ଆଦିବାସୀ ଅଂଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ!

ନବରଙ୍ଗପୁର/ଉମରକୋଟ,(ଓଏନ୍ଏସ୍): ଆଦିବାସୀ ବାସିନ୍ଦା ବହୁଳ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇ ଆସୁଥିଲେ ହେଁ କ୍ରମେ ଏଠରେ ସ୍ୱାସ୍ଥ୍ୟ ସେବାର ଅବନତି ହୋଇ·ଲିଛି । ବର୍ଷସାରା ମାରାତ୍ମକ ସଂକ୍ରାମକ ରୋଗର ପ୍ରାଦୁର୍ଭାବ ଲାଗି ରହୁଛି । ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା ଯୋଗୁ ସଂକ୍ରାମକ ରୋଗକୁ ନିୟନ୍ତ୍ରଣ କରାଯାଇ ପାରୁନାହିଁ । ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର ଅବହେଳା ଓ ମନମୁଖୀ କାର୍ଯ୍ୟ ଯୋଗୁଁ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ବିଫଳ ହୋଇଛି । ଏଠାରେ ଅନେକ ଡ଼ାକ୍ତର ଓ କର୍ମଚରୀ ପଦବି ଖାଲି ପଡ଼ିଥିବାବେଳେ ଅଧିକାରୀ ମାନେ ମିଳିତ ଭାବେ ବିଭିନ୍ନ ଯୋଜନା କାର୍ଯ୍ୟ ଖାତା ପତ୍ରରେ ସୀମିତ ରଖି ପର୍ଯ୍ୟାପ୍ତ ଅର୍ଥ ବାଟମାରଣା କରି·ଲିଛନ୍ତି ଓ ଏଥିଯୋଗୁଁ ଏହି ଅଦିବାସୀ ଅଂଚଳରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ରହିଛି । ଏକ ଅନୁଧ୍ୟାନରୁ ଜଣାପଡିଛି ଯେ, ପୁଜାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଉମରକୋଟ ଜୋନାଲ୍ ହସ୍ପିଟାଲ୍ରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ରୋଗୀ ମାନଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଉ ନଥିବାବେଳେ ସଂପୃକ୍ତ କର୍ତୁପକ୍ଷଙ୍କ ଦ୍ୱାରା ବିଭିନ୍ନ ବେଆଇନ୍ କାର୍ଯ୍ୟ ଓ ଫର୍ଜରୀ ବିଲ୍ କରାଯାଇ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଉଛି । ସ୍ୱାସ୍ଥ୍ୟ ଅଧିକାରୀ ମାନେ ମିଳିତ ଭାବେ ଏଡ୍ସ, ପଲ୍ସ ପୋଲିଓ, ଆରସିଏଚ୍, ଫାଇଲେରିଆ, କୁଷ୍ଠ, ଜନନୀ ଶିଶୁ ସୁରକ୍ଷା ଯୋଜନା, ମମତା ଯୋଜନା, ଆଶା, ମେଲେରିଆ ସର୍ବୋପରି ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନ୍ ଆଦି ଯୋଜନା କାର୍ଯ୍ୟ ଖାତା ପତ୍ରରେ ସୀମିତ ଲକ୍ଷଲକ୍ଷ ଟଙ୍କା ବାଟମାରଣା କରି·ଲିଛନ୍ତି । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନର ବିଭିନ୍ନ କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କା ଅନାବଶ୍ୟକ ଭାବେ ଖର୍ଚ୍ଚ ହେଉଛି । ମାତ୍ର ଜିଲ୍ଲାରେ ସଂକ୍ରାମକ ରୋଗରେ ମରିବା ଲଜ୍ଜାଜନକ । ମିସନ୍ କାର୍ଯ୍ୟ ସଂପର୍କରେ ବ୍ୟାପକ ସମୀକ୍ଷା ହେଉନାହିଁ କି ବିପିଓ ଏବଂ ଡ଼ିପିଏମ୍ଙ୍କ କାର୍ଯ୍ୟ ଉପରେ ଉଚ୍ଚସ୍ତରୀୟ ତଦନ୍ତ ହେଉନାହିଁ । ଏଠାରେ ସରକାରୀ ଆଇନ ଆଦୌ କାର୍ଯ୍ୟକାରୀ ହେଉନାହିଁ । ଅଧିକାଂଶ ଅଂଚଳରେ ଡ଼ାକ୍ତର ଓ କର୍ମଚାରୀମାନେ ନିଜ କର୍ମସ୍ଥଳରେ ରହୁନାହାଁନ୍ତି କି ନିୟମିତ କର୍ତବ୍ୟ କରୁନାହାଁନ୍ତି । ଅସ୍ପଷ୍ଟ ବଦଳି ନୀତି ଓ ଆନୁଷଙ୍ଗିକ ବ୍ୟବସ୍ଥାର ଅଭାବ ଏହାର ମୁଖ୍ୟ କାରଣ । ସ୍ୱାସ୍ଥ୍ୟ ସେବା ଯୋଗାଣକୁ ତ୍ୱରାନ୍ୱିତ ବଦଳରେ କେତେକ ସ୍ୱାସ୍ଥ୍ୟ କର୍ମୀଙ୍କୁ ତୀବ୍ର ମାନସିକ ଯନ୍ତ୍ରଣା ଦିଆଯାଉଥିବା ବେଳେ ବଦଳି ଋତୁରେ ସେମାନଙ୍କୁ ବ୍ଲାକ୍ମେଲିଂ କରାଯାଉଛି । ବଦଳି ଭୟ ଦେଖାଇ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ କର୍ମଚାରୀ ମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଛି । ପ୍ରତ୍ୟେକ ବର୍ଷ ବଦଳି ଋତୁ ଆରମ୍ଭର ୨/୩ ମାସ ତଳୁ କର୍ମଚାରୀ ମାନେ ଆତଙ୍କ ଘେରରେ ରହୁଛନ୍ତି । ଦୀର୍ଘବର୍ଷ ତଳୁ ଦେଖାଯାଇ ଆସିଛି, ପ୍ରତିବର୍ଷ ଜିଲ୍ଲାରେ ଶହଶହ କର୍ମଚାରୀଙ୍କୁ ବଦଳି ଭୟ ଦେଖା ଯାଇଥିଲେ ହେଁ ୧୦ରୁ ୧୫ ଜଣଙ୍କର ବଦଳି ହୋଇଥାଏ । ଏହାର ଅର୍ଥ ବଦଳି ଆଇନ ଏହି ଜିଲ୍ଲାରେ ଆଦୌ କାର୍ଯ୍ୟକାରୀ ହେଉନାହିଁ । ବରଂ ବଦଳି ଭୟ ଦେଖାଇ କର୍ମଚାରୀ ମାନଙ୍କୁ ଶୋଷଣ କରାଯିବା ସହ ସେମାନଙ୍କୁ ମାନସିକ ଚାପ ଭିତରେ ରଖାଯାଉଛି । ଏପରିକି କେତେକ ସ୍ୱାସ୍ଥ୍ୟ ଅଧିକାରୀ ସରକାରୀ ଆଇନ୍ ଉଲଙ୍ଘନ କରି କର୍ମଚାରୀ ଙ୍କର କାଗଜପତ୍ର ଓ ସର୍ଭିସ୍ ବୁକ୍ରେ ଭୁଲ୍ ତଥ୍ୟ ଲେଖୁଥିବା ଅଭିଯୋଗ ହେଉଛି । ଏ ସଂପର୍କରେ କୌଣସି ଉଚ୍ଚସ୍ତରୀୟ ସମୀକ୍ଷା ହେଉନାହିଁ । ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀମାନେ ନିଜ ହେଡ୍ କ୍ୱାର୍ଟରରେ ରହୁ ନଥିବା ବେଳେ ଘରଭଡା ଭତା ସୁପାରିଶ ପାଇଁ ଡିଡିଓ ନିର୍ଦ୍ଦିଷ୍ଟ ପରିମାଣର ଲାଂଚ ନେଉଛନ୍ତି । ଅଧିକାଂଶ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବହୁ ଅସାମ୍ବିଧାନିକ କାର୍ଯ୍ୟ ସଂପର୍କରେ ସାଧାରଣ ଅଭିଯୋଗ ସତ୍ୱେ ସ୍ୱାସ୍ଥ୍ୟ ପ୍ରଶାସନର ନିରବତାର କାରଣ ସନେ୍ଦହ ଘେରକୁ ଆସୁଛି । ଏଭଳି କାର୍ଯ୍ୟ ଯୋଗୁ ଏହି ଜିଲ୍ଲାରେ ସର୍ବଦା ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହେଉଛି । ଏଥିପ୍ରତି ରାଜ୍ୟ ଭିଜିଲାନ୍ସ ଡିଜି, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ଦୃଷ୍ଟି ଦେଇ ଦୁର୍ନୀତି ଗ୍ରସ୍ତ ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି କରାଯାଇଛି । ଓଏନ୍ଏସ୍ ।

Leave a Reply

Your email address will not be published.