ମକରରେ ଗୁରୁଦେବଙ୍କ ଦର୍ଶନ

ନୟାହାଟ, (ଓଏନ୍ଏସ୍): ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରର ପ୍ରତିଷ୍ଠାତା ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଶ୍ରୀବିଗ୍ରହ ପାଦୁକାକୁ ଶହ ଶହ ଭକ୍ତମାନଙ୍କ ଗହଣରେ ପବିତ୍ର ମକର ସଂକ୍ରାନ୍ତି ଦିନ ମହାମନ୍ତ୍ର ‘ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ’ ନାମରେ ଅଂଚଳର ନିପାଣିଆଗଡ, ନରସାିଂହପୁର, ପାଟଣା ନରସିଂହପୁର, ସିଂହପାନିଆ, ବାସୁଦେବ ମନ୍ଦିର, ହାଟଗଳି, ନୟାହାଟ, ବଟ ଗୋସାଇଁ ଓ ମଠସାହି ପ୍ରଭୃତି ଗାଁ ମାନଙ୍କରେ ଆଶ୍ରମର ଅଧ୍ୟକ୍ଷ ବାବାଜୀ ଦାମୋଦର ଦାସଙ୍କ ତତ୍ୱାବଧାନରେ ପରିକ୍ରମା କରାଯାଇଥିଲା । ଗୁରୁଦେବଙ୍କ ନିଦେ୍ର୍ଦଶରେ ବର୍ଷକୁ ଥରେ ଭକ୍ତମାନଙ୍କୁ ଦର୍ଶନ ଦେବା ଲାଗି ସ୍ୱୟଂ ଗୁରୁଦେବ ଏହି ମକର ସଂକ୍ରାନ୍ତି ଦିନ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି । ସେଠାରେ ଭକ୍ତ ଶ୍ରଦ୍ଧାଳୁଙ୍କ ଘରେ ଘରେ କଳସ ଓ ଦୀପ ସନ୍ଧ୍ୟାରେ ଲାଗିଥାଏ । ସମସ୍ତେ ଅପେକ୍ଷାରତ ଥାନ୍ତି ପ୍ରଭୁଙ୍କ ଦର୍ଶନ ଲାଗି । ମକର ଭୋଗ ପ୍ରତ୍ୟେକ ଜାଗାରେ ପୂଜାର୍ଚ୍ଚନା ଓ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା । ଏହି ନିଆରା ପରମ୍ପରାର କାର୍ଯ୍ୟକ୍ରମ ରାତ୍ର ୧୧ ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା । ଦୀର୍ଘ ୭ ମାସ ହେବ ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଜନ୍ମ ଶତବାର୍ଷିକ ମହୋସôବ ଚଳିତ ମାସ ୧୯ ତାରିଖ ଦିନ ପୂରୀ ଶରଧା ବାଲିସ୍ଥିତ ଶ୍ରୀ ରାଧାବଲ୍ଲଭ ସତସଙ୍ଗ ଭବନରେ ଅନୁଷ୍ଠିତ ହେଉଛି । ଏଥରରେ ବହୁ ସାଧୁସନ୍ଥ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ସେବକ ପ୍ରୀତିରଂଜନ ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.