ମହିଳାମାନେ ପୁରୁଷଙ୍କ ଭଳି ସମାନ ଅଧିକାର ପାଇବା ଆବଶ୍ୟକ

ଭୁବନେଶ୍ୱର, (ଓଏନ୍ଏସ୍): ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳାମାନେ ବିଭିନ୍ନ ଅଧିକାରରୁ ବଂଚିତ ହେଉଛନ୍ତି । ସବୁବେଳେ ପୁରୁଷ ସମାଜ ମହିଳାଙ୍କ ଉପରେ ନିଜର ଆଧିପତ୍ୟ ବିସ୍ତାର କରିଆସୁଛି । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠା ରେ ନାରୀ ଅବହେଳିତ, ଲୁଣ୍ଠିତ, ନିଷ୍ପେସିତ ଓ ନିର୍ଯ୍ୟାତିତ ହେଉଛି । କେବଳ ସଚେତନତାର ହିଁ ଅଭାବ ରହିଛି । ଯୁବ, ଦେଶ, ରାଷ୍ଟ୍ର, ବ୍ୟକ୍ତି ନିର୍ମାଣର ପ୍ରଚ୍ଛଦ ପଟ୍ଟରେ ନାରୀର ହାତ ରହିଥିଲେ ମଧ୍ୟ ସେ ଅବହେଳିତ ହୋଇ ଆସୁଛି । ତେଣୁ ନାରୀ ସଶକ୍ତିକରଣର ଆବଶ୍ୟକତା ରହିଛି ବୋଲି ଏନ୍.ଏଚ୍.ଆର.ଡି.ଏନ୍ ପକ୍ଷରୁ ପଟିଆ ଠାରେ ଅନୁଷ୍ଠିତ କର୍ମଶାଳାରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ କସୋମର ନିର୍ଦେଶକ ଅନିଲ ବାଜପେୟୀ, ପରିଚୟ ଫାଉଣ୍ଡେସନ୍ର ପ୍ରତିଷ୍ଠାତ୍ରୀ ତଥା ସମାଜସେବୀନି ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର, ମନସ୍ତତ୍ୱବିତ୍ ଅନସୁଲ୍ ବଫାନା, ଇମ୍ଫୋସିସର ଡେଲିଭରି ମ୍ୟାନେଜର ଅମ୍ଳାନ ସାହୁ ପ୍ରମୁଖ ଯୋଗଦେଇ ମହିଳା ମାନଙ୍କ ସାମାଜିକ ସୁରକ୍ଷା, କନ୍ୟାଭୃଣ ହତ୍ୟା, ଲିଙ୍ଗଗତ ସମାନତା ଏବଂ ମହିଳା ମାନଙ୍କ ନିଯୁକ୍ତି ଉପରେ ବିଷଦ ଭାବେ ଆଲୋଚନା କରିଥିଲେ । ଶେଷରେ ଅନୁଷ୍ଠାନର ସଂପାଦକ ଡଃ ସାରଦା ପାଢ଼ି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *