ବିଭିନ୍ନ ଦାବି ନେଇ ଓଡ଼ିଶା କୁମ୍ଭକାର ମହାସଂଘର ବୈଠକ

ଭବନେଶ୍ୱର, (ଓଏନ୍ଏସ୍): ଭୁବନେଶ୍ୱର ସ୍ଥିତ ଏଜି ଛକ ନିକଟରେ ଥିବା ନେହେରୁ ଯୁବ କେନ୍ଦ୍ର ସମ୍ମିଳନୀ କକ୍ଷରେ ଓଡ଼ିଶା କୁମ୍ଭକାର ମହାସଂଘ ପକ୍ଷରୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ସଭାପତି ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସଂଘର ମହାସଚିବ କେଦାର ରଣା, ସମ୍ପାଦକ ଜଇରାମ ସାହୁ, ସମାଜ ସେବୀ ଭାସ୍କର ବେହେରା, କୋଷାଧ୍ୟକ୍ଷ ବିଷ୍ଣୁ ଚରଣ ବେହେରା, କଟକ ଜିଲ୍ଲା ସଂଘର ସମ୍ପାଦକ ରବିନ୍ଦ୍ର ବେହେରା, ଉପଦେଷ୍ଟା ବିଚିତ୍ର ନନ୍ଦ ବେହେରା ପ୍ରମ୍ମୁଖ ବିଭିନ୍ନ ଜିଲ୍ଲାର କର୍ମକର୍ତା ମାନେ ଯୋଗ ଦେଇଥିଲେ । ଏହି ବୈଠକରେ କୁମ୍ଭକାର ପରିବାର ଶିଳ୍ପୀଙ୍କୁ କଳାକାର ଭତା ପ୍ରଦାନ, ନିର୍ମାଣ ଶ୍ରମିକ ମାନ୍ୟତା କୁମ୍ଭକାର ମାନଙ୍କୁ ଭିତିଭୂମୀର ବିକାଶ ଉପରେ ସରକାରୀ ପ୍ରୋସôାହନ ଯୋଗାଇ ଦେବାକୁ ଦାବି କରିଥିଲେ । ତେବେ ରାଜ୍ୟରେ ପ୍ରାୟ ୩୫ଲକ୍ଷ ପରିବାରଙ୍କ କୌଳିକ ବୃତି ଏବେ ସଂକଟରେ ଅଛି ବୋଲି ସଂଘର କର୍ମକର୍ତା ମାନେ କହିଥିଲେ ।

Leave a Reply

Your email address will not be published. Required fields are marked *