ପାରାଦୀପ ୟୁନିଟ୍ ଟ୍ରଷ୍ଟ ତରଫରୁ ଶ୍ରଦ୍ଧାଞ୍ଜଳି

ପାରାଦୀପ, (ଓଏନ୍ଏସ୍): ଜମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ଆହତ ହୋଇଥିବା ବୀର ଯବାନ ମାନଙ୍କ ପାଇଁ ପାରାଦୀପ ୟୁନିଟ୍ ଟ୍ରଷ୍ଟ ସ୍ୱେଚ୍ଛା ସେବୀ ସଂଗଠନ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସହୀଦ ମାନଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି । ଟ୍ରଷ୍ଟର ସଭାପତି ତପନ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ଉପସ୍ଥିତ ରହି ଭାଗବତ ପଡିଆ ପ୍ରାଙ୍ଗଣରେ ପ୍ରଦୀପ ପ୍ରଜ୍ଜ୍ୱୋଳନ କରିଥିଲେ । ଏହି ବର୍ବରୋଚିତ ବିଷ୍ଫୋରଣରେ ଆହତ ହୋଇ ଚିକିସôିତ ହେଉଥିବା ବୀର ଯବାନଙ୍କ ଶିଘ୍ର ଆରୋଗ୍ୟ କାମନା କରିଥିଲେ ।

Leave a Reply

Your email address will not be published.