ୧୦୨ ଏକର ପରିମିତ ଜମି ଉପରେ ପ୍ରତିଷ୍ଠିତ । ଏମ୍ଆଇଇଟିରେ ବିଟେକ୍, ଏମ୍ଟେକ୍,ଏମ୍ବିଏ, ଏମ୍ସିଏ, ଆଇଟି ଆଦି ପାଠ୍ୟକ୍ରମ ରହିଛି । ବିଟେକ୍ରେ ବାୟୋମେଡ଼ିକାଲ୍ ଇଞ୍ଜିନିୟରିଂ, ଇଲୋକ୍ଟ୍ରୋନିକ୍ସ ଆଣ୍ଡ୍ ଟେଲିକମୁ୍ୟନିକେସନ୍ସ ଇଞ୍ଜିନିୟରିଂ, କମ୍ପୁ୍ୟଟର୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ଇନ୍ଫରମେସନ୍, ଟେକ୍ନୋଲୋଜି, ଇଲେକ୍ଟ୍ରିକାଲ୍ ଆଣ୍ଡ୍ ଇଲୋକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ, ଆପ୍ଲାଏଡ଼୍ ଇଲୋକ୍ଟ୍ରୋନିକ୍ସ ଆଣ୍ଡ୍ ଇନ୍ଷ୍ଟ୍ରୁମେଂଟେସନ୍ ଇଞ୍ଜିନିୟରିଂ ଆଦି ପାଠ୍ୟକ୍ରମ ଉପଲବ୍ଧ । ଏମ୍ଟେକ୍ରେ ଇଲୋକ୍ଟ୍ରୋନିକ୍ସ ଏଣ୍ଡ୍ ଟେଲିକମ୍ ଇଞ୍ଜିନିୟରିଂ, କମ୍ପୁ୍ୟଟର୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଭଳି ପାଠ୍ୟକ୍ରମ ରହିଛି । ଦେଶ ବିଦେଶର କେତେକ ପ୍ରମୁଖ କମ୍ପାନୀ ବିଭିନ୍ନ ସମୟରେ ଏମ୍ଆଇଇଟି ପରିସରକୁ ଆସି ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ କ୍ୟାମ୍ପସ୍ ଓ ଅଫ୍-କ୍ୟାମ୍ପସ୍ ଇଂଟରଭୁ୍ୟରେ ଚୟନ କରି ନିଯୁକ୍ତି ଦେଉଛନ୍ତି । ଏହା ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ସର୍ବଦା ଉତ୍ସାହିତ କରିଆସୁଛି । ଏମ୍ଆଇଇଟିର ଶିକ୍ଷାଦାନ ବ୍ୟବସ୍ଥା ଉଚ୍ଚକୋଟୀର । ଏଥିରେ ନିୟୋଜିତ ଅଭିଜ୍ଞ ତଥା ବରିଷ୍ଠ ଅଧ୍ୟାପକ ମାନଙ୍କ ଦ୍ୱାରା ଶିକ୍ଷାଦାନ ବ୍ୟବସ୍ଥା ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ଠାରୁ ଭିନ୍ନ । ଗୁଣାତ୍ମକ ଶିକ୍ଷା ଉପରେ ପ୍ରତ୍ୟକ୍ଷ ଗୁରୁତ୍ୱ ଦିଆଯିବା ସହ ଅଭିଜ୍ଞ ନିଦେ୍ର୍ଦଶକ, ଅଧ୍ୟକ୍ଷ ଓ ଅଧ୍ୟାପକ ମାନଙ୍କ ଦ୍ୱାରା ଶିକ୍ଷାଦାନ କରାଯାଉଛି । ଏଠାରେ ମଧ୍ୟ କେତେକ ସୁଦକ୍ଷ ପିଏଚ୍ଡ଼ି ଡ଼ିଗ୍ରୀଧାରୀ ପ୍ରଫେସର ରହିଥିବାବେଳେ କିଛି ପ୍ରବୀଣ ସହକାରୀ ପ୍ରଫେସର୍ ଓ ଏମ୍ଟେକ୍ ଡ଼ିଗ୍ରୀଧାରୀ ରହିଛନ୍ତି ।
ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ସୃଷ୍ଟି କରାଯାଇଛି । ଅନୁଷ୍ଠାନ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଲକ୍ଜୁରୀ ବସ୍ ସେବା ବ୍ୟବସ୍ଥା ଥିବାବେଳେ ଛାତ୍ର ଓ ଛାତ୍ରୀଙ୍କ ସୁବିଧା ଓ ଦକ୍ଷତା ବୃଦ୍ଧି ପାଇଁ ଅଲଗା ଅଲଗା ହଷ୍ଟେଲ୍, ଦିବାରାତ୍ର ପାଠାଗାର, ଇଂଟରନେଟ୍, ପତ୍ରପତି୍ରକା, ୬୦ହଜାରରୁ ଉଦ୍ଧ୍ୱର୍ ପୁସ୍ତକ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲ ଆଦିର ବ୍ୟବସ୍ଥା ରହିଛି । ଏଥିସହ ଯୋଗ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟକରଣ ବ୍ୟାଙ୍କ୍ ଗୁଡ଼ିକରୁ ଶିକ୍ଷାଋଣ ବ୍ୟବସ୍ଥା, ଜୀବନ ବୀମା, ପ୍ରତ୍ୟକ୍ଷ ଜ୍ଞାନ ବୃଦ୍ଧି ପାଇଁ ଶିଳ୍ପସଂସ୍ଥା ପରିଭ୍ରମଣ(ସୀମିତ), ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କଲ୍ୟାଣ ଯୋଜନା ଭଳି ପ୍ରଚୁର ସୁବିଧା ଏଠାରେ ରହିଛି । ଏହି ଅନୁଷ୍ଠାନର ପାସ୍ହାର ୮୫ରୁ ୯୦ ଶତକଡ଼ା ରହି ଆସୁଥିବାବେଳେ ଅଧିକାଂଶ ଛାତ୍ରଛାତ୍ରୀ ୮.୫ ଏସ୍ଜିପିରୁ ଅଧିକ ରଖୁଛନ୍ତି । ଫଳରେ ଏଠାକାର କ୍ୟାମ୍ପସ୍ ଚୟନ ସନ୍ତୋଷଜନକ ହୋଇପାରୁଛି ।ଏଥିଯୋଗୁ ହିଁ ଏହି ଅନୁଷ୍ଠାନର ସାରା ଦେଶରେ ସୁନାମ ରହିଥିବା କୁହାଯାଉଛି ।

Leave a Reply

Your email address will not be published.