ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର ବ୍ୟସନମୁକ୍ତି ରଥ ଉଦଯାପିତ

ଭୁବନେଶ୍ୱର,(ଓଏନ୍ଏସ୍): ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ବ୍ୟସନମୁକ୍ତ ଭାରତ ଗଠନର ଶପଥ ନେଇ ଲୋକମାନଙ୍କୁ ସଚେତନତା ମାଧ୍ୟମରେ ନିଶା ସେବନରୁ ମୁକ୍ତି କରାଇବା ପାଇଁ ଏକ ରଥ ଭୁବନେଶ୍ୱର ଆଂଚଳିକ କାର୍ଯ୍ୟାଳୟରୁ ଫେବୃୟାରୀ ୩ ତାରିଖରେ ବାହାରିଥିଲା । ଏହି ରଥ ସାରା ଓଡିଶାରେ ବୁଲି ୨୭୫ଟି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ ୨ ଲକ୍ଷ ୪୮ ହଜାର ଛାତ୍ର ଛାତ୍ରୀ ଓ ଜନସାଧାରଣଙ୍କୁ ମାଦକଦ୍ରବ୍ୟ ସେବନ ନ କରିବା ପାଇଁ ସଂକଳ୍ପ କରାଯାଇଥିଲା । ଦକ୍ଷିଣ ପୂର୍ବ ଜୋନ୍ର ସଂଯୋଜକ ବିଚିତ୍ର କୁମାର ସାହୁ, କୃପାସିନ୍ଧୁ ଷଡଙ୍ଗୀ, ଉଦୟନାଥ ପାତ୍ର ଓ ଦିଲ୍ଲୀ ସଂଯୋଜକ ଭଜନଲାଲ୍ ଅଗ୍ରୱାଲଙ୍କ ତତ୍ୱାବଧାନରେ ପରି•ଳିତ ଏହି ରଥକୁ ଓଡିଶାର ପ୍ରତ୍ୟେକ ଜିଲ୍ଲାର ସଂଯୋଜକମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଆଜି କଂଟାବାଞ୍ଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଏହା ଉଦଯାପିତ ହୋଇଥିଲା । ଏଥିରେ ଶ୍ରୀରାମ ଚନ୍ଦ୍ର ସାହୁ, ଶ୍ୟାମସୁନ୍ଦର ମହାପାତ୍ର, ନିରଞ୍ଜନ ପାଣିଗ୍ରାହୀ, ମାଧବ ମରାଠି, ନିଳେନ୍ଦୁ ବେହେରା, ମୋହ ଅଗ୍ରୱାଲ, ଗଣେଶ ସୋନି ଟଙ୍କଧର ମହାନନ୍ଦ, ଅଜୟ ଅଗ୍ରୱାଲ, ଶ୍ରୀକାନ୍ତ ବେହେରା, ସୁବାସ ସିଂ, ସୂର୍ଯ୍ୟ ନାରାୟଣ ବେହେରା ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ ।

Leave a Reply

Your email address will not be published.