ଜିରୋ ପଏଣ୍ଟ ଠାରେ ବିଜେଡିର ୨୧ ତମ ପ୍ରତିଷ୍ଠା ଦିବସ ପାଳିତ

ପାରାଦ୍ୱୀପ, (ଓଏନ୍ଏସ୍): ସ୍ଥାନୀୟ ଜିରୋ ପଏଣ୍ଟ ସ୍ଥିତ କାର୍ଯ୍ୟାଳୟ ପରିସରରେ ବିଜୁ ଜନତା ଦଳର ୨୧ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର ପ୍ରତିଷ୍ଠାତା ତଥା ସଭାପତି ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଦିଲିପ କୁମାର ବେହେରା,ସଭ୍ୟ ନେତ୍ରାନନ୍ଦ ସାମଲ, ଶ୍ରୀ ମିହିରକାନ୍ତ ସାହୁ, ଆଇନଜୀବୀ ଦେବବ୍ରତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ସ୍ୱାଧିନ ଭାରତରେ ବିଜୁ ବାବୁ ଏକମାତ୍ର ବ୍ୟକ୍ତି ଯାହାଙ୍କ ନାମରେ ଏକ ଆଂଚଳିକ ରାଜନୈତିକ ଦଳ ପ୍ରତିଷ୍ଠା ହୋଇ ଦୀର୍ଘ ୧୮ ବର୍ଷ ଧରି ଓଡିଶାର ଶାସନ କ୍ଷେତ୍ରରେ ନିରନ୍ତର ସେବା ଯୋଗାଇ ଆସିଛି । ତାଙ୍କର ସୁପୁତ୍ର ନବୀନ ପଟ୍ଟନାୟକ ଏକ ମାତ୍ର ନେତା ଯିଏ ନିର୍ବାଚନ ରଣାଙ୍ଗନରେ ଅପରାଜୟ । ପୂର୍ବ ଭାରତ ତୈଳ ବିଶୈାଧନାଗାର ଶ୍ରମିକ ସଂଘ ଯେହେତୁ ବିଜୁ ଶ୍ରମିକ ସାମ୍ମୁଖ୍ୟରେ ଯୋଗ ଦେଇଛି ତେଣୁ ଶ୍ରମିକମାନଙ୍କ ପାଇଁ ସମସ୍ତ ସରକାରୀ ସୁବିଧା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ ଆଶା, ଭରସା, ବିଶ୍ୱାସ କରି ସମସ୍ତ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଆସୁଛୁ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି । କାର୍ଯ୍ୟକାରୀ ସଭାପତି ଶ୍ରୀ ବେହେରା ବିଜୁବାବୁ ଓ ନବୀନ ବାବୁଙ୍କ ଗୁଣଗାନ କରି ତାଙ୍କର ସ୍ୱଚ୍ଚ ଶାସନର ଉଚ୍ଚ ପ୍ରଶଂସା କରିଥିଲେ । ଏହି ଉସôବ ଉପଲକ୍ଷେ ରାହାମା, କୁଜଙ୍ଗ, ପାରାଦ୍ୱୀପରେ ଥିବା ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ପ୍ରତିମୁର୍ତଟ୍ଟେର ମାଲ୍ୟାର୍ପଣ କରାଯାଇ ଥିଲା । ଏହି ସଭାରେ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।ୁ

Leave a Reply

Your email address will not be published.