ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ତରଫରୁ ଯୁବ ସମାବେଶ

ପାରାଦୀପ, (ଓଏନ୍ଏସ୍): ପାରାଦୀପ ବିଜୁ ମଇଦାନରେ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜୟନ୍ତୀ ଉପଲକ୍ଷେ ବିଶାଳ ଯୁବ ସମାବେଶ ଅନୁଷ୍ଠିତ ହୋଇଯାଇଛି । ପାରାଦୀପ ବିଜେଡି ସଭାପତି ତଥା ବିଜୁ ମେମୋରିଆଲ ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ସୁମନ୍ତ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଯୋଗ ଦାନ କରିଥିଲେ ଜଗତ୍ସିଂହପୁର ସାଂସଦ ଡା.କୁଳମଣି ସାମଲ । ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ହିମାନ୍ସୁ ଶେଖର ଆଚାର୍ଯ୍ୟ ଯୋଗଦେବା ସହ ଶ୍ରମିକ ନେତା ଅନନ୍ତ ଦାସ, ପୈାରାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ଉପାଧ୍ୟକ୍ଷା ପ୍ରଭାତି ନାୟକ, ସୁଶିଲ ମହାପାତ୍ର,ଚପଳା ସ୍ୱାଇଁ, ଆଲୋକ ମହାପାତ୍ର,ସବିତା ମହାପାତ୍ର ଯୋଗଦାନ କରି ବିଜୁବାବୁଙ୍କର ସ୍ମୃତି ଚାରନ କରିଥିଲେ ।

Leave a Reply

Your email address will not be published. Required fields are marked *