ମଦୁଆଙ୍କ ଆଡ଼ାସ୍ଥଳୀ ପାଲଟିଛି କେନ୍ଦ୍ରାପଡ଼ା କୃଷି ବିଜ୍ଞାନ କେନ୍ଦ୍ର!

କେନ୍ଦ୍ରାପଡ଼ା,(ଓଏନ୍ଏସ୍): କେନ୍ଦ୍ର ଓ ରାଜ୍ୟ ସରକାର କୃଷକ ମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି କୃଷକ ମାନେ କିପରି ଉନ୍ନତ ମାନର ଚାଷ କରିବେ, ସେଥିପ୍ରତି ଦୃଷ୍ଟି ଦେଉଛନ୍ତି । ମାତ୍ର ସ୍ଥାନୀୟ ଜଜାଙ୍ଗ ଠାରେ ଥିବା କୃଷି ବିଜ୍ଞାନ କେନ୍ଦ୍ରରେ କୃଷି ବୈଜ୍ଞାନିକ ମାନେ ଏଠାରେ ଗବେଷଣା କରିବା ଦୂରର କଥା, କିଛି ମଦ୍ୟପ ଓ ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ଧରି ସଂପୃକ୍ତ ସରକାରୀ କ୍ୱାର୍ଟର୍ସରେ ମଦ ଓ ମାଂସରେ ମାତାଲ ହୋଇ ବିଭିନ୍ନ କାଣ୍ଡ କରୁଥିବା ସାଧାରଣରେ ଆଲୋଚନା ହେଉଛି । ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ, ବହୁ ସମ୍ବେଦନଶୀଳ ଘଟଣା ଲୋକଲୋଚନକୁ ଆସି ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଊଛି । ସେହିପରି ଉକ୍ତ କୃଷି ବିଜ୍ଞାନ କେନ୍ଦ୍ରରେ ନିଯୁକ୍ତ ଜନୈକ କର୍ମଚାରୀ ମାସରେ ମାତ୍ର ୨/୩ ଦିନ ଅଫିସରେ କାର୍ଯ୍ୟକରି ମାସକର ଦରମା କିପରି ପାଉଛନ୍ତି, ତାହା ମଧ୍ୟ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *