ଓଡ଼ିଶା ରାଜନୀତିରେ ଅସହିଷ୍ନୁତା!

ବିଜେଡିରୁ ବହିସ୍କୃତ ପୂର୍ବତନ ସାଂସଦ ତଥା ଇମ୍ଫା ଶିଳ୍ପ ଗୃପର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ବା ଜୟ ପଣ୍ଡାଙ୍କର ରାଷ୍ଟ୍ରିୟ ବିଜେପି ଦଳରେ ଯୋଗଦାନ ଏକ ପୁରୁଣା ଅଧ୍ୟାୟର ପରିସମାପ୍ତି ଘଟାଇ ଅଛି । ଯେଉଁ ଅଧ୍ୟାୟଟି ସମାପ୍ତ ହେଲା ତାହା ହେଉଛି ରାଜନୈତିକ ପ୍ରତିହିଂସାର ଅଧ୍ୟାୟ । ବର୍ତମାନ ଜୟ ପଣ୍ଡାଙ୍କ ପଛରେ ରହିଲା କେନ୍ଦ୍ରକୁ ଶାସନ କରୁଥିବା ବିଜେପି ଦଳ । ତେଣୁ ତାଙ୍କ ପ୍ରତି ପ୍ରତିହିଂସା ଆଚରଣ କଲା ପୂର୍ବରୁ ଏଣିକି ପ୍ରତିହିଂସାର ନାୟକଙ୍କୁ ଶହେ ଥର ଭାବିବାକୁ ପଡିବ ।
ରାଜନୈତିକ ଅସୁୟା ଭାବ ଯେ କେତେ ଭୟଙ୍କର ତାହା ବିଗତ କେତେ ବର୍ଷ ମଧ୍ୟରେ ଶ୍ରୀଯୁକ୍ତ ପଣ୍ଡାଙ୍କ ଭାଗ୍ୟରେ ଘଟି ଯାଇଛି । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ମୁକ୍ତ ଗଣ ମାଧ୍ୟମ ଓ ନିରପେକ୍ଷ ବିଚାର ବିଭାଗର ସତର୍କ ଦୃଷ୍ଟି ସତ୍ୱେ ତାଙ୍କ ଭଳି ଜଣେ ଧନି ମାନି ବ୍ୟକ୍ତିଙ୍କୁ ଅପଦସ୍ତ କରିବାକୁ ଯେଭଳି ବାରମ୍ବାର ଚେଷ୍ଟା କରାଗଲା ତାହା ଗଣତନ୍ତ୍ର ଇତିହାସରେ ଏକ କଳା ଦାଗ ରୁପେ ସବୁଦିନ ପାଇଁ ରହିଗଲା । ସମ୍ବିଧାନ ପ୍ରଣୟନ କଲାବେଳେ ଏହାର କର୍ତା ମାନେ ଆଶଂକା କରିଥିଲେ ଯେ ନିରଂକୁଶ ସଂଖ୍ୟା ଗରିଷ୍ଠତା ଭବିଷ୍ୟତରେ ସ୍ୱେଚ୍ଛାଚାରିତାର ଜନ୍ମ ଦେଇପାରେ । ଏହି ଆଶଂକା ତାଙ୍କୁ ସମ୍ବିଧାନରେ ନାନା ପ୍ରକାର ଚେକ୍ ଓ ବ୍ୟାଲାନ୍ସ ରଖିବାକୁ ବାଧ୍ୟ କରିଥିଲା । ସେମାନେ ଆଜି ସ୍ୱର୍ଗରେ ଥାଇ ଦେଖୁଥିବେ ତାଙ୍କର ସବୁ ଚେଷ୍ଟା ସତ୍ୱେ ଗଣତନ୍ତ୍ରରୁ ସ୍ୱେଚ୍ଛାଚାରିତାର ଜନ୍ମ ନେଇପାରେ ।
ଜୟ ପଣ୍ଡା ହେଉଛନ୍ତି ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ବଂଶିଧର ପଣ୍ଡଙ୍କା ସୁପୁତ୍ର । ଓଡ଼ିଶାର ବିଶିଷ୍ଟ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସାହାଯ୍ୟ ଓ ପ୍ରୋସôାହନରେ ଓଡ଼ିଶାରେ ଶିଳ୍ପାୟନ ପାଇଁ ସେ ରାୟଗଡା ନିକଟସ୍ଥ ଥିରୁଭାଲି ଠାରେ ଫେରୋଆଲୱେ ବା ଇମ୍ଫା ଶିଳ୍ପ ପ୍ରତିଷ୍ଠା କରିଥିଲେ । ଯାହା ସୁରୁଖୁରୁରେ ଏପର୍ଯ୍ୟନ୍ତ ଚାଲି ଅନେକ ଲୋକଙ୍କୁ ଜୀବିକା ଯୋଗାଉଅଛି । ବିଜୁ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ଚøଦ୍ୱାରର କଳିଙ୍ଗ ଟୁ୍ୟବ୍ସ କାରଖାନାଟି ରୁଗ୍ଣ ହୋଇଗଲା ପରେ ଶ୍ରୀଯୁକ୍ତ ପଣ୍ଡା ଏହାକୁ କିଣି ଇମ୍ଫା ଗୃପରେ ଯୋଡି ସେଠାରେ ଏକ ଚାର୍ଜ କ୍ରୋମ କାରଖାନା ଓ କ୍ୟାପ୍ପଟିଭ ପାୱାର ପ୍ଲାଂଟ ପ୍ରତିଷ୍ଠା କରିଛନ୍ତି । ଉଭୟ ପରିବାରର ବନ୍ଧୁତ୍ୱ ସ୍ୱରୁପ ବଂଶି ପଣ୍ଡାଙ୍କ ସହ ଧର୍ମିଣି ଇଲ୍ଲା ପଣ୍ଡାଙ୍କୁ ବିଜୁ ବାବୁ ରାଜ୍ୟ ସଭାକୁ ପଠାଇ ଥିଲେ ।
ଏହା ମଧ୍ୟରେ ସମୟ ବଦଳି ଗଲା । ୧୯୯୭ ମସିହାରେ ବିଜୁ ବାବୁଙ୍କର ଦେହାନ୍ତ ହେଲା । ସାରା ରାଜ୍ୟରେ ବିଜୁ ବାବୁଙ୍କ ପାଇଁ ଅସମ୍ଭବ ଅନୁକମ୍ପାର ଝଲକ ଦେଖିବାକୁ ମିଳିଲା । ଏହି ସମବେଦନାକୁ ପାଣ୍ଠି କରି ବିଜୁ ଅନୁଗାମି ମାନେ ଓଡ଼ିଆ ଜାଣି ନଥିବା ଓ ରାଜନିତିର ରା’ ଜାଣି ନଥିବା ବିଜୁ ବାବୁଙ୍କ ଦ୍ୱୀତିୟ ପୁତ୍ର ନବୀନ ପଟ୍ଟନାୟକଙ୍କୁ ଆମନ୍ତ୍ରଣ କରି ବିଜୁ ଜନତା ଦଳ ନାମରେ ଏକ ନୂତନ ଆଂଚଳିକ ଦଳ ଗଠନ କଲେ । ଏହି ଦଳ ପଛରେ ତତôକାଳିନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କର ଶୁଭେଚ୍ଛା ଥିଲା ଓ ସେଥିପାଇଁ ସେ ନବାଗତ ନବୀନ ବାବୁଙ୍କୁ ଏକା ଥରକେ କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ପଦ ଦେଇଦେଲେ ।
୨୦୦୦ ମସିହାରେ ଓଡ଼ିଶାରେ ବିଧାନ ସଭା ନିର୍ବାଚନ ହେଲା । ବାଜପେୟୀଙ୍କ ଆର୍ଶିବାଦରେ ବିଜେପି ବିଜେଡି ଦଳ ମେଂଟ କରି ନିର୍ବାଚନ ଲଢିଲେ ଓ ସଫଳତା ପାଇଲେ । ଦୁଇ ଥର ସରକାର ଗଢିଲା ପରେ ନବୀନ ବାବୁ ବିଜେପି ଦଳକୁ ସାଂପ୍ରଦାୟିକ ଦଳ ଆଖ୍ୟା ଦେଇ ମେଂଟରୁ ବହିଷ୍କାର କଲେ ଓ ୨୦୦୯ ଓ ୨୦୧୪ ନିର୍ବାଚନ ଏକୁଟିଆ ଲଢି ନିରଂକୁଶ ସଖ୍ୟା ଗରିଷ୍ଠତା ହାସଲ କଲେ । ବର୍ତମାନ ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚି ଗଲାଣି ।
ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆରମ୍ଭରୁ ନବୀନ ବାବୁଙ୍କ ସାଥୀରେ ରହି କେନ୍ଦା୍ରପଡା ସଂସଦିୟ କ୍ଷେତ୍ରରୁ ଲୋକସଭାକୁ ଯାଇଥିଲେ ଓ ସେଠାରେ ଆଦର୍ଶ ସାଂସଦ ରୁପେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ନିଜର ଅମାୟିକ ବ୍ୟକ୍ତିତ୍ୱ ଯୋଗୁଁ ଅଳ୍ପ ଦିନ ମଧ୍ୟରେ କେନ୍ଦ୍ରାପଡାର ଘରେ ଘରେ ସେ ପରିଚିତ ହୋଇଗଲେ । ରାଜନିତି ତାଙ୍କର ପେଶା ନଥିଲା । ତାଙ୍କ ପଛରେ ଟାଉଟର ଓ ଖଚକୁହା ଲୋକ ଭିଡ କରୁନଥିଲେ । ଅନ୍ୟ ମାନଙ୍କ ଭଳି ଚାନ୍ଦା ଓ ପିସି ନେଇ ଅଫିସରକୁ ବଦଳି କରିବା ପାଇଁ ସେ ରାଜନିତିକୁ ମାଧ୍ୟମ କରିନଥିଲେ । ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ସେ ଆପଦ ବିପଦରେ ପହଂଚି ଯାଉଥିଲେ, ହାତ ଖୋଲା ସାହାଯ୍ୟ ଦେଉଥିଲେ । କେନ୍ଦ୍ରାପଡା ଅଂଚଳର ବହୁ ଲୋକ ମଧ୍ୟ ପ୍ରାଚ୍ୟକୁ ଯାଇ ସେଠାରେ ଜୀବିକା ଅର୍ଜନ କରୁଥିଲେ । ସେମାନଙ୍କ ଆପଦ ବିପଦରେ ସେ ବୈଦେଶିକ ବିଭାଗ ସହ ଯୋଗ ସୁତ୍ର ରଖି ସମସ୍ତଙ୍କୁ ସାହାଯ୍ୟ କରୁଥିଲେ । ଇମ୍ଫା ଟ୍ରଷ୍ଟ ପକ୍ଷରୁ ରୋଗ ଦୁର୍ଘଟଣା ବେଳେ ସେ ଆର୍ଥିକ ସହାୟତା ପ୍ରଦାନ କରୁଥିଲେ । କେନ୍ଦ୍ରାପଡା ଅଧିବାସୀଙ୍କ ପାଇଁ ଆଶା ଓ ଭରସାର ଏକ ଧୁ୍ରବତାରା ସେ ପାଲଟି ଯାଇଥିଲେ ଓ ତାଙ୍କର ଲୋକପ୍ରିୟତା ଦଳ ଉପରେ ନିର୍ଭର ନକରି ଦିନକୁ ଦିନ ବଢି ଚାଲିଥିଲା । ଏହା ହିଁ ତାଙ୍କ ପାଇଁ କାଳ ହେଲା ।
ଶ୍ରୀଯୁକ୍ତ ପଣ୍ଡାଙ୍କ ହାତରେ ଏକ ଶକ୍ତିଶାଳି ଗଣ ମାଧ୍ୟମ ରହିଥିଲା । ତାଙ୍କ ଦ୍ୱାରା ପରିଚାଳିତ ଇଲ୍ଲା ପଣ୍ଡା ଫାଉଣ୍ଡେସନ ଓ ଇମ୍ଫା ଟ୍ରଷ୍ଟ ତରଫରୁ ବର୍ଷ ସାରା ସେ ବିଭିନ୍ନ ସ୍ତରରେ ଉକର୍ଷ ଲାଭ କରିଥିବା ବ୍ୟକ୍ତି ମାନଙ୍କୁ ଅଜସ୍ର ଅର୍ଥ ରାଶି ପୁରସ୍କାର ପ୍ରଦାନ କରୁଥିଲେ । କେନ୍ଦ୍ର ବିଜେପି ସରକାର ସହିତ ସୁସମ୍ପର୍କ ଯୋଗୁଁ ଅନେକ ଗୁରୁତ୍ୱପୂଣ୍ଣ କମିଟିର ସଦସ୍ୟ ହେବାର ଓ ବିଦେଶ ଯାତ୍ରର ସୁଯୋଗ ପାଉଥିଲେ ଓ ତାଙ୍କ ନିଜ ଅଗୋଚରରେ ସେ ଓଡ଼ିଶାର ଏକ ଭବିଷ୍ୟତ କ୍ଷମତା ବିନ୍ଦୁ ହେବାର ସମ୍ଭାବନାକୁ ଚାଲି ଆସିଥିଲେ ।
ବିଜେଡି ରାଜନିତିରେ ନବୀନ ବାବୁ ଯେ କିଭଳି ପ୍ରତିହିଂସା ପରାୟଣ ତାହା ଆଉ କାହାକୁ ଅଛପା ନାହିଁ । ବିଜୁ ବାବୁଙ୍କର ସମସ୍ତ ବରିଷ୍ଠ ଅନୁଗତ ମାନଙ୍କୁ ସେ ଅତି ଅସହାୟ ଭାବରେ ଦଳରୁ ନିକାଲି ସାରିଲେଣି । ଓଡ଼ିଶାର ସୁଦୁର ଭବିଷ୍ୟତରେ ତାଙ୍କ ପାଇଁ ଏକ ପ୍ରତିଦ୍ୱନ୍ଦି ଯେପରି ସୃଷ୍ଟି ନହୁଏ ଏହି ଲକ୍ଷରେ ତାଙ୍କର ପ୍ରଥମ ନିର୍ବାଚନ ବେଳେ ବିଜେଡିର ତୁଙ୍ଗ ନେତା ବିଜୟ ମହାପାତ୍ରଙ୍କୁ ଯେପରି ପଛରୁ ଛୁରି ମାରିଲେ, ତାହା ପୃଥୀବି ଇତିହାସର ଜୁଲିୟସ୍ ସିଜର ଓ ତାଙ୍କ ବନ୍ଧୁ ବୃଟ୍ସଙ୍କୁ ନେଇ ଘଟିଥିବା ଘଟଣାର ଅନୁରୁପ । ମିଲର ଅଫ୍ ଦି ଡି କବିତାରେ କବି କହିଥିଲେ, ‘ତୁମେ କାହାକୁ ଶତୃ ଭାବେ ଦେଖି ନପାର, ଏହାର ଅର୍ଥ ନୂହେ ଯେ ତୁମର କେହି ଶତୃ ନାହାନ୍ତି’ । ସମସ୍ତଙ୍କୁ ବନ୍ଧୁ ଭାବରେ ଦେଖୁଥିବା ଜୟ ପଣ୍ଡାଙ୍କ ଭାଗ୍ୟରେ ତାହା ହିଁ ଘଟିଛି ।
ସ୍ୱଧିନୋତର ଓଡ଼ିଶାରେ ବିଭିନ୍ନ ସମୟରେ ମତ ପାର୍ଥକ୍ୟ ସତ୍ୱେ ରାଜନୈତିକ ପ୍ରତି ହିଂସା ପ୍ରାୟ ନଥିଲା । କେବଳ ଜାନକି ବାବୁଙ୍କ କଂଗ୍ରେସ ସରକାର ବିଧାୟକ ପ୍ରସନ୍ନ ପାଟ୍ଟସାଣିଙ୍କୁ ଜୋର ଜବରଦସ୍ତି ସରକାରୀ ବାସ ଭବନରୁ ବାହାର କରିଦେଇଥିଲେ । ମାତ୍ର ଶ୍ରୀଯୁକ୍ତ ପଣ୍ଡାଙ୍କ କ୍ଷେତ୍ରରେ ଏହି ପ୍ରତିହିଂସା ଇତିହାସରେ ସ୍ଥାନ ପାଇଲା ଭଳି ଅବସ୍ଥାକୁ ଆସି ଯାଇଛି ।
ବୈଜୟନ୍ତ ବାବୁଙ୍କ ବିରୁଦ୍ଧରେ ଚକ୍ରାନ୍ତ ଅତି ସୁପରିକଳ୍ପିତ ଭାବେ ଆରମ୍ଭ ହେଲା । ନିଜର ସାଂସଦ ପାଣ୍ଠିରୁ ବିଭିନ୍ନ ଗ୍ରାମାଂଚଳରେ ପାନିୟ ଜଳ ଯୋଗାଣ ପାଇଁ ସେ ଏକ ବିସ୍ତ୍ରୁତ ଯୋଜନା କରିଥିଲେ ଓ ଗୋଟିଏ ପରେ ଗୋଟିଏ ପାଣି ଟାଙ୍କି ବସାଇ ଲୋକମାନଙ୍କ ଦ୍ୱାରା ପ୍ରସଂଶିତ ହେଉଥିଲେ । ୨୦୧୭ ମସିହା ମାର୍ଚ୍ଚ ୨୪ ତାରିଖ ଦିନ କଟକ ଜିଲ୍ଲାର ମାହାଙ୍ଗା ଠାରେ ପାଣି ଟାଙ୍କି ଉଦ୍ଘାଟନ ବେଳେ ବିଜେଡିର କିଛି କର୍ମି ତାଙ୍କ ଉପରେ ଶାରୀରିକ ଆକ୍ରମଣ କଲେ । ମୁଣ୍ଡ ଉପରେ ଢେଲା ଓ ଅଣ୍ଡା ପଡିଲା । ମୁଣ୍ଡ ଉପରେ ହାତ ରଖି ବଣ ବୁଦା ନମାନି ସେ ଧାଉଁଥିବାର ଦୃଶ୍ୟ ସମସ୍ତେ ଦେଖିଲେ । ସମସ୍ତଙ୍କ ପାଟି ଚୁପ୍ । ପୋଲିସ ମଧ୍ୟ ନିରବ । ନିରଂକୁଶ କ୍ଷମତା କିଭଳି ଗୋଟିଏ ଜାତିକୁ କ୍ଲିବ କରିଦିଏ ତାହା ସେଦିନ ପ୍ରମାଣିତ ହୋଇଗଲା ।
ତାହା ପର ଠାରୁ ତାଙ୍କୁ ଆଉ କୌଣସି ଠାରେ ସଭା କରାଇ ଦିଆଗଲା ନାହିଁ । ସଭା ମଂଚକୁ ଭାଙ୍ଗି ଦିଆଗଲା । ଦଳ ଦଳ ଲୋକମାନେ ତାଙ୍କ ବିରୁଦ୍ଧରେ ରାସ୍ତାରେ ବିକ୍ଷୋଭ କଲେ । ଅଭିଯୋଗ ପତ୍ର ମାନ ଧରି ନବୀନ ନିବାସରେ ହାଜର ହୋଇଗଲେ । ଏହି ବ୍ୟକ୍ତି ମାନେ କିନ୍ତୁ ବ୍ୟକ୍ତିଗତ ଭାବେ ତାଙ୍କୁ ପ୍ରଶଂସା କରିଥିଲେ । ସାଂସଦ ପାଣ୍ଠିରୁ ତାଙ୍କ ପେଟ ପାଟଣାକୁ କିଛି ମିଳୁ ନଥିବାରୁ ସେମାନେ ଏଭଳି କରୁଛନ୍ତି ବୋଲି କହିବାକୁ ଲାଗିଲେ । ଧନ୍ୟରେ ରାଜନିତି? ଏମାନେ ନିଜକୁ ଲୋକକଙ୍କର ସେବକ ବୋଲି ଦାବି କରନ୍ତି ।
ଏହା ମ୍ମରେ ତାଙ୍କୁ ବିଜେଡି ସଂସଦିୟ ଦଳର ନେତା ପଦରୁ ବହିଷ୍କୃତ କରାଗଲା । ମନ୍ତ୍ରୀ ଉଷା ଦେବୀଙ୍କୁ ତାଙ୍କ ଦଳ ବିରୋଧି କାର୍ଯ୍ୟର ତଦନ୍ତ ଦାୟିତ୍ୱ ଦିଆଗଲା ଓ ସିଏ ଶ୍ରୀଯୁକ୍ତ ପଣ୍ଡାଙ୍କ ଠାରୁ ବ୍ୟକ୍ତଗିତ ବୟାନ ନଦେଇ ଦୁଇ ଦିନ ଭିତରେ ତାଙ୍କ ରିପୋର୍ଟ ଦେଇଦେଲେ ଓ ତାଙ୍କୁ ଦଳରୁ ନିଲମ୍ବିତ କରାଗଲା ।
ପ୍ରତିହିଂସାର ନିଆଁ ତଥାପି ଲିଭିଲା ନାହିଁ । ସାଂସଦ ପଦରୁ ସେ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି କର୍ମି ମାନେ ଚାରିଆଡେ ନାରା ବାଜି କଲେ । ସେ କୁଆଡେ ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ କରିଛନ୍ତି ବୋଲି କୋର୍ଟରେ ମକଦମା କରାଗଲା । ଏହା ମଧ୍ୟରେ ତାଙ୍କ ପିତା ବଂଶିଧର ପଣ୍ଡାଙ୍କର ବିୟୋଗ ଘଟିଲା । ଓଡ଼ିଶାର ଏହି ବରପୂତ୍ର ତଥା ବିଜୁବାବୁଙ୍କର ବନ୍ଧୁଙ୍କୁ ଶେଷ ସମ୍ମାନ ଜଣାଇବାକୁ କୌଣସୀ ବିଜେଡି ନେତା ତାଙ୍କ ଦ୍ୱାରକୁ ଗଲେ ନାହିଁ । ଏଭଳି ହିନ ମନ୍ୟତା ଭାରତ ଇତିହାସରେ ବିରଳ ଅଟେ । ଏହାପରେ ସାଂସଦ ଲୋକସଭା ବାଚସ୍ପତିଙ୍କ ପାଖକୁ ତାଙ୍କ ଇସ୍ତଫା ପତ୍ର ପଠାଇଦେଲେ ।
ଏହା ପରେ ଆରମ୍ଭ ହେଲା ତାଙ୍କର ବ୍ୟବସାୟକୁ ପଙ୍ଗୁ କରିବା ପାଇଁ ଅଭିଯାନ । ଇଂରେଜ ମାନଙ୍କ ବିରୁଦ୍ଧରେ କଂଗ୍ରେସ ଆନେ୍ଦାଳନ କରୁଥିବା ବେଳେ ଭାରତର ବିଶିଷ୍ଟ ଶିଳ୍ପପତି ମାନେ କଂଗ୍ରେସକୁ ଆକୁଣ୍ଠ ସାହାଯ୍ୟ ଓ ସମର୍ଥନ ଦେଉଥିଲେ । ବିଷିଷ୍ଟ ଶିଳ୍ପପତି ଜିଡିି ବିରଳା ନିଜକୁ ଗାନ୍ଧିଙ୍କର ପଂଚମ ପୂତ୍ର ବୋଲି ଘୋଷଣା କରିଥିଲେ । ମାତ୍ର ଇଂରେଜ ମାନେ ସେମାନଙ୍କ ପ୍ରତି କେବେ ପ୍ରତିହିଂସା ପରାୟଣ ନଥିଲେ । ଯାହା ଇଂରେଜ ମାନଙ୍କ କାଳରେ ଘଟି ନଥିଲା ତାହା ଆଜି ଓ ଡ଼ିଶାରେ ଘଟିଲା । ବାହାର ଲୋକଙ୍କୁ ଲଗାଇ ଥିରୁବାଲିର ଇମ୍ଫା କାରାଖାନା ଆଗରେ ଧର୍ମଘଟ ଓ ହିଂସାକାଣ୍ଡ ମାନ କରାଗଲା । ଠେଙ୍ଗା ଓ ଶାବଳ ଧରି ଲୋକମାନେ ପାଚେରି ଉପରେ ଚଢି ବାଡେଇ ଭାଙ୍ଗୁଥିବାର ଦୃଶ୍ୟ ଦୁନିଆ ଦେଖିଲା । ଏହା ପରେ ସୁକିନ୍ଦାର ଇମ୍ଫାର ଥିବା କୋ୍ରମାଟ୍ ଖଣିରେ ଗଣ୍ଡଗୋଳ ଲଗାଗଲା । ତାଙ୍କ ପରିଚାଳିତ ଓରଟେଲ କେବୁଲ ସଂସ୍ଥା ଉପରେ ଚଢାଉ କରାଗଲା । ଓଟିଭି କୁ ସରକାରୀ ବାସନ୍ଦା କରାଗଲା । ଶେଷରେ ଟାଣି ଓଟାରି ଅଭିଜିତ ମିତ୍ର ଆୟର ନାମକ ଜଣେ ବାଚାଳ ଯୁବ ଲେଖକର ବର୍ଷ ତଳର ସୋସିଆଲ ମିଡିଆରେ ଆପତି ଜନକ ମନ୍ତବ୍ୟକୁ ପଣ୍ଡାଙ୍କ ସହ ଯୋଡାଗଲା ଓ ତୁଚ୍ଛାରେ ବିଭିନ୍ନ ଦଫା ଲଗାଇ ଆୟରଙ୍କୁ ଜେଲକୁ ପଠାଗଲା । ଶେଷରେ ବିନା କାରଣରେ ଇମ୍ଫାର ୩ଟି ହେଲିକାପ୍ଟରକୁ ଜବତ କରାଗଲା ଓ ସୁପ୍ରିମକୋର୍ଟର ଆଦେଶ ସତ୍ୱେ ସେଗୁଡିକ ମୁକୁଳେଇବା ନେଇ ଅନେକ ଦିନ ଡେରି କରାଗଲା ।
ବର୍ତମାନ ପ୍ରଶ୍ନ ଉଠୁଛି ବିପୁଳ ଧନ ଓ ସମ୍ମାନର ଅଧିକାର ହୋଇ ଯଦି ଶ୍ରୀଯୁକ୍ତ ପଣ୍ଡାଙ୍କୁ ଏଭଳି ହଇରାଣ କରାଗଲା, ତାହେଲେ ଜଣେ ସାଧାରଣ ଜନତାର ଅବସ୍ଥା କଣ ହେବ? ତେଣୁ ରାଜ୍ୟରେ ନ୍ୟାୟ ଓ ଗଣତନ୍ତ୍ର ଯେ ସମାଧି ନେଇ ଯାଇଛି ତାହା ଭାବିବାକୁ ପଡିବ । କେନ୍ଦ୍ରାପଡା ସଂସଦିୟ କ୍ଷେତ୍ର ବିରୋଧି ଦଳର ଦୁର୍ଗ ରୁପେ ସାରା ଭାରତରେ ପରିଚିତ । କ୍ଷମତାର ନାଲି ଆଖିକୁ ନଡରି ଏ ଅଂଚଳରୁ ସବୁବେଳେ ନ୍ୟାୟ ଓ ଗଣତନ୍ତ୍ରର ସ୍ୱର ଶୁଭିଥାଏ । ମାତ୍ର ଆଜି ଦଳେ ସ୍ୱାର୍ଥପର ମେରୁଦଣ୍ଡ ବିହିନ ମେଣ୍ଢା ରୁପି ନେତା ମାନେ ଅନ୍ୟାୟ ନିକଟରେ ନତ ମସ୍ତକ ହୋଇ ଯେପରି ଆମ୍ବକୁ ଆମ୍ବଡା କହିଲେ ତାହା କେନ୍ଦ୍ରାପଡାର ସୁନାମକୁ ସବୁଦିନ ପାଇଁ ନଷ୍ଟ କରିଦେଲା । ଆଗାମି ସାଧାରଣ ନିର୍ବାଚନରେ କେନ୍ଦ୍ରାପଡାର ସଚେତନ ଭୋଟର ସେମାନଙ୍କୁ ଯଥାର୍ଥ ଉତର ଦେବେ ।
ରାଜନିତିରେ ଯିବା ଆସିବା ଲାଗିଛି । କ୍ଷମତା ଯେତେ ଲମ୍ବା ହେଲେ ମଧ୍ୟ ଦିନେ ନା ଦିନେ ଚାଲିଯିବ । “ସର୍ବେ ଚଳିବେ କାଳ ବଳେ କଥା ରହିବ ମହି ତଳେ” । ଏହି ସଂସାରରେ କେହି ଚିରନ୍ତନ ନୁହନ୍ତି । ଦିନେ ନା ଦିନେ କାଳ ନିକଟରେ ସେମାନେ ମୁଣ୍ଡ ନୁଆଇବେ । ସେମାନଙ୍କର ବର୍ତମାନ କର୍ମକୁ ଇତିହାସ ହିଁ ବିଚାର କରିବ । ଆଜି ହେଉ ବା ଶହେ ବର୍ଷ ପରେ ହେଉ । କ୍ଷମତାରେ ଥିବା ପ୍ରତ୍ୟେକ ଲୋକ ଏହା ମନେ ରଖିବା ଉଚିତ୍ । ବିଜୁ ଲିଗାସି ଦାବି କରୁଥିବା ଏହି ଦଳ ବିଜୁ ବାବୁଙ୍କ ବିଷୟରେ କଣ ଜାଣନ୍ତି? ସେ ଥିଲେ ଉଦାରତାର ମହା ସାଗର । ପ୍ରତିହିଂସା ତାଙ୍କର ଜାତକରେ ନଥିଲା । ସେ କହୁଥିଲେ ମୋର ଶତୁ୍ର କୁଆଡୁ ଆସିବ? ଶତ୍ରୁ କେବଳ ସମାସ୍କନ୍ଦ ଲୋକ ମାନଙ୍କର ହୁଅନ୍ତି । ବିଜୁର ସମାସ୍କନ୍ଦ ଏ ଓ ଡ଼ିଶାରେ କିଏ ଅଛି ? କୁଆଡେ ଗଲା ସେଦିନ ! ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ

Leave a Reply

Your email address will not be published. Required fields are marked *