ସେଦିନ ଗାନ୍ଧିବାଦକୁ ରକ୍ଷାକଲେ ପଟେଲ୍!

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
୧୯୩୯ ମସିହାରେ ତ୍ରୀପୁରି ଠାରେ ହୋଇଥିବା ଭାରତୀୟ ଜାତୀୟ କଂଗ୍ରେସର ୫୨ ତମ ଅଧିବେଶନରେ ଗାନ୍ଧି ଓ ଗାନ୍ଧିବାଦ ଏକ ସଙ୍କଟମୟ ମୁହୁର୍ତ ଦେଇ ଗତି କରିଥିଲା । ମନେ ହେଉଥିଲା ଗାନ୍ଧି ଓ ଗାନ୍ଧିବାଦର ବିଲୟ ଘଟିବାକୁ ଆଉ ବେଶି ସମୟ ନାହିଁ । ସେତେବେଳେ କଂଗ୍ରେସରେ ନୂଆ ପିଢିଙ୍କର ଆବିର୍ଭାବ ଘଟିଥିଲା । ସାରା ବିଶ୍ୱରେ କମ୍ୟୁନିଜିମ୍ ଓ ସୋସିଆଲିଜିମ୍ର ଝଡ ବହୁଥିଲା । ନୂଆ ଯୁବକ ମାନେ ତାହାକୁ ନିଜର ଆଦର୍ଶ ବୋଲି ଗ୍ରହଣ କରି ପୁରୁଣା ନେତା ଓ ତାଙ୍କ ମତବାଦକୁ ଅଳିଆ ଗଦାକୁ ଫିଙ୍ଗି ଦେବାକୁ ଆଗେଇ ଆସିଥିଲେ । ଭାରତରେ ମଧ୍ୟ ଏହି ଚିନ୍ତାଧାରାକୁ ନେଇ କଂଗ୍ରେସ ମଧ୍ୟରେ ସମାଜବାଦି ଗୋଷ୍ଠି ନାମରେ ଏକ ଦଳ ସୃଷ୍ଟି ହୋଇଥିଲା । ତାହାର ନେତୃତ୍ୱ ନେଇଥିଲେ ଜବାହାରଲାଲ୍ ନେହେରୁ, ଜୟ ପ୍ରକାଶ ନାରାୟଣ, ଆଚାର୍ଯ୍ୟ ନରେନ୍ଦ୍ରଦେବ ଓ ରାମମନୋହର ଲୋହିଆ । ସେମାନେ ସ୍ଥଳ ବିଶେଷରେ ଗାନ୍ଧିବାଦକୁ ବିରୋଧ କରୁଥିଲେ । ମାତ୍ର ସରଦାର ବଲ୍ଲବଭାଇ ପଟେଲ ସେମାନଙ୍କୁ ବିରୋଧ କରି ଗାନ୍ଧିବାଦକୁ ସୁରକ୍ଷା ଦେଇଥିଲେ ଓ କହୁଥିଲେ, ସମାଜବାଦର ଛଦ୍ମବେଶ ପିନ୍ଧି କମୁ୍ୟନିଷ୍ଟ ମାନେ କଂଗ୍ରେସରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ।
ଏହା ମଧ୍ୟରେ ପୂର୍ବ ଭାରତରେ ଉଦିୟମାନ ନେତା ସୁଭାସଚନ୍ଦ୍ର ବୋଷଙ୍କ ଅଭୁ୍ୟଦୟ ଘଟିଲା । ସ୍ୱାଧିନତା ପାଇବାକୁ ହେଲେ ସଶସ୍ତ୍ର ବିପ୍ଲବ ଯେ ଅପରିହାର୍ଯ୍ୟ ଏହା ସେ ଘୋଷଣା କଲେ । ଭିକ ମାଗିବା ଭଳି ସ୍ୱାଧିନତାକୁ ମଗାଯାଏ ନାହିଁ । ଏହା ପାଇଁ ରକ୍ତ ଦରକାର । ଶକ୍ତି ଦ୍ୱାରା ଏହାକୁ ଆଦାୟ କରାଯାଏ । କଂଗ୍ରେସର କଲିକତା ଅଧିବେଶନରେ ସେ ନିଜର କର୍ମି ମାନଙ୍କୁ ସାମରିକ ପୋଷାକ ପିନ୍ଧାଇ ମାର୍ଚ୍ଚ କରାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେ କଲିକତାର ମେୟର ଓ ୧୯୨୭ ମସିହାରେ କଂଗ୍ରେସର ସଂପାଦକ ହୋଇଥିଲେ । ଦଳ ମଧ୍ୟରୁ ନେହେରୁ ତାଙ୍କୁ ସମର୍ଥର୍ନ କରୁଥିଲେ ଓ ଭାରତର ଯୁବକ ମାନେ ତାଙ୍କୁ ନିଜର ଆଦର୍ଶ ବୋଲି ଗ୍ରହଣ କରିଥିଲେ ।
୧୯୩୮ ମସିହାରେ ଆନ୍ଧ୍ରର ହରିପୁରା ଠାରେ କଂଗ୍ରେସର ବାର୍ଷିକ ଅଧିବେଶନ ବସିଥିଲା । ସେତେବେଳକୁ ବିଭିନ୍ନ ରାଜ୍ୟରେ କଂଗ୍ରେସ ଦଳ ସରକାର ଗଢି ଶାସନ କରୁଥାନ୍ତି । କ୍ଷମତାକୁ ଆସିବା ପରେ ଦଳ ଭିତରେ ଦୁର୍ନିତି ଓ କଳହ ଆରମ୍ଭ ହୋଇଯାଇଥାଏ । ସେଥିପାଇଁ ଗାନ୍ଧି ବିମର୍ଷ ହୋଇ କୈାଣସି ଆନେ୍ଦାଳନ ପନ୍ଥା ଗ୍ରହଣ କରିବାକୁ ପ୍ରସ୍ତୁତ ହୋଇପାରୁ ନଥାନ୍ତି । ଏହି ଅଧିବେଶନରେ ସୁଭାସ ବୋଷଙ୍କୁ କଂଗ୍ରେସର ସଭାପତି ରୁପେ ଗ୍ରହଣ କରାଗଲା । ସେ ସଙ୍ଗେ ସଙ୍ଗେ ଘୋଷଣା କଲେ, କଂଗ୍ରେସର ଦକ୍ଷିଣ ପନ୍ଥି ନେତାମାନେ ଇଂରେଜ ସରକାରଙ୍କ ସହ ସାଲିସ କରି କ୍ଷମତାରେ ରହିବାକୁ ଲାଳାୟିତ ହୋଇଛନ୍ତି । ସେ କିନ୍ତୁ ଆନେ୍ଦାଳନ ପାଇଁ ସରକାରଙ୍କୁ ଏକ ୬ ମାସିଆ ନୋଟିସ ଦେବାକୁ ଚାହାନ୍ତି । ଏହା ଗାନ୍ଧିଙ୍କ ପ୍ରତି ଏକ ପ୍ରତ୍ୟକ୍ଷ ଆହ୍ୱାନ ଥିଲା । ମାତ୍ର ପଟେଲ ଗାନ୍ଧିଙ୍କୁ ରକ୍ଷା କରିବାକୁ ଆଗେଇ ଆସିଲେ । ସେ କହିଲେ, କଂଗ୍ରେସର ସଭାପତି ଏକ ଆଳକଂରିକ ପଦବି ମାତ୍ର । ନୀତି ନିର୍ଧାରଣ ପାଇଁ କଂଗ୍ରେସ କାର୍ଯ୍ୟକାରିଣି ପରିଷଦ (ସି.ଡଲ୍ଲୁ.ସି ଓ ଏ.ଆଇ.ସି.ସି) ହିଁ କ୍ଷମତା ପ୍ରାପ୍ତ ଅନୁଷ୍ଠାନ । ଏମାନଙ୍କ ବିନା ପରାମର୍ଶରେ ସୁଭାସଚନ୍ଦ୍ର ବୋଷ ଯେଉଁ ବିବୃତି ଦେଇଛନ୍ତି ତାହା ପ୍ରତ୍ୟାହାର କରନ୍ତୁ । ବାଧ୍ୟ ହୋଇ ସୁଭାସଚନ୍ଦ୍ର ବୋଷ ତାଙ୍କର ବକ୍ତବ୍ୟ ପ୍ରତ୍ୟାହାର କରିନେଲେ ।
ତାହା ପରବର୍ଷ ୧୯୩୯ରେ ତ୍ରୀପୁରି ଠାରେ କଂଗ୍ରେସ ଅଧିବେଶନ ହେବାକୁ ସ୍ଥିର ହେଲା । ସଭାପତି ନିର୍ବାଚନ ପାଇଁ ମୈାଲାନା ଆଜାଦ୍ ଓ ପଟ୍ଟାଭି ସିତାରାମାୟା ପ୍ରାର୍ଥି ପତ୍ର ଦାଖଲ କଲେ । ଗାନ୍ଧି ଓ ପଟେଲ ମତ ଦେଲେ ଯେ, ସୁଭାସଚନ୍ଦ୍ର ବୋଷ ଆଉଥରେ ପ୍ରାର୍ଥି ହେବା ଉଚିତ ନୁହେଁ । ମାତ୍ର ସୁଭାସଚନ୍ଦ୍ର ବୋଷ ଏହି ଉପଦେଶକୁ କର୍ଣ୍ଣପାତ ନକରି ନିଜର ପ୍ରାର୍ଥିପତ୍ର ଦାଖଲ କଲେ । ତା.୨୧.୦୧.୧୯୩୯ ରିଖ ଦିନ ଘୋଷଣା କଲେ ଯେ, ସେ ସଭାପତି ହେଲେ ଗାନ୍ଧିଙ୍କର ଆପୋସ ନୀତିକୁ ପରିତ୍ୟାଗ କରି ଇଂରେଜ ମାନଙ୍କ ସହ ଦୃଢ ମୁକାବଲା କରିବେ । ତାଙ୍କର ମତକୁ ବିରୋଧ କରି କଂଗ୍ରେସ ଦଳର ଗୋବିନ୍ଦ ବଲ୍ଲବ ପନ୍ଥ ଆଚାର୍ଯ୍ୟ ଜେବିକୃପାଳିନି ଓ ଚକ୍ରବର୍ତି ରାଜଗୋପାଳ ଆଚାରି ଘୋଷଣା କଲେ ଯେ, କୈାଣସି ସଭାପତି ଏ.ଆଇ.ସି.ସି ର ସମ୍ମତି ବିନା କଂଗ୍ରେସର ପନ୍ଥା ବଦଳାଇ ପାରିବ ନାହିଁ ।
ତା.୨୯.୦୧.୧୯୩୯ ଦିନ ସଭାପତି ପଦ ପାଇଁ ନିର୍ବାଚନ ହେଲା । ଗାନ୍ଧିଙ୍କ ନିର୍ଦେଶରେ ମୈଲାନା ସାହେବ ତାଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଲେ । ସୁଭାସଚନ୍ଦ୍ର ବୋଷ ଓ ସିତାରାମାୟାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇ ସୁଭାସ୧୫୮୦ଟି ଭୋଟ ପାଇ ବିଜୟୀ ହେଲେ । ପଟ୍ଟାଭି ୧୩୩୧ଟି ଭୋଟ ପାଇଲେ । ଯେହେତୁ ସେ ଗାନ୍ଧିଙ୍କ ଦ୍ୱାରା ମନୋନିତ ହୋଇଥିଲେ ଗାନ୍ଧି ଏହାକୁ ତାଙ୍କର ପରାଜୟ ବୋଲି ଘୋଷଣା କଲେ ଓ ତାଙ୍କ ନିର୍ଦେଶରେ ୧୩ ଜଣ କଂଗ୍ରେସ କାର୍ଯ୍ୟକାରିଣି ସଭ୍ୟ ଇସ୍ତଫା ଦେଇଦେଲେ । ନିଜ ପସନ୍ଦ ମୁତାବକ ଏକ କମିଟି ଗଠନ ପାଇଁ ଗାନ୍ଧି ସୁଭାଷଙ୍କୁ ଆହ୍ୱାନ ଦେଲେ ।
ମାତ୍ର ବିଶାଳ ବଟବୃକ୍ଷ ତଳେ ପଥିକ ମାନେ ଯେପରି ନିରାପଦରେ ଆଶ୍ରୟ ନିଅନ୍ତି, ସେହିଭଳି ଗାନ୍ଧିଙ୍କୁ ଆଶ୍ରାକରି ଥିବା କଂଗ୍ରେସ କର୍ମିମାନେ ଏଭଳି ଘଟଣା ପାଇଁ ପ୍ରସ୍ତୁତ ନଥିଲେ । ନେହେରୁ ଦୋଦୋପାଂଚ ହୋଇ ଚୂପ ବସିରହିଲେ । ମାତ୍ର ପଟେଲ ଗାନ୍ଧିବାଦକୁ ରକ୍ଷା କରିବାକୁ ଆଗେଇ ଆସିଲେ । ସୁଭାଷଙ୍କ କମିଟିରେ ଯୋଗ ଦେବାକୁ କେହି ରାଜି ହେଲେ ନାହିଁ ।
୧୯୩୯ ମସିହା ମାର୍ଚ୍ଚ ୮ରୁ ୧୨ ପର୍ଯ୍ୟନ୍ତ ତ୍ରୀପୁରିଠାରେ କଂଗ୍ରେସର ୫୨ତମ ଅଧିବେଶନ ଆରମ୍ଭ ହେଲା । ସୁଭାଷ ବୋଷ ଅସୁସ୍ଥ ହୋଇ ଶଯ୍ୟାଶାୟି ଥିବାରୁ ତାଙ୍କର ଏକ ପ୍ରତିମୂର୍ତିକୁ ରଥରେ ବସାଇ ୫୨ଟି ହାତୀ ଦ୍ୱାରା ଟଣା ହୋଇ ସଭାସ୍ଥଳକୁ ଅଣାଗଲା । ସଭାକାର୍ଯ୍ୟ ଆରମ୍ଭ ହେଲା ପରେ ସରଦାର ପଟେଲ ଗାନ୍ଧିଙ୍କ ସପକ୍ଷରେ ଏକ ପ୍ରସ୍ଥାବ ଆଗତ କଲେ । ଯେଉଁଥିରେ କୁହାଗଲା, କଂଗ୍ରେସ ଦଳ ଗାନ୍ଧିଙ୍କ ନେତୃତ୍ୱ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରୁଛି । ତାଙ୍କର ନୀତି ଓ ଆଦର୍ଶକୁ ଅନୁସରଣ କରି ଦଳ ଆଗକୁ ବଢିବ । ଗାନ୍ଧି ସେତେବେଳକୁ ରାଜକୋଟରେ ଅନଶନ କରୁଥାନ୍ତି । ରାଜକୋଟର ଶାସକ ଗାନ୍ଧିଙ୍କ ଦାବି ମାନି ଯିବାରୁ ସେ ଅନଶନ ଭଙ୍ଗ କରିଥାନ୍ତି । ତାଙ୍କର ଛାୟା ଯେପରି ଅଧିବେଶନରେ ଘୁରି ବୁଲୁଥିଲା । ବୋଷଙ୍କୁ ସମର୍ଥନ ଦେବାକୁ ନେହେରୁ ପଛେଇ ଗଲେ । ପଟେଲଙ୍କ ପ୍ରସ୍ତାବ ବହୁ ଭୋଟରେ ଗୃହିତ ହେଲା । ସଭାରେ ସପକ୍ଷ ଓ ବିପକ୍ଷ ହାତାହାତି ହେଲେ । ତାହା ପରଦିନ ସୁଭାଷ ବୋଷଙ୍କୁ ଏକ ଷ୍ଟ୍ରେଚର ମଧ୍ୟରେ ସଭାକୁ ଅଣାଗଲା । ମାତ୍ର ଅବସ୍ଥାର ସୁଧାର ଘଟିଲା ନାହିଁ । ପଟେଲଙ୍କ ଦୃଢ ନେତୃତ୍ୱରେ ଅଧିକାଂଶ କର୍ମି ଗାନ୍ଧିଙ୍କୁ ସମର୍ଥନ କଲେ । ଏଭଳି ଅବସ୍ଥା ଦେଖି ସୁଭାଷ ବୋଷ ନିଜର ଇସ୍ତଫା ପ୍ରଦାନ କଲେ ଓ ଡ଼ ରାଜେନ୍ଦ୍ର ପ୍ରସାଦ ନୂତନ ସଭାପତି ହେଲେ । ପରବର୍ତୀ କାଳରେ ସୁଭାଷ ବୋଷ କଂଗ୍ରେସରେ ରହି ଫରୱାର୍ଡ ବ୍ଲକ ନାମରେ ଏକ ଗୋଷ୍ଠି ସୃଷ୍ଟିକଲେ ଓ କଂଗ୍ରେସର ନୀତିକୁ ବିରୋଧକରି ୯ ଜୁଲାଇ ୧୯୩୯ ଦିନ ଭାରତ ବନ୍ଦ ଡାକରା ଦେଲେ । ସେଥିପାଇଁ ତାଙ୍କୁ ଦଳରୁ ତିନି ବର୍ଷ ପାଇଁ ନିଲମ୍ବନ କରାଗଲା ।
ବିଷିଷ୍ଟ ସମାଜବାଦୀ ନେତା ଏମ.ଏନ୍ ଚୌଧୁରୀ ପଟେଲଙ୍କର ତ୍ରୀପୁରି ଅଧିବେଶନର କାର୍ଯ୍ୟଶୈଳିକୁ ମସ୍କୋର କମୁ୍ୟନିଷ୍ଟ ମହାଅଧିବେଶନରେ ଷ୍ଟାଲିନ୍ଙ୍କ ସହ ତୁଳନା କରିଛନ୍ତି । ଗ୍ରାନାଇଟ ପଥର ଭଳି ଗମ୍ଭିର ମୁଖମଣ୍ଡଳ, ଅଳ୍ପକଥା, ଗଭିର ଅର୍ନ୍ତଭେଦିଦୃଷ୍ଟି ଦ୍ୱାରା ସେ ସଭାରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ସେ ଥିଲେ କଂଗ୍ରେସ ପାର୍ଲାମେଂଟାରି ବୋର୍ଡର ଚେୟାରମ୍ୟାନ୍ । ସମଗ୍ର ଦଳକୁ ସେ ନିୟନ୍ତ୍ରଣ କରୁଥିଲେ । ତାଙ୍କର ପଦ କମ୍ୟୁନିଷ୍ଟ ଦଳର ସେକ୍ରେଟେରି ଜେନେରାଲ ପଦ ସହ ସମାନ ଥିଲା । ମାତ୍ର ପଟେଲ ନିଜର ସମସ୍ତ କ୍ଷମତାକୁ ଗାନ୍ଧିଙ୍କ ପାଦତଳେ ସମର୍ପଣ କରିଦେଇ ସାରା ଜୀବନ ତାଙ୍କର ଆଜ୍ଞାଧିନ ଅନୁଗତ ରୁପେ କାର୍ଯ୍ୟକରିଥିଲେ । କିଛି ଦିନପରେ ୧୯୪୬ ମସିହାରେ ଯେତେବେଳେ କଂଗ୍ରେସ ସଭାପତି ପଦ ସ୍ଥିର ହେଲା, ଗାନ୍ଧି ସମସ୍ତ ପ୍ରାଦେଶିକ ସଭାପତି ମାନଙ୍କ ମତ ଆହ୍ୱାନ କରିଥିଲେ । ୧୨ ଜଣ ପଟେଲଙ୍କ ନାମ ପ୍ରସ୍ତାବ ଦେଲେ, ୩ ଜଣଙ୍କ ମତ ଆଚାର୍ର୍ଯ୍ୟ କୃପାଳିନିଙ୍କ ପକ୍ଷରେ ଥିଲା । ଜାବହାରଲାଲ ନେହେରୁଙ୍କୁ କେହି ପ୍ରସ୍ତାବ ଦେଇନଥିଲେ । ମାତ୍ର ଗାନ୍ଧିଜୀ ପକ୍ଷ ପାତିତା କରି କଂଗ୍ରେସର ସଭାପତି, ନିଜର ଉତରାଧିକାରୀ ଓ ଭାରତର ଭାବି ପ୍ରଧାନମନ୍ତ୍ରୀ ରୁପେ ନେହେରୁଙ୍କୁ ମନୋନିତ କରିଥିଲେ । ଚିର ଅନୁଗତ ପଟେଲ ବିନା ପ୍ରତିବାଦରେ ମୁଣ୍ଡପୋତି ଗାନ୍ଧିଙ୍କର ନିଷ୍ପତିକୁ ଗ୍ରହଣ କରି ତାଙ୍କଠାରୁ କମ୍ ଅଭିଜ୍ଞତା ଓ ବୟସରେ ଯଥେଷ୍ଟ ସାନ ନେହେରୁଙ୍କ ଅଧିନରେ ଉପପ୍ରଧାନମନ୍ତ୍ରୀ ରୁପେ କାର୍ଯ୍ୟ କରିଥିଲେ । ସମସ୍ତ ପ୍ରକାର ଅବିଚାର, ପକ୍ଷପାତିତା ଓ ପ୍ରିୟାପ୍ରିତିକୁ ବହନ କରି ସ୍ୱାଧିନ ଭାରତ ନିଜ ପଥରେ ଆଗେଇ ଚାଲିଲା । ସ୍ୱାଧିନତାର ମାତ୍ର ୪ ମାସ ପରେ ଜାତୀର ପିତାଙ୍କର ମୃତୁ୍ୟ ଘଟିଲା । ଅଢେଇ ବର୍ଷ ପରେ ପଟେଲ ସ୍ୱର୍ଗଗାମି ହେଲେ । ସେହି ସ୍ୱଳ୍ପ ସମୟ ମଧ୍ୟରେ ଖଣ୍ଡ ବିଖଣ୍ଡିତ ଭାରତକୁ ଏକତ୍ରୀକରଣ କରି କାଳ କାଳକୁ ଆମକୁ ଋଣି କରିଦେଲେ ।
ନେହେରୁ ଥିଲେ ଧନିର ସନ୍ତାନ । ତାଙ୍କର ପିତା ମୋତିଲାଲ୍ ନେହେରୁ ଗାନ୍ଧିଙ୍କର ସାଙ୍ଗ ଓ କଂଗ୍ରେସର ଜଣେ ପ୍ରଭାବଶାଳି ନେତାଥିଲେ । ୧୯୨୯ ମସିହାରେ ତାଙ୍କ ପ୍ରଭାବରେ ଗାନ୍ଧି ନେହେରୁଙ୍କୁ କଂଗ୍ରେସର ସଭାପତି କରିଥିଲେ । ତାହା ପରଠାରୁ ନେହେରୁ, ଇନ୍ଦିରାଗାନ୍ଧି, ରାଜିବ ଗାନ୍ଧି, ସୋନିୟା ଗାନ୍ଧି ଓ ରାହୁଳ ଗାନ୍ଧି କଂଗ୍ରେସର ମଙ୍ଗ ଧରିଛନ୍ତି । ଗୋଟିଏ ମହାନ ଦଳ ଏକ ପରିବାରର ହାତ ମୁଠାରେ ବନ୍ଧା ପଡିଛି । ପଟେଲଙ୍କ ମୃତୁ୍ୟପରେ ତାଙ୍କୁ ଭାରତ ରତ୍ନ ଉପାଧି ଦେବା ପାଇଁ ଦେଶକୁ ୧୯୯୧ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଲା । ସେତେବେଳକୁ ପି.ଭି ନରସିଂହ ରାଓ ଥିଲେ ଭାରତର ପ୍ରଧାନ ମନ୍ତ୍ରୀ । ଦେଶର ଆର୍ଥିକ ଅବସ୍ଥାକୁ ବାଟକୁ ଆଣିବାରେ ନରସିଂହ ରାଓଙ୍କ ଅବଦାନ କାଳଜୟୀ ହେଲେ ମଧ୍ୟ ମୃତୁ୍ୟପରେ ତାଙ୍କ ଶବ ସକ୍ରାର ପାଇଁ ଦିଲ୍ଲୀରେ ଅନୁମତି ଦିଆଗଲା ନାହିଁ । ଗାନ୍ଧିଙ୍କର ସେହି ଗୋଟିଏ ଭୁଲ ପାଇଁ ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ ଆମକୁ ତାର ମୁଲ୍ୟ ଦେବାକୁ ପଡୁଛି ଓ ସରଦାର ପଟେଲଙ୍କର ଷ୍ଟାଚୁ୍ୟଅଫ ୟୁନିଟ ମୂର୍ତିର ସ୍ଥାପନ ପାଇଁ ଯେଉଁ ପ୍ରତିବାଦ ହେଉଛି,ଏହା ତାହାର ପ୍ରତିଫଳନ ମାତ୍ର ଓ ତାହା ସୁଚାଇ ଦେଉଛି ଆମ ଦେଶ ବିଦେଶି ମାନଙ୍କର ଗୋଲାମ ହେବା ପାଇଁ କାଳେ କାଳେ ଯୋଗ୍ୟ ଅଟେ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬

Leave a Reply

Your email address will not be published.