ଦୁଇଗୋଷ୍ଠି ମୁହାଁମୁହିଁ, ପିଆଇସିଟି ଅଶାନ୍ତ: ପୁଣି ଗଡିବକି ମୁଣ୍ଡ?

ପାରାଦୀପ, (ଓଏନ୍ଏସ୍): ପାରାଦୀପର ଶିଳ୍ପ ସ୍ଥାପନ ହେଉକି ପରିବହନ ବ୍ୟବସ୍ଥା ହେଉ ଏକଛତ୍ର ରାଜୁତିକି ନେଇ ଅନେକ ସମୟରେ ମୁଣ୍ଡ ଗଡୁଥିବାର ନଜର ଅଛି । ଯାହା ଫଳରେ ବିଗତ ଦିନରେ ଷଣ୍ଢ କୁଦ ନିକଟରୁ କିଛି ଦୂର ବାଲିଟିକିରାରେ ଦିନେ ପୋସ୍କକୁ ନେଇ ଦୁଇ ଗୋଷ୍ଠି ମୁହାଁମୁହିଁ ହୋଇଥିଲେ । ବୋମା ମାଡରେ ଜଣେ ପ୍ରାଣ ହରାଇଥିଲା । ସେହିପରି ପାରାଦୀପ ବନ୍ଦର ଷ୍ଟିଭେଡୋରିଂ ବିବାଦ ମଧ୍ୟରେ ଗୋଟିଏ ସଂସ୍ଥା ମ୍ୟାନେଜରର ଜୀବନ ଗଲା । ଯାହା ଫଳରେ ଏକ ଛତ୍ର କାୟା ବିସ୍ତାର କରିଥିବା ସଂସ୍ଥାର ଦୂର୍ଘ ଅଧ ପତନ ଦିଗକୁ ଗତି କରୁଛି । ସେହିଭଳି ପାରାଦୀପ ଇଣ୍ଟର ନ୍ୟାସନାଲ କାର୍ଗୋ ଟର୍ମିନାଲ (ପିଆଇସିଟି) କ୍ଷେତ୍ରରେ ଦୁଇ ଗୋଷ୍ଠି ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା । ଧିରେ ଧିରେ ଅଶାନ୍ତ ହୋଇ ଉଠିଛି ପାରାଦୀପ । ପ୍ରଶାସନ ପୋଲିସକୁ ନାଲି ଆଖି ଦେଖାଇବା ଢଙ୍ଗରେ ଗୋଟିଏ ମିଳିତ ସଂସ୍ଥା ଜେସିସି ପରିବହନ କରିଥିବା ବେଳେ ଅନ୍ୟ ମିଳିତ ସଂସ୍ଥା ପାରାଦୀପ ଜେସିସି ପ୍ରଶାସନ ଏବଂ ପୋଲିସର ଦ୍ୱାରସ୍ଥ ହୋଇ ହୋଇ ନୟାନ୍ତ ହେଲାଣି । ଯାହା ପାଇଁ ଆଗାମି ୧୫ ତାରିଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ଜିଲ୍ଲା ତଥା ସ୍ଥାନୀୟ ପ୍ରଶାସନକୁ ଲିଖିତ ଜଣାଇଛି । ଏଥି ସହିତ ଏକ ବିଶ୍ୱସ୍ଥ ସୂତ୍ରରୁ ହସ୍ତଗତ ହୋଇଥିବା ତଥ୍ୟ ଆଧାରରେ ଦାଦାଗିରି ଚଳାଇଥିବା ଜେସିସିର ଚେୟାରମ୍ୟାନ ସ୍ଥାନୀୟ ପ୍ରଶାସନ କଥା କୁ ଗ୍ରହଣ ନ କରିବା ଡଙ୍ଗରେ ନିଜର ପତିଆରା ଜାହିର କରି ଚାଲିଛିି । ତେଣୁ ପାରାଦୀପ ଜେସିସି ର ସଦସ୍ୟ ମାନେ ଗାଡି କିସ୍ତି ଭରଣା ନ କରି ପାରି କ୍ରୋଧାନିତ ଅବସ୍ଥାରେ ଦିନ କାଟୁଛନ୍ତି । ଅନ୍ୟ ପକ୍ଷରେ ପାରାଦୀପ ଜେସିସି ବନ୍ଦର ଅଧ୍ୟକ୍ଷ,ଜିଲ୍ଲାପାଳ,ଏସ୍ପି,ପିଆଇସିଟି ଏବଂ ବର୍ତମାନ ପରିବହନରେ ସମିଲ ଥିବା ଟ୍ରାକୁଲା ଏବଂ ଡାରସେଲ ଲଜେଷ୍ଟିକ ର ସିଇଓ ଙ୍କୁ ଲିଖିତ ଜଣାଇବା ସହିତ ଉଚିତ୍ ନ୍ୟାୟ ମିଳିଲେ ପିଆଇସିଟି ଗେଟ୍ ନିକଟରେ କରମର ପରିସ୍ଥିତିରେ ଆଇନକୁ ହାତ ମୁଠାକୁ ନେବା ପାଇଁ ରଣନୀତି ପ୍ରସ୍ତୁତି କରିଥିବା ଜଣା ପଡିଛି । ହେଲେ ପିଆଇସିଟି ଅଧିନରେ କାମ କରୁଥିବା ଦୁଇଟି ସଂସ୍ଥା ଟ୍ରାକୁଲା ଏବଂ ଡାର୍ସେଲ ଲଜେଷ୍ଟିକ୍ ଦୁଇଟି ଆଂଚଳିକ ସମାନ୍ତରାଳ ମିଳିତ ସଂସ୍ଥା ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି କରିବା ପାଇଁ ଯୋରଦାର ମସୁଧା ଚଳାଇ ଥିବା ତଥ୍ୟ ହସ୍ତଗତ ହୋଇଛି । ଉକ୍ତ ଦୁଇ ସଂସ୍ଥାର ଆଂଚଳିକ ପରିଚାଳକ ମାନେ ଗୋଟିଏ ମିଳିତ କମିଟି ଠାରୁ ଅନ୍ଧାରି ହାତ ଛପେଇ କରି ଅଯାଚିତ ଭାବେ ଗୋଟିଏ ସଂସ୍ଥା ମୁହଁରେ ଧୂଳି ଦେଇ ଜଣଙ୍କୁ ମାଲାମାଲ କରି ଚାଲିଛି ତେଣୁ ଦୁଇଟି ସ୍ଥାନୀୟ କମିଟି ସହ ଝାମେଲା କରାଇ ନିଜର ବ୍ୟବସାୟକୁ ବଢାଇବା ପାଇଁ ମସୁଧା କରୁଛି ବୋଲି ଗୋଟିଏ ମିଳିତ କମିଟି ଅଭିଯୋଗ କରିଛି । ଯାହା ଫଳରେ ସ୍ଥାନୀୟ ଏଡିଏମ୍, ପୁଲିସ, ଜିଲ୍ଲାପାଳ, ଏସପି, ଆରଡିସି ତଥା ପରିବହନ ସଚିବଙ୍କ ଦ୍ୱାରସ୍ଥ ହୋଇଛି ଦୀର୍ଘଦିନ ହେବ ପାର୍କିଂରେ ଛିଡା ହୋଇଥିବା ଗାଡିମାଲିକଙ୍କ ମିଳିତ କମିଟି । ଯାହା ଫଳରେ ପିଆଇସିଟିକୁ ନେଇ ପୁଣି ଏକ ବଡ ବିବାଦ ଉଗ୍ରରୂପ ନେବାକୁ କେହି ଅଟକାଇ ପାରିବେନି ବୋଲି ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି । ମାର୍ଚ୍ଚ ୦୧ ତାରିଖ ଠାରୁ ଏଡିଏମ୍ ଙ୍କ କାର୍ଯ୍ୟାଳୟରୁ ଥାନା ଅଧିକାରୀଙ୍କ କାର୍ଯ୍ୟାଳୟକୁ ତଦନ୍ତ କରି ତଥ୍ୟ ଉପସ୍ଥାପନ କରିବାକୁ ନିଦେ୍ର୍ଦଶ ଦିଆ ୍ୟାଇଛି । ଯାହାକୁ ଭାରପ୍ରାପ୍ତ ଥାନା ଅଧିକାରୀ ଚାପି ରଖିଥିବା ଜଣା ପଡିଛି । ତେଣୁ ପାରାଦୀପ ଜେସିସି ସଭ୍ୟଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଦୀର୍ଘ ଏକମାସ ହେବ ପାର୍କିଂରେ ଗାଡି ଛିଡା କରି କିସ୍ତି ଭରଣା କରୁଛନ୍ତି । ଗୋଟିଏ ସଂସ୍ଥା ଭଲ ରୋଜଗାର କରୁଥିବା ବେଳେ ଅନ୍ୟଟି ଦୀର୍ଘଦିନ ଗାଡିର କିସ୍ତି ଭରଣା କରିନ ପାରି ବିବ୍ରତ ହୋଇ ପଡିଛି । ଯାହା ଫଳରେ ପାରାଦୀପ ବନ୍ଦର ପିଆଇସିଟି ଅଂଚଳରେ ଅନ୍ୟଏକ ବଡ ଧରଣର ଗୋଷ୍ଠି କନ୍ଦଳ ଉଗ୍ର ରୂପ ଧାରଣ କରିବା ସହ ଜୀବନ ହାନି ହେବାର ପୂର୍ବାନୁମାନ କରିଛି ସ୍ଥାନୀୟ ଇଣନ୍ଟଲିଜେନ୍ସି ସଂସ୍ଥା । ତେଣୁ ସା୍ଥନୀୟ ପ୍ରଶାସନ,ପିଆଇସିଟି କର୍ତୃୁପକ୍ଷ ଏବଂ ବନ୍ଦର ଅଧିକାରୀ ତୁରନ୍ତ ଘଟଣାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି । ତେଣୁ ଦିନେ ଦୁଇ ଦିନ ମଧ୍ୟରେ ଦୁଇପକ୍ଷଙ୍କୁ ଡକାଇ ଆପୋଷ ବୁଝାମଣା କରିବାକୁ ଏଡିଏମ୍ ତତପରତା ପ୍ରକାଶ କରିଥିବା ଜାଣିବାକୁ ମିଳିଛି ।
ବାପା ମୋବାଇଲ ନଦେବାରୁ ଝିଅର ଆତ୍ମହତ୍ୟା
ପାରାଦୀପ ; ଆଜି ପାରାଦୀପ ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଘଟଣା କ୍ରମ ଅନୁସାରେ ନୂଆ ଗଡର ପୁର୍ଣ୍ଣ ଚନ୍ଦ୍ର ଦାସ ଙ୍କ ଝିଅ ରିଙ୍କି ଦାସ(୧୮) ନିଜ ଓନିରେ ଫାସି ଦେଇଥିଲା । ପୂର୍ଣ୍ଣଚନ୍ଦ୍ର ଏକ ଜରୁରୀ କଥା ପାଇଁ ଝିଅଠାରୁ ମୋବାଇଲ ଆଣି କଥା ହେବା ସମୟରେ ଝିଅ ବିରକ୍ତିରେ ଘର ଭିତରେ କବାଟ ଦେଇ ପସି ଯାଇଥିଲା । ବାପା ଅନ୍ୟ ଜଣଙ୍କ ସହିତ କଥା ହୋଇ ମାତ୍ର କିଛି ଦୂରରେ ଥିବା ବେଳେ ରିଙ୍କି ଆତ୍ମହତ୍ୟା କରିଥିଲା । ଘର କବାଟ ବନ୍ଦ କରି ଝିଅ କାହିଁ ରହିଲା ଭାବି କବାଟ ଭାଙ୍ଗି ଦେଖିଲା ବେଳକୁ ଝିଅ ଓନିରେ ଝୁଲି ପଡିଛି । ପଡିଶା ଙ୍କ ସହାୟତାରେ ବିଜୁ ମେମୋରିଆଲ ହସ୍ପିଟାଲ ଆଣିଥିଲେ । ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published.