ଭୁବନେଶ୍ୱରରେ ଆନ୍ତର୍ଜାତିକ ହେଳ୍ଥ ମେଡିକନ ସମ୍ମିଳନୀ ହେବ

ଇଣ୍ଡିଆନ ପ୍ରେକ୍ଟୋଲୋଜି ସୋସାସଇଟି ଏବଂ ଓଡିଶା କୃଷି ଓ ବୈଷୟିକ ବିଦ୍ୟାଳୟର ମିଳିତ ଉଦ୍ୟମରେ ଆସନ୍ତା ଜାନୁୟାରି ୨୧ ଏବଂ ୨୨ ତାରିଖରେ ଭୁବନେଶ୍ୱର ଠାରେ ‘ହେଲ୍ଥ ମେଡିକନ-୨୦୧୯’ ନାମରେ ଏକ ଆନ୍ତର୍ଜାତିକ ସ୍ୱାସ୍ଥ୍ୟ ସମ୍ମିଳନୀ ଅନୁଷ୍ଠିତ ହେବ ।’ ଔଷଧ, ପ୍ରଯୁକ୍ତି ଏବଂ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ସଂପର୍କିତ ସର୍ବାଧୁନିକ ବ୍ୟବସ୍ଥା’ ବିଷୟବସ୍ତୁ ସମ୍ବଳିତ ଏହି ସମ୍ମିଳନୀରେ ଦେଶ ବିଦେଶର ବିଶିଷ୍ଟ ବିଶେଷଞମାନେ ଯୋଗଦେବେ ।
ଏଥପାଇଁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି ପ୍ରୋକ୍ଟୋଲୋଜି ସୋସାଇଟିର ସଭାପତି ପ୍ରଫେସର ଡାକ୍ତର ଚତୁର୍ଭୁଜ ଭୂୟାଁ । ଏହି ସମ୍ମିଳନୀରେ ଏଳୋପାଥି, ହୋମିଓପାଥି, ଆୟୁର୍ବେଦ, ଦନ୍ତଚିକିସ୍ôା, ଯୋଗ, ଫାର୍ମାସି, କୃଷି ବିଞାନ, ବନବିଞାନ, ଜୈବଭେଷଜ ଆଦି କ୍ଷେତ୍ରରେକାମ କରୁଥିବା ଗବେଷକ ଓ ବୈଞାନିକମାନେ ଯୋଗଦେବେ ।
କୃଷି ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ଡକ୍ଟର ସୁରେନ୍ଦ୍ର ପଶୁପାଳକଙ୍କ ମୁଖ୍ୟ ପୃଷ୍ଠପୋଷକତାରେ ଏକ ଆୟୋଜନ କମିଟି ଗଠନ କରାଯାଇଛି ବୋଲି ଡାକ୍ତର ଚତୁର୍ଭୁଜ ଭୂୟାଁ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published.