ମନ୍ଦିର ଏବଂ ବିଜୁ ମେଡିକାଲ ରୋଡ ଅବରୋଧ: ଥାନାରେ ଏତଲା

ପାରାଦୀ, (ଓଏନ୍ଏସ୍): ପାରାଦୀପ ବନ୍ଦର ମୁଖ୍ୟ ଦ୍ୱାର ନିକଟରେ ଥିବା ମା ଦକ୍ଷିଣକାଳୀ ମନ୍ଦିର ଏବଂ ସ୍ଥାନୀୟ ଜନସାଧାରଣଙ୍କ ଏକ ମାତ୍ର ସାହା ଭରସା ବିଜୁ ମେମୋରିଆଲ ମେଡିକାଲ ରାସ୍ତା ସଂମ୍ପୁର୍ଣ୍ଣ ଅବରୋଧ ହୋଇ ରହୁଛି । ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ରାସ୍ତାରେ ମଦ୍ୟପଙ୍କ ଭିଡ ଲାଗିବା ସହିତ ତିନି ଚକିଆ ଚାରିଚକିଅ ଗାଡି ଗୁଡିକ ଦୀର୍ଘ ସମୟ ଧରି ଛିଡା ହୋଇ ରହୁଛନ୍ତି । ଯାହା ଫଳରେ ରୋଗୀ, ଆମ୍ବୁଲାନ୍ସ ଡାକ୍ତରଖାନା ଯିବାରେ ନାହିଁ ନଥିବା ଅସୁବିଧା ପରି ଲକ୍ଷିତ ହେଉଛି । ମଦ୍ୟପଙ୍କ ଦୈାରାତ୍ମ ଦୃଷ୍ଟିରୁ ମହିଳା , ତଥା ଭକ୍ତମାନେ ରାସ୍ତାରେ ଚାଲି ପାରୁ ନାହାନ୍ତି । ନିକଟରେ ପାରାଦୀପ ପୈାର ପାଳିକା ତରଫରୁ ଡଷ୍ଟବିନ୍ ଏଭଳି ଭାବେ ତିଆରୀ ହୋଇଛି ଯାହା ଉପରେ ଦିନ ତମାମ ମଦୁଆଙ୍କ ଆଖଡା ଚାଲୁଛି । ନିଶା ପାନ କରିବା ପରେ ଅସଭ୍ୟ ଭାଷାରେ ଗାଳି କରୁଛନ୍ତି । ଏମିତିକି ପୁଲିସ କର୍ମଚାରୀ ଜଦି ଜଣେ କିଏ ଆସେ ତେବେ ସେବି ନିସ୍ତାର ପାଉନାହି ସେହି ସ୍ଥାନରେ । ତତ୍ ସହିତ ରାତିରେ ମନ୍ଦିର ହତାରେ ଥିବା ମୂଲ୍ୟବାନ ସାଗୁଆନ ଗଛରେ କିଏ ନିଆଁ ଲଗାଇ ଦେଉଛି । ମନ୍ଦିର ପାଚେରୀକୁ ଭାଙ୍ଗି ଦିଆଯାଇଛି । ମନ୍ଦିରର ଇଣ୍ଟରିମ୍ ଟ୍ରଷ୍ଟି ଭାବେ ତହସିଲଦାର କୁଜଙ୍ଗ ଦାଇତ୍ୱରେ ଥାଇ ମଧ୍ୟ ମନ୍ଦିର ପରିଶରରେ ମଦୁଆଙ୍କ ଆଖଡା ଚାଲୁଛି । ଫଳରେ ଆଜି ଅଠରବାଙ୍କୀ ବଣିକ ସଂଘ ତରଫରୁ ଉକ୍ତ ରାସ୍ତାକୁ ଅସ୍ଥାୟୀ ଅବରୋଧ ହଟାଇବା ସହିତ ମଦୁଆଙ୍କ ପ୍ରଭାବକୁ ଦୂର କରିବାକୁ ଥାନାରେ ଲିଖିତ ଦରଖାସ୍ତ ଦିଆଯାଇଛି । ସଭାପତି ଗୋକୁଳା ନନ୍ଦ ତରାଇ, ସଂପାଦକ ନଗେନ୍ଦ୍ର ରାଉତ, ଉପସଭାପତି ଚିତରଞ୍ଜନ ମଲ୍ଲିକ, ବାମଦେବ ସାହୁ ବଜାର ତରଫରୁ ଥାନା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେଣୁ ତୁରନ୍ତ ମେଡିକାଲ ରୋଡକୁ ଅବରୋଧ ହଟାଇ ରୋଗୀ,ଭକ୍ତମାନଙ୍କୁ ସୁରକ୍ଷୀତ ଦର୍ଶନ ପାଇଁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *