କ୍ଷୁଦ୍ର ବ୍ୟବସାୟିଙ୍କ ପାଇଁ ବୀମା!

ଶସ୍ତାରେ ବୀମାଠାରୁ ଆରମ୍ଭ କରି କମ ସୁଧରେ ଋଣ । ଭୋଟ ପୂର୍ବରୁ କ୍ଷୁଦ୍ର ବ୍ୟବସାୟିଙ୍କୁ ନିଜ ଭୋଟ ବ୍ୟାଙ୍କରେ ବାନ୍ଧି ରଖିବା ପାଇଁ କେନ୍ଦ୍ରସରକାର ଚେଷ୍ଟା କରୁଛନ୍ତି । କାରଣ କ୍ଷୁଦ୍ର ବ୍ୟବସାୟିମାନଙ୍କ ମଧ୍ୟରୁ ଏକ ବୃହତ ଅଂଶ ହେଉଛନ୍ତି ବିଜେପିର ଭୋଟ ବ୍ୟାଙ୍କ । ଏମାନେ ବିମୁଦ୍ରାକରଣଏବଂ ଜିଏସଟିର ପ୍ରଚଳନ ପରେ କେନ୍ଦ୍ର ସରକାରଙ୍କ ୁପରେ କ୍ଷୁବ୍ଧ । ଏମାନଙ୍କ ପାଇଁ ଦୁର୍ଘଟଣା ଜନିତ ବୀମା ଚାଲୁ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି । ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ବେପାରୀଙ୍କୁ ଦିଆଯିବ । ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଉତରପ୍ରଦେଶ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ବୀମା ଯୋଜନାକୁ ଆଧାର କରି ବୀମା ଦିଆଯିବା ସହିତ କମ ସୁଧରେ କ୍ଷୁଦ୍ର ବ୍ୟବସାୟିଙ୍କୁ ଋଣ ଦେବା କଥା ସରକାର ଚିନ୍ତା କରୁଛନ୍ତି ।

Leave a Reply

Your email address will not be published. Required fields are marked *