ଉତର ଭୁବନେଶ୍ୱରରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଓଏନ୍ଏସ୍): ଉତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ୧୪ ନମ୍ବର ୱାର୍ଡ ନୀଳାଦ୍ରି ବିହାର ଠାରେ ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ କର୍ପୋରେଟର ଦେବୀ ପ୍ରସାଦ ମଲ୍ଲିକଙ୍କ ଆହ୍ୱାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଶାସନିକ ଅଧିକାରୀ ତଥା ବିଜେଡିର ଆଶାୟୀ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ପୂର୍ବତନ କର୍ପୋରେଟର ପ୍ରେମାନନ୍ଦ ଜେନା, ନିର୍ମଳ ରାଉତ, ସଂଜୟ ସେଠୀ, ସୌଭାଗ୍ୟ ବାରିକ, ସମାଜସେବୀ ଧରିତ୍ରୀ ପାଇଟଳ ଓ ଯୁବବାହିନୀର ସଭାପତି ଅଂଶୁମାନ ଦାସ ପ୍ରମୁଖ ଯୋଗଦାନ କରି ନବୀନ ପଟ୍ଟନାୟକ ବିଭିନ୍ନ ଯୋଜନା ସମ୍ବନ୍ଧରେ ଲୋକମାନଙ୍କୁ ବୁଝାଇଥିଲେ । ଈଶାନେଶ୍ୱର ବସ୍ତି ଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ବସ୍ତି ମୁରବୀ, ସ୍ୱୟଂ ସହାୟିକା ଗୋଷ୍ଠୀ, ମହିଳା କର୍ମୀ ଓ ବିଜୁ ଯୁବ ବାହିନୀର ସଦସ୍ୟ ମାନେ ଉପସ୍ଥିତ ରହି ଦୁଆର ଦୁଆର ବୁଲି ଶଙ୍ଖ ଚିହ୍ନ ପ୍ରଦାନ କରିଥିଲେ । ଏହା ପରେ ଆଦର୍ଶ ବସ୍ତି, ହରେକୃଷ୍ଣ ନଗର, ପଣ୍ଡା ପାର୍କ, ଓମ୍ଫେଡ ବସ୍ତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସମସ୍ତ ବସ୍ତିର ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ ।

Leave a Reply

Your email address will not be published.