ଆଜାଦ୍ ଭାରତ ମେମୋରିଆଲ କ୍ଲବ ତରଫରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ପାରାଦୀପ,(ଓଏନ୍ଏସ୍): କାଶ୍ମୀରର ଫୁଲୟମା ଠାରେ ବୀର ଗତି ପ୍ରାପ୍ତ ହୋଇଥିବା ୪୪ ଜଣ ବୀର ଅମର ସହିଦଙ୍କ ଉଦେ୍ଧଶ୍ୟରେ ପାରାଦୀପସ୍ଥ ଆଜାଦ୍ ଭାରତ ମେମୋରିଆଲ କ୍ଲବ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପାରାଦୀପ ମୁଖ୍ୟ ଛକ ବଡ ପଡିଆ ଠାରେ ଶତାଧିକ ସଦସ୍ୟ ଉପସ୍ଥିତ ହୋଇ ଏହି ବର୍ବୋରଚିତ ଘଟଣାର ଦୃଢ ନିନ୍ଦା କରିଥିଲେ । ସଂଘର ବରିଷ୍ଠ ସଦସ୍ୟ ଇଂ.ଏମଡି.ଫାଜଲୁର ର୍ହମାନ,ସଭାପତି ଅବଦୁଲ ଆବିଦ ଖାନ୍, କାର୍ଯ୍ୟକାରୀ ସଭାପତି ସେଖ୍.ଇନ୍ତେକାବ ଆଲମ୍,ଉପ ସଭାପତି ଆହତେସାମୁଲ ଖାନ୍,ସଂପାଦକ ସୟଦ ହାଫିଜ ବରି, ଯୁଗ୍ମ ସଂପାଦକ ସେକ୍ ଅବଦୁଲ ସାଦିକ୍, ସହ ସଂପାଦକ ନୌସାଦ ଅଲ୍ଲି, କୋଷାଧ୍ୟକ୍ଷ ୟାକୁବ ଅଲ୍ଲି ଖାନ୍ ଏବଂ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published.