ଆତଙ୍କବାଦକୁ ବିରୋଧ, ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ୱର,(ଓଏନ୍ଏସ୍): କାଶ୍ମୀର ପୁଲୱାମା ଠାରେ ପ୍ରାଣବଳୀ ଦେଇଥିବା ବୀର ସହିଦ୍ ଜବାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ଏକ ଶ୍ରଦ୍ଧାଞ୍ଜଳୀ ସଭା ଏବଂ କ୍ୟାଣ୍ଡଲ୍ ସୋଭାଯାତ୍ରା ନୀଳାଦ୍ରିବିହାର ଠାରେ ଅନୁଷ୍ଠିତ ହୋଇଯାଇଛି । ଆବାସିକ ସଂଘ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖରପୁର ଜୋନ୍ ଏସିପି ରବି ଶତପଥି, ଥାନା ଅଧିକାରୀ ଦୀପକ ମିଶ୍ର, ଆଇନଜୀବି ମନମୋହନ ପଟ୍ଟନାୟକ, ସଂଘର ସଭାପତି ଅକ୍ଷୟ ମିଶ୍ର, ଯୁବକ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ଆବାସିକ ସଂଘର ସମସ୍ତ ସଦସ୍ୟ ଏବଂ ଉକ୍ତ ଅଂଚଳର ଆବାଳ ବୃଦ୍ଧ ବନୀତା ଯୋଗଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ ।
ଏହି ସଭାରେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ବୀର ଯବାନ୍ମାନଙ୍କ ଉଦେ୍ଦଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାଥନା କରିଯିବା ସଂଗେ ସଂଗେ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସବବେଦନା ଜ୍ଞାପନ କରାଯାଇଥିଲା । ଏଭଳି ଘଡି ସନ୍ଧି ମୁହୁର୍ତରେ ସମସ୍ତ ଦେଶବାସୀ ଏକଜୁଟ୍ ହୋଇ ପାକିସ୍ଥାନ ପ୍ରାୟୋଜିତ ଆତଙ୍କବାଦକୁ ଦୃଢ ବିରୋଧ କରିବାକୁ ମତବ୍ୟକ୍ତ କରିଥିଲେ । ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ବିପଦ ସୃଷ୍ଟି କରୁଥିବା କୌଣସି ଶକ୍ତିକୁ ବରଖାସ୍ତ କରାଯିବ ନାହିଁ ଏବଂ ଦଳମତ ନିର୍ବିଶେଷରେ ଏକଜୁଟ୍ ହୋଇ କଡା ଜବାବ୍ ଦେବାକୁ ସଭାରେ ମତ ପ୍ରକାଶ ପାଇଥିଲା । ଆତଙ୍କବାଦର ଭାଷା ବୁଝୁଥିବା ଓ କହୁଥିବା ଦେଶକୁ ତାରି ଭାଷାରେ ବୁଝେଇବାର ସମୟ ଉପନିତ ହୋଇଛି । ଏଥିପାଇଁ ଦେଶର ପ୍ରତ୍ୟେକ ସୁରକ୍ଷା କର୍ମୀଙ୍କ ସହିତ ଆମ୍ଭେମାନେ ଠିଆ ହେବାକୁ ନିଷ୍ପତି ନେଉଛୁ । ଆପଣମାନେ ଆସନ୍ତୁ ବୋଲି ଦୃଢ କଣ୍ଠରେ ସମସ୍ତେ ଆହ୍ୱାନ ଦେଇଥିଲେ ।

Leave a Reply

Your email address will not be published.