ବିଭିନ୍ନ ଶିକ୍ଷା ଅନୁଷ୍ଠାନରେ ସରସ୍ୱତୀ ପୂଜା ଅନୁଷ୍ଠିତ

ମହାକାଳପଡା, (ଓଏନ୍ଏସ୍): ମହାକାଳପଡା ବ୍ଲକର ସମସ୍ତ ସରକାରୀ ବେସରକାରୀ ବିଦ୍ୟାଳୟ ତଥା ବିଭିନ୍ନ କ୍ଲବ ମାନଙ୍କରେ ମହା ସମାରେହରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କର ପୂଜା ଅର୍ଚ୍ଚନା କରାଯାଇଛି । ମୁଖ୍ୟତଃ ଛାତ୍ରଛାତୀ୍ର ମାନେ ନୂତନ ବସ୍ତ୍ର ପରିଧାନ କରି ମହା ଆନନ୍ଦ ଉଲ୍ଲାସ ଓ ଭକ୍ତି ମୟ ପରିବେଶରେ ମା’ ସରସ୍ୱତୀଙ୍କର ଆରଧନା କରିଛନ୍ତି । ବଜ୍ର ମହାକାଳୀ ଉପ୍ରା ବିଦ୍ୟାଳୟ, ଗୋପିନାଥପୁର ସଂସ୍କୃତ ବିଦ୍ୟାଳୟ, ଗ୍ରାମେଶ୍ୱର ବିଦ୍ୟାଳୟ ନଳଦିଆ, ଗଡରୋମିତର ଚମ୍ପକେଶ୍ୱର ବିଦ୍ୟାଳୟ, ସତ୍ୟ ସାଇ ବିଦ୍ୟା ମନ୍ଦିର ଯଦୁପୁର ଠାରେ ମହାସମାରୋହରେ ମା’ ଙ୍କ ପୂଜା ଉତ୍ସବ ପାଳିତ ହୋଇଯାଇଛି । ପୂଜା ସମାପନ ପରେ ପୁଷ୍ପାଞ୍ଜଳି ପ୍ରଦାନ କରି ମଧ୍ୟାହ୍ନରେ ପ୍ରସାଦ ସେବନ କରି ବିଦ୍ୟାର୍ଥୀମାନେ ମା’ ଙ୍କର କୃପା ସାନିଧ୍ୟ ଲାଭ କରିଥିଲେ । ମା’ଙ୍କ ପୂଜା ପାଇଁ ଗ୍ରାମାଂଚଳ ଆଜି ଚଳ ଚଂଚଳ ହେବା ସହିତ ସଂଧ୍ୟାରେ ବିଭିନ୍ନ କ୍ଲବ ପରିସରରେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published.