କସ୍ତୁରୀ ପକ୍ଷରୁ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା

ଭୁବନେଶ୍ୱର,(ଓଏନ୍ଏସ୍): ମାତୃଭୂମି ଓ ମାତୃଭାଷା ଉଭୟ ଆମର ଜନନୀ । ଆମେ ତାଙ୍କ ସନ୍ତାନ ହୋଇ ସେବା କରିବା ନିହାତି ଆବଶ୍ୟକ ବୋଲି କସ୍ତୁରୀ ପକ୍ଷରୁ ସୂଚନା ଭବନଠାରେ ଅନୁଷ୍ଠିତ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାକୁ ଉଦଘାଟନ କରିବା ଅବସରରେ ମୁଖ୍ୟଅତିଥି ଏମ୍. କେଶବ ରାଓ କହିଛନ୍ତି । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ସାରଦା ଭାରତୀ ଓ ଚନ୍ଦ୍ରମଣି ବେହେରା ପ୍ରମୁଖ ଯୋଗ ଦେଇ ଶହୀଦ ଯବାନ ମାନେ ମାଟି ମାଆ ପାଇଁ ନିଜକୁ ଉତ୍ସର୍ଗ କରୁଛନ୍ତି । ସେମାନଙ୍କୁ କୋଟି କୋଟି ସଲାମ ଜଣାଇଥିଲେ । ମାଟି ମାଆର ସେବା କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗଦେଇ ଶହୀଦମାନଙ୍କର ଚିତ୍ର ଆଙ୍କିବା ସହିତ ତାଙ୍କ ଉପରେ ବକ୍ତୃତା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସମ୍ପାଦକ ଭାଷ୍କର ଚନ୍ଦ୍ର ନାୟକ (ରାଜା) ପରି•ଳନା କରିଥିଲେ । ଅର୍ପିତା, ଲୁସି, ଫକିରମୋହନ ଓ ବାଦଲ ସହଯୋଗ କରିଥିଲା ବେଳେ ସୁଶ୍ରୀ ଅଙ୍କିତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.