ମହାମାୟା ମନ୍ଦିର ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର, (ଓଏନ୍ଏସ୍): ନିଳାଦ୍ରୀବିହାର ସ୍ଥିତ ଓମଫେଡ ବସ୍ତିରେ ମହାମାୟା ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ଆଡମ୍ବରରରେ ଅନୁଷ୍ଠିତ ହୋଇ ଯାଇଛି । କଳଷଯାତ୍ରା, ଅଙ୍କୁରାର୍ପୋଣ, ଯପ, ନାମ ସଂକିର୍ତନ ସହିତ ସଂଧ୍ୟାରେ ପୁର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା । ଏହା ସ୍ଥାନିୟ ଅଂଚଳରେ ଧାର୍ମିକ ବାତାବରଣ ସୃଷ୍ଟି କରିଥିଲା ।ଏହି କାର୍ଯ୍ୟକ୍ରମରେ ପୁର୍ବତନ ମେୟର ତଥା ବର୍ତମାନର ବିଡିଏ ଅଧ୍ୟକ୍ଷ ଅନନ୍ତ ନାରାୟଣ ଜେନା,ପୁର୍ବତନ କର୍ପୋରେଟର ଦେବି ପ୍ରସାଦ ମଲିକ, ସଂଜୟ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଓମଫେଡ୍ ବସ୍ତିର ସମସ୍ତ ବସ୍ତି ବାସିନ୍ଦା ମାଁଙ୍କ ପ୍ରଙ୍ଗଣରେ ଉପସ୍ଥିତ ରହି ଆଶିର୍ବାଦ ଗ୍ରହଣ କରିବା ସହ ପ୍ରସାଦ ସେବନ କରିଥିଲେ । ଏହି ଉତ୍ସବ କୁ ସଭାପତି ଦୟାନିଧି ସ୍ୱାଇଁ ଓ ସମ୍ପାଦକ ସୁଶାନ୍ତ ନାୟକ ପରିଚାଳନା କରିଥିଲେ ।

Leave a Reply

Your email address will not be published.