ସ୍ୱେଚ୍ଛାସେବୀ ସଂଗଠନ ଭରୋଷା ତରଫରୁ ବୃକ୍ଷ ରୋପଣ

ପାରାଦୀପ, (ଓଏନ୍ଏସ୍): ପାରାଦୀପର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଭରୋଷା ତରଫରୁ ବିଭିନ୍ନ ସ୍ଥାନରେ ୪୫ ଟି ବୃକ୍ଷ ରୋପଣ କରାଯାଇଛି । ପବିତ୍ର ଜାଗର ଯାତ୍ରା ଉପଲକ୍ଷେ ମହାପ୍ରଭୂ ଶିବ ଶଙ୍କରଙ୍କୁ ସୁମରଣା କରି ଆମ୍ବ, ପିଜୁଳି ଏବଂ ଦେବଦାରୁ, ଆକାଶି ପ୍ରଭୃତି ଗଛ ରୋପଣ କରାଯାଇଛି । ସଂଗଠନର ଉପଦେଷ୍ଠା ନଗେନ୍ଦ୍ର କୁମାର ରାଉତ,ସଂପାଦକ ସମୀର ସାହୁ ଏବଂ ପ୍ରତିଷ୍ଠାତା ତଥା ପରିବେଶବିତ୍ ବାମଦେବ ସାହୁ ଙ୍କ ସହିତ ବିଜୁ ମେମୋରିଆଲ ହସ୍ପିଟାଲର କର୍ମଚାରୀ ଦିପକ କୁମାର ଓ ସାଥି ମିଳିତ ହୋଇ ଏହି ମହାନ କାମରେ ସହଯୋଗ କରିଥିଲେ । ପ୍ରତ୍ୟେକ ପୂଜା ପାର୍ବଣ ଏବଂ ମହାନ ତଥିରେ ଏହି ସଂଗଠନ ତରଫରୁ ବୃକ୍ଷ ରୋପଣ କରାଯାଇ ପରିବେଶ ରକ୍ଷା କରିବାରେ ସହାୟତା କରାଯାଉଥିବାରୁ ସ୍ଥାନୀୟ ଅଂଚଳରେ ପ୍ରଶଂସାର ପାତ୍ର ହୋଇପାରିଛି ଏହି ସଂଗଠନ ।

Leave a Reply

Your email address will not be published. Required fields are marked *