ଭାରତର ପ୍ରଥମ ସାଧାରଣ ନିର୍ବାଚନ

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଭାରତ ଶାସନ ଆଇନ-୧୯୩୫ ଅନୁଯାୟୀ ତକ୍ରଳିନ ଇଂରେଜ ସରକାର ଭାରତର ଭବିଷ୍ୟତ ନିର୍ଦ୍ଧାରଣ ପାଇଁ ଏକ ସାଧାରଣ ନିର୍ବାଚନର ବ୍ୟବସ୍ଥା ଘୋଷଣା କଲେ । ଏହି ନିର୍ବାଚନରୁ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ କ୍ଷମତା ହସ୍ତାନ୍ତର କରିବା ତାଙ୍କର ଉଦେ୍ଦଶ୍ୟ ଥିଲା । ଏଥିପାଇଁ ଭୋଟ ଦେବାର ଯୋଗ୍ୟତାକୁ ସଂଷୋଧନ କରି ଦେଶର ପ୍ରାୟ ୩ କୋଟି ଲୋକଙ୍କୁ ଭୋଟ ଦେବାର ଅଧିକାର ପ୍ରଦାନ କରାଗଲା । ଏହା ଥିଲା ସମୁଦାୟ ଭାରତର ବୟସ୍କ ଲୋକ ସଂଖ୍ୟାର ଏକ ଷଷ୍ଠାଂଶ । ଅନେକ ମହିଳା ମଧ୍ୟ ଭୋଟ ଦେବାର ଅଧିକାର ପାଇଲେ । ଇଂରେଜ ସରକାରଙ୍କ ପ୍ରତ୍ୟେକ୍ଷ ଶାସନରେ ଥିବା ୧୧ଟି ପ୍ରଦେଶର ପ୍ରାଦେଶିକ ବିଧାନ ସଭାର ୧୫୮୫ ସ୍ଥାନ ପାଇଁ ନିର୍ବାଚନ ଘୋଷଣା କରାଗଲା । ଏହି ସ୍ଥାନ ମଧ୍ୟରୁ ୪୮୦ଟି ସ୍ଥାନ ମୁସଲମାନ ମାନଙ୍କ ପାଇଁ ସଂରକ୍ଷିତ ଥିଲା ।
ନିର୍ବାଚନ ଘୋଷଣା ହୋଇଥିବା ୧୧ଟି ପ୍ରଦେଶ ଗୁଡିକ ହେଲା ମାନ୍ଦ୍ରାଜ, ବମ୍ବେ ପ୍ରେସିଡେନ୍ସି, ମ୍ମପ୍ରଦେଶ, ଓଡ଼ିଶା, ବଙ୍ଗଳା, ଆସାମ, ବିହାର, ଯୁକ୍ତପ୍ରଦେଶ, ପଞ୍ଜାବ, ସିନ୍ଧୁ ଓ ସିମାନ୍ତ ପ୍ରଦେଶ । ୧୯୩୬ ମସିହା ଶେଷ ଆଡକୁ ନିର୍ବାଚନ ହୋଇ ୧୯୩୭ ମସିହା ପ୍ରଥମ ଭାଗରେ ଏହା ସମାପ୍ତ ହେଲା ଓ ଫେବୃୟାରୀ ମାସରେ ଏହା ଫଳାଫଳ ହେଲା । ନିର୍ବାଚନ ପରେ କଂଗ୍ରେସ ଦଳ ସମୁଦାୟ ୭୦୭ଟି ସ୍ଥାନ ପାଇ ଦେଶର ମୁଖ୍ୟ ଦଳ ରୁପେ ନିଜକୁ ପ୍ରତିଷ୍ଠିତ କଲା ଓ ୮ଟି ପ୍ରଦେଶରେ ସରକାର ଗଠନ କରିପାରିଥିଲା । ମାତ୍ର କଂଗ୍ରେସ ଦଳ ୪୮୨ଟି ମୁସଲିମ ସଂରିକ୍ଷିତ ସ୍ଥାନରୁ ମାତ୍ର ୫୮ଟିରେ ଲଢି ଥିଲା ଓ ୨୬ଟି ସ୍ଥାନ ପାଇଥିଲା । ଏହା ଥିଲା ସମୁଦାୟ ମୁସଲିମ ସ୍ଥାନର ଶତକଡା ମାତ୍ର ୬ ଅଂଶ । କଂଗ୍ରେସର ମୁଖ୍ୟ ପ୍ରତିଦ୍ୱନ୍ଦି ଓ ନିଜକୁ ମୁସଲମାନ ମାନଙ୍କର ଦଳ ବୋଲି ଜିନ୍ନାଙ୍କ ନେତୃତ୍ୱରେ ଲଢୁଥିବା ମୁସଲିମ ଲିଗ୍ ୧୦୬ଟି ମୁସଲିମ ଆସନରେ ବିଜୟ ଲାଭ କଲା । ଏହା ଥିଲା ମୁସଲିମ ସ୍ଥାନର ଶତକଡା ମାତ୍ର ୨୫ ଭାଗ । ଏହି ନିର୍ବାଚନ ପ୍ରମାଣ କରିଦେଲା ଯେ, କଂଗ୍ରେସ ହେଉ କି ମୁସଲିମ ଲିଗ ହେଉ କେହି ମୁସଲମାନ ମାନଙ୍କର ଯଥାର୍ଥ ପ୍ରତିନିଧିତ୍ୱ କରୁନାହାନ୍ତି । ଅଧିକାଂଶ ମୁସଲିମ ସ୍ଥାନ ଆଂଚଳିକ ମୁସଲିମ ମାନଙ୍କର ଦଳ ଦ୍ୱାରା ଅଧିକୃତ ହେଲା । ସବୁଠାରୁ ଆଶ୍ଚର୍ଯ୍ୟର କଥା ମୁସଲିମ ବହୁଳ ପଞ୍ଜାବ ଓ ସିନ୍ଧୁ ପ୍ରଦେଶରେ ମୁସଲିମ ଲିଗର ଚରମ ପରାଜୟ ଘଟିଲା । ଏହି ଦଳର ଅଧିକାଂଶ ସ୍ଥାନ ହିନ୍ଦୁ ବହହୁଳ ମାନ୍ଦ୍ରାଜ, ୟୁପି ଓ ବମ୍ବେରୁ ମିଳିଥିଲା ।
ନିର୍ବାଚନ ସମିକ୍ଷାରୁ ଜଣାଯାଏ ଯେ, ଆସାମରେ ଥିବା ସମୁଦାୟ ୧୦୮ ସ୍ଥାନ ମଧ୍ୟରୁ କଂଗ୍ରେସ ଦଳ ୩୩ଟି ସ୍ଥାନ ପାଇ ଏକକ ସଂଖ୍ୟା ଗରିଷ୍ଠତା ଲାଭ କଲା । ମାତ୍ର ଏହା ଏକ ମୁସଲିମ ଆଂଚଳିକ ଦଳ ଯିଏ ୨୭ଟି ସ୍ଥାନ ପାଇଥିଲା ତାହା ସହିତ ମେଂଟ କରି ସରକାର ଗଠନ କଲା ଓ ମହମ୍ମଦ ସହୁବିଲା ମୁଖ୍ୟମନ୍ତ୍ରୀ ହେଲେ । ଏଠାରୁ ମୁସଲିମ ଲିଗ ମାତ୍ର ୧୦ଟି ସ୍ଥାନ ପାଇଲା । ମୁସଲମାନ ବହୁଳ ବଙ୍ଗଳା ପ୍ରଦେଶର ୨୫୨ଟି ସ୍ଥାନ ମ୍ମରୁ କଂଗ୍ରେସ ଦଳ ୫୪ଟି ସ୍ଥାନ ପାଇ ଏକକ ସଂଖ୍ୟା ଗରିଷ୍ଠତା ଲାଭ କଲା । ଏଠଅରୁ ମୁସଲିମ ଲିଗ ୩୭ଟି ଆସନରେ ବିଜୟ ହାସଲ କଲା ଓ କୃଷକ ପ୍ରଜା ପାର୍ଟି ୩୬ଟି ସ୍ଥାନ ପଇ କଂଗ୍ରେସ ସହ ମେଂଟ ସରକାର ଗଠନ କଲା । ‘ଜଲ ହକ୍ ହେଲେ ବଙ୍ଗଳାର ପ୍ରଧାନମନ୍ତ୍ରୀ । ଏଠାରୁ ରେକର୍ଡ ସଂଖ୍ୟକ ୧୧୩ ଜଣ ସ୍ୱାଧିନ ପାର୍ଥୀ ଜୟ ଲାଭ କରିଥିଲେ ।
ବିହାରରେ ୧୫୨ଟି ସ୍ଥାନ ମଧ୍ୟରୁ କଂଗ୍ରେସ ଦଳ ୮୨ଟି ଆସନରେ ଜିତି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଲାଭ କଲା ଓ ସରାକର ଗଠନ କଲା । ଏଠାରେ ମୁସଲିମ ଲିଗ୍ ଗୋଟିଏ ହେଲେ ସ୍ଥାନ ଜିତି ପାରିଲା ନାହିଁ । ଗୁରୁତ୍ୱ ପୂର୍ଣ୍ଣ ବମ୍ବେ ପ୍ରେସିଡେନ୍ସର ୧୭୫ଟି ସ୍ଥାନ ମଧ୍ୟରୁ କଂଗ୍ରେସ ଦଳ ୮୬, ମୁସଲିମ ଲିଗ ୧୮, ସ୍ୱାଧିନ ପାର୍ଥୀ ୪୨ ଓ ଆମ୍ବେଦକରଙ୍କ ଦଳ ୧୪ଟି ଆସନରେ ବିଜୟି ହେଲେ । ବି.ଜି ଖେରଙ୍କ ନେତୃତ୍ୱରେ କଂଗ୍ରେସ ଦଳ ସରକାର ଗଠନ କଲା । କେନ୍ଦ୍ର ପ୍ରଦେଶର ୧୧୨ଟି ସ୍ଥାନ ମଧ୍ୟରୁ କଂଗ୍ରେସ ଦଳ ୭୦ଟି ପାଇ ପୂର୍ଣ୍ଣ ବହୁମତ ଲାଭ କଲା ଓ ସରକାର ଗଠନ କଲା । ଏଠାରୁ ଲିଗ୍ ମାତ୍ର ୫ଟି ସ୍ଥାନ ପାଇଲା । ମାନ୍ଦ୍ରାଜ ପ୍ରଦେଶର ୨୧୫ଟି ସ୍ଥାନ ମଧ୍ୟରୁ କଂଗ୍ରେସ ଦଳ ୧୫୯ଟି, ମୁସଲିମ ୨୩ଟି ଓ ଜସଟିସ ପାର୍ଟି ୨୧ଟି ସ୍ଥାନ ପାଇଲା । ଏଠାରେ କଂଗ୍ରେସ ସରକାର ଗଠନ କଲା । ମୁସଲିମ ବହୁଳ ସିମାନ୍ତ ପ୍ରଦେଶରେ ୫୦ଟି ସ୍ଥାନ ପାଇଁ ନିର୍ବାଚନ ହୋଇଥିଲା । ଏଠାରେ କଂଗ୍ରେସ ୧୯ଟି ସ୍ଥାନ ପଇ ଏକକ ସଂଖ୍ୟା ଗରିଷ୍ଠତା ଲାଭ କଲା । ମୁସଲିମ ଲିଗକୁ କୈାଣସି ସ୍ଥାନ ମିଳିଲା ନାହିଁ । ୭ଟି ସ୍ଥାନ ହିନ୍ଦୁ ଶିଖ୍ ଜାତୀୟ ବାଦୀ ଦଳ ପାଇଲେ ଓ ସେମାନଙ୍କ ସହଜୋଗରେ ସିମାନ୍ତ ଗାନ୍ଧିଙ୍କ ବଡ ଭାଇ ଡ଼. ଖାନ୍ ସାହେବ ସରକାର ଗଠନ କଲେ । ବିଭାଜନ ପରେ ମଧ୍ୟ ସେଠାରେ ତାଙ୍କ ସରକାର ଥିଲା ଓ ଜିନ୍ନା ତାଙ୍କ ସରକାରକୁ ବରଖାସ୍ତ କଲେ ଓ ପରେ ସେ ଆତତାଇଙ୍କ ହାତରେ ନିହତ ହେଲେ । ନବ ଗଠିତ ଓଡ଼ିଶା ପ୍ରଦେଶରେ ୬୦ଟି ଆସନ ମଧ୍ୟରୁ କଂଗ୍ରେସ ଦଳ ୩୬ଟି ସ୍ଥାନ ପାଇ ବିଶ୍ୱନାଥ ଦାସ୍ଙ୍କ ନେତୃତ୍ୱରେ ସରକାର ଗଠନ କଲା । ଏଠାରୁ ମୁସଲିମ ଲିଗ କୌଣସି ସ୍ଥାନ ପାଇଲା ନାହିଁ । ଗୁରୁତ୍ୱ ପୂର୍ଣ୍ଣ ମୁସଲମାନ ବହୁଳ ପଞ୍ଜାବ ପ୍ରଦେଶରେ ୧୭୫ଟି ସ୍ଥାନ ମଧ୍ୟରୁ କଂଗ୍ରେସ ୧୮, ମୁସଲିମଲିଗ୍ ୧, ୟୁନିୟନ ପାର୍ଟି ୯୫ଟି ସ୍ଥାନ ପାଇଲେ ଓ ୟୁନିୟନ ପାର୍ଟିର ସାର୍ ସିକନ୍ଦର ହିୟାଦ ଖାଁ ସରକାର ଗଠନ କଲେ । ସେ ଜିନ୍ନାଙ୍କର ତିବ୍ର ବିରୋଧି ଥିଲେ । ପାକିସ୍ଥାନ ଗଠନକୁ ବିରୋଧ କରୁଥିଲେ । ମାତ୍ର ୧୨ ଡିସେମ୍ବର ୧୯୪୨ ଦିନ ତାଙ୍କର ମୃତୁ୍ୟ ହେଲା ଓ ଜିନ୍ନା ସେଠାରେ ଉପଦ୍ରବ ଆରମ୍ଭ କଲେ । ତାଙ୍କ ପରେ ତାଙ୍କର ଉତରାଧିକାରି ମାଲିକ ଖିଜିର୍ ହିୟାତ୍ ଟିୱାନାକୁ ନାନା ପ୍ରକାର ହଇରାଣ କରାଗଲା । ସେ କଂଗ୍ରେସକୁ ସାହାଯ୍ୟ ପାଇଁ ପ୍ରାର୍ଥନା କରି ବିଫଳ ହେବାରୁ ଦେଶ ଛାଡି ପଳାଇ ଗଲେ । ନବ ଗଠିତ ସିନ୍ଧୁ ପ୍ରଦେଶରେ ୬୦ ଆସନରୁ କଂଗେସ ୭ଟି ସ୍ଥାନ ପାଇଲା । ୟୁନିୟନ ପାର୍ଟି ୧୭ଟି ସ୍ଥାନ ପାଇଲା । ଏଠାରେ ମଧ୍ୟ ମୁସଲିମ ଲିଗ ଗୋଟିଏ ସ୍ଥାନ ପାଇଲା ନାହିଁ । ମାତ୍ର କଂଗ୍ରେସ ସୁଯୋଗର ସତ ବ୍ୟବହାର ନକରିବାରୁ ସିନ୍ଧୁ ପ୍ରଦେଶ ଧିରେ ଧିରେ ଜିନ୍ନାଙ୍କ ହାତକୁ ଚାଲିଗଲା । ଅନ୍ୟ ଏକ ମୁଖ୍ୟ ରାଜ୍ୟ ଯୁକ୍ତ ପ୍ରଦେଶର ୨୨୮ଟିି ସ୍ଥାନ ମ୍ମରୁ କଂଗ୍ରେସ ଦଳ ୧୩୩ ଓ ମୁସଲିମ ଲିଗ ୨୬ଟି ଆସନରେ ବିଜୟି ହେଲେ । ନିର୍ବାଚନ ଆଗରୁ କଂଗ୍ରେସ ମୁସଲିମ ଲିଗ ସହ ମେଂଟ କରିଥିଲା । ମାତ୍ର ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ପାଇ ଜିବାରୁ କଂଗ୍ରେସ ମୁସଲିମ ଲିଗକୁ ସରକାରରେ ଭାଗ ନେବାକୁ ସୁଯୋଗ ଦେଲା ନାହିଁ । ବରଂ ନେହୁରୁ ତାଙ୍କୁ କହିଲେ ଯେ,ତୁମ୍ଭେ ମାନେ କଂଗ୍ରେସ ଦଳରେ ମଶିଯାଅ । ନେହେରୁଙ୍କ ଏଭଳି ପ୍ରସ୍ଥାବ ଜିନ୍ନାଙ୍କୁ ହିନ୍ଦୁ ମାନଙ୍କ ବିରୁଦ୍ଧରେ ଯିବାକୁ ସୁଯୋଗ ଦେଲା ଓ ସେ କହିଲେ ହିନ୍ଦୁସ୍ଥାନରେ କେବେହେଲେ ମୁସଲମାନ ମାନଙ୍କୁ ନ୍ୟାୟ ମିଳିବ ନାହିଁ । ଆମର ପାକିସ୍ଥାନ ଦରକାର ।
ସରକାର ଗଠନ କରି କଂଗ୍ରେସ ଦଳ ବେଶ୍ ନିଷ୍ଠାର ସହ ଶାସନ ଚଳାଇଲେ ଓ ଲୋକ ମାନଙ୍କର ପି୍ରୟ ପାତ୍ର ହୋଇଗଲେ । ନିର୍ବାଚନରେ ହାରି ଜିନ୍ନା ସାଂପ୍ରଦାୟିକ ପଥକୁ ବାଛି ନେଲେ । ମୁଲ୍ଲା ଓ ପିର ମାନଙ୍କୁ ହାତକରି ମୁସଲମାନ ଧର୍ମ ବିପଦରେ ପଡିଲା ବୋଲି ଘୋଷଣା କଲେ । ଧର୍ମ ନାମରେ ଏକ୍ୟୁଟ ହେବାକୁ ସବୁ ମୁସଲମାନ ମାନଙ୍କୁ ଆହ୍ୱାନ ଦେଲେ । ଏତିକି ବେଳେ ୧୯୩୯ ମସିହାରେ ଦ୍ୱିତୀୟ ମହାଯୁଦ୍ଧ ଆରମ୍ଭ ହେଲା । ଭାରତର ବର୍ଡଟାଟ ଲର୍ଡଲିଥିନଗୋ ପ୍ରାଦେଶିକ ସରକାରଙ୍କ ମତାମତ ନନେଇ ଭାରତ ଇଂରେଜ ମାନଙ୍କ ସପକ୍ଷରେ ଯୁଦ୍ଧରେ ଯୋଗ ଦେଲା ବୋଲି ଘୋଷଣା କରିଦେଲେ । (ସେପ୍ଟେମ୍ବର ୩ ୧୯୩୯) ଏଥିରେ ପତିବାଦ କରି ସବୁ କଂଗ୍ରେସ ସରକାର ଅକ୍ଟୋବର /୨୨ /୧୯୩୯ ଦିନ ଇସ୍ତଫା ଦେଇ ଦେଲେ । ଏଥିରେ ଆନନ୍ଦିତ ହୋଇ ଜିନ୍ନା ଡେ ଅଫ୍ ଡେଲିଭରେନ୍ସ ବା ମୁକ୍ତି ଦିବସ ପାଳନ କଲେ ।
ଇସ୍ତାଫା ଦେଲା ପରେ ଇଂରେଜ ସରକାର କଂଗ୍ରେସ ଦଳକୁ ବେଆଇ ଘୋଷଣା କଲେ । ନେତା ମାନେ ଗିରଫ ହେଲେ । କଂଗ୍ରେସ ଅଫିସକୁ ସିଲ କରାଗଲା । ଦିର୍ଘ ୩ ବର୍ଷ ଜେଲ୍ରେ ରହି ୧୯୪୫ର ଶେଷ ଭାଗକୁ ସେମାନେ ଜେଲରୁ ମୁକୁଳିଲେ । ଏହା ମଧ୍ୟରେ ଜିନ୍ନା ଇଂରେଜ ମାନଙ୍କୁ ହାତକରି ଅନେକ ସ୍ଥାନରେ ସରକାର ଗଠନ କରିଗଲେ । ନିଜ ଦଳର କ୍ଷମତା ବୃଦ୍ଧି କଲେ ଓ ୧୯୪୬ ମସିହା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇଗଲେ । ୧୯୪୬ ମସିହା ନିର୍ବାଚନରେ ଅଧିକାଂଶ ମୁସଲମାନ ସ୍ଥାନରେ ମୁସଲିମ ଲିଗ ଜିତିଲା ଓ ଜିନ୍ନା ପାକିସ୍ଥାନ ଗଠନ ପାଇଁ ତାଙ୍କର ଶେଷ ପ୍ରୟାସ ଆରମ୍ଭ କରିଦେଲା ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬

Leave a Reply

Your email address will not be published. Required fields are marked *