ବାଲାକୋଟ ବିମାନ ଆକ୍ରମଣ!

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଚଳିତ ବର୍ଷ ଫେବୃୟାରୀ ୨୬/୨୭ ରାତ୍ର ୩ଟା । ସବୁଆଡ ଜହ୍ନ ଆଲୁଅରେ ଉଜ୍ୱଳ ଦେଖା ଯାଉଛି । ଭାରତର ଆଗ୍ରା ଓ ବରେଲି ବିମାନଘାଟିରୁ ୧୨ଟି ମିରେଜ-୨୦୦୦ ବିମାନ ଆକାଶକୁ ଉଠି ପଶ୍ଚିମ ଦିଗକୁ ଉଡାଣ ଆରମ୍ଭ କଲେ । ତାଙ୍କ ସହ ଥିଲେ ୪ଟି ମିଗ-୨୧ ବାଏସନ ବିମାନ । ମିରେଜ ବିମାନ ଗୁଡିକରେ ଇସରାଲ ନିର୍ମିତ ସ୍ପାଇସ (ସ୍ମାର୍ଟ), ପ୍ରିସାଇଜ, ଇମ୍ପାକ୍ଟ ଏଣ୍ଡ କଷ୍ଟ (ଏଫେକ୍ଟିଭ୍) ନାମରେ ଲେଜର ଦ୍ୱାରା ପରିଚାଳିତ କ୍ଷେପଣାସ୍ତ୍ର ଖଞ୍ଜା ଯାଇଥିଲା ଯାହା ନିଜସ୍ୱ ରାଡର ଦ୍ୱାରା ୬୦ କିମି ଭିତରେ ଥିବା ଲକ୍ଷ୍ୟ ଭେଦ କରିପାରିବ । ଏହା ସହିତ ୨ଟି ସର୍ଭେଲ୍ୟାନ୍ସ ଏୟାରକ୍ରାଫ୍ଟ, ଆକାଶ ବକ୍ଷରେ ଇଦ୍ଧନ ଭରିବା ପାଇଁ ବ୍ୟବସ୍ଥା ଓ ଇସରାୟଲ ନିର୍ମିତ ଫାଲକନ ଏ.ଡବ୍ଲୁ.ସି.ଏସ ଖଞ୍ଜା ଯାଇଥିଲା । ଏମାନଙ୍କର ଲକ୍ଷ୍ୟ ଥିଲା ପାକିସ୍ଥାନର ଅଭ୍ୟନ୍ତରରେ ଥିବା ଖାଇବାର ପାକ୍ତୁନା ପ୍ରଦେଶର ବାଲାକୋଟ ପାହାଡିଆ ସ୍ଥାନ ଯେଉଁଠି ଆତଙ୍କବଦୀ ସଂଗଠନ ଜୈସ-ଇ-ମହମ୍ମଦ ୨୦୦୫ ମସିହାରୁ ଏକ ତାଲିମ କେନ୍ଦ୍ର ପରିଚାଳନା କରି ଆସୁଅଛି ।
ଚଳିତ ବର୍ଷ ଫେବୃୟାରୀ ୧୪ ତାରିଖ ଦିନ ସି.ଆର.ପି.ଏଫ୍ର ଏକ କନ୍ଭେୟ ଜାମ୍ମୁ କାଶ୍ମିର ରାଜପଥ ଦେଇ ଗତି କଲାବେଳେ ଏକ ଆତ୍ମଘାତି ଆକ୍ରମଣ ହେଲା । ଏହି ଆକ୍ରମଣର ଭୟଙ୍କର ବିସ୍ଫୋରଣରେ ୪୦ ଜଣ ଭାରତୀୟ ଯବାନ ଘଟଣା ସ୍ଥଳରେ ମରିଗଲେ । ଏହି ଘଟଣା ସାରା ଦେଶରେ ଦୁଃଖ ଓ ପ୍ରତିହିଂସାର ପ୍ରବଳ ଉଚ୍ଛ୍ୱାସ ସୃଷ୍ଟି କଲା । ଜୈ-ସ-ଇ ମହମ୍ମଦ ନାମକ ଆତଙ୍କବାଦୀ ସଂଗଠନ ଏହି କାର୍ଯ୍ୟପାଇଁ ନିଜକୁ ଦାୟି କଲା । ଏହାର ମୁଖ୍ୟ ମାସୁକ ଆଝାର ପାକିସ୍ଥାନରେ ରହି ନିଜର ସଂଗଠନ ଚଳାଉଅଛି । ଆତଙ୍କଦାବୀ କାର୍ଯ୍ୟ କଳାପରେ ଆଗରୁ ସେ ଗିରଫ ହୋଇ ଭାାରତର ଜେଲରେ ଥିଲା । ମାତ୍ର ୧୯୯୯ ମସିହାରେ ତାର ସାଥି ଆତଙ୍କବାଦୀ ମାନେ କାଠମାଣ୍ଡୁ ଠାରୁ ଏକ ଭାରତୀୟ ବୋୟିଂ ବିମାନକୁ ଅପହରଣକରି ଆ‘ଗାନିସ୍ଥାନର କାନ୍ଦାହାର ବିମାନ ବନ୍ଦରକୁ ନେଇଗଲେ । ସେଠାରେ ଆଇ.ଏସ୍.ଆଇ ଓ ତାଲିବାନଙ୍କ ସହାୟତାରେ ବିମାନ ଯାତ୍ରୀ ମାନଙ୍କୁ ପଣବନ୍ଦି କରି ମାସୁଦକୁ ମୁକ୍ତ କରିବାରେ ସକ୍ଷମ ହୋଇଥିଲେ । ଏହା ପର ଠାରୁ ମାସୁଦ ପାକିସ୍ଥାନରେ ରହି ମୁମ୍ବାଇ ଉପରେ ଆତଙ୍କବାଦୀ ଆକ୍ରମଣ, ଭାରତୀୟ ପାର୍ଲାମେଂଟ ଉପରେ ଆକ୍ରମଣ, ଜାମ୍ମୁ ଓ କାଶ୍ମିର, ବିଧାନସଭା ଉପରେ ଆକ୍ରମଣ, ଉରି ଓ ପଠାଣ କୋଟ ଠାରେ ଥିବା ସେନା ଶିବିର ଉପରେ ଆକ୍ରମଣ କରି ପାକିସ୍ଥାନରେ ନିରାପଦରେ ରହୁଥିôଲା ଓ ଭାରତ ସରକାର କୈାଣସୀ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଉ ନଥିବାରୁ ତାର ସାହାସ ଦିନକୁ ଦିନ ବଢି ଯାଉଥିଲା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଫୁଲୱାମାର ଆକ୍ରମଣ ଖବର ଶୁଣି ମର୍ମାହତ ହେଲେ ଓ ଦେଶ ବାସୀଙ୍କ ନିକଟରେ ଘୋଷଣା କଲେ, “ମୁଁ ମା’ ଓ ମାଟିର ଶପଥ ନେଇ କହୁଛି, ଆକ୍ରମଣ କାରି ମାନଙ୍କୁ ଛଡାଜିବ ନାହିଁ’’ ଓ ଆବଶ୍ୟକିୟ ପଦକ୍ଷେପ ନେବାକୁ ସେନା ବାହିନିକୁ ନିଦେ୍ର୍ଦଶ ଦେଇଦେଲେ ।
୨୦୧୬ ମସିହା ସେପ୍ଟେମ୍ବର ମାସରେ ମୋଦିଙ୍କ ନିଦେ୍ର୍ଦଶରେ ଭାରତୀୟ ବିମାନ ବାହିନି ଆଜାଦ୍ କାଶ୍ମିରର ୩କିମି ଭିତରକୁ ଯାଇ ଏକ ସର୍ଜିକାଲ ଷ୍ଟ୍ରାଇକ ଦ୍ୱାରା ପ୍ରାୟ ୨୩ ଜଣ ଆତଙ୍କବାଦୀଙ୍କୁ ମାରି ଦେଇଥିଲେ । ମାତ୍ର ସେଥିରୁ ପାକିସ୍ଥାନ କିଛି ଶିଖିଲା ନାହିଁ । ନୂଆ ପ୍ରଧାନମନ୍ତ୍ରୀ ଇମ୍ରାନଖାନ୍ କ୍ଷମତା ଗ୍ରହଣ କଲାପରେ ନୟା ପାକିସ୍ଥାନ ଗଠନ କରି ଭାରତ ସହ ଶାନ୍ତି ସ୍ଥାପନ ପାଇଁ କହିଲେ ମଧ୍ୟ ତାହା ମିଥ୍ୟା ପ୍ରମାଣିତ ହେଲା ।
ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସରକାରୀ ବାସ ଭବନ ୭ଲୋକ କଲ୍ୟାଣ ମାର୍ଗ ଠାରେ ପ୍ରତିରକ୍ଷା ପରାମର୍ସ ଦାତା ଅଜିତ ଡୋଭାଲ୍ ଓ ଅନ୍ୟ ସହକର୍ମି ମାନଙ୍କ ସହିତ ଘନ ଘନ ଆଲୋଚନା କରିବାକୁ ଲାଗିଲେ । ସମସ୍ତେ ଏକ ସ୍ୱରରେ କହିଲେ ଯେ, ପାକିସ୍ଥାନକୁ ଠିକଣା ଜବାବ୍ ଦିଆଯିବା ଉଚିତ୍ । ଆଣବିକ ଅସ୍ତ୍ରର ଧମକ ଦେଇ ଭାରତକୁ ସେ ଯେଉଁ ବ୍ଲାକମେଲ କରିବାକୁ ଚେଷ୍ଟା କରୁଛି ତାକୁ ଖାତର କରାଯିବ ନାହିଁ । ଫେବୃୟାରୀ ୨୦ରୁ ୨୪ ପର୍ଯ୍ୟନ୍ତ ବାଙ୍ଗାଲୁରରେ ଆର୍ନ୍ତଜାତୀୟ ବିମାନ ସୋ ହେଉଛି । ସେ ସମୟରେ ଆକ୍ରମଣ କରିବା ସୁନ୍ଦର ହେବନାହିଁ । ଗୁଇନ୍ଦା ରିପୋର୍ଟ ଅନୁଜାୟୀ ବାହାଲଲପୁର ସାୱାଇନାଲା ଓ ବାଲାକୋଟ ଠାରେ ଆତଙ୍କବାଦୀଙ୍କର ଶିବିର ଅଛି । ସେଥିରୁ ବାଲାକୋଟକୁ ଲକ୍ଷ୍ୟ ରୁପେ ସ୍ଥିର କରାଗଲା ।
ହିନ୍ଦୁକୁଶ ପର୍ବତ ମାଳାର ଏକ ତିଖ ଉପରେ ବାଲାକୋଟ ଆତଙ୍କବାଦୀ ଶିବିର ରହିଅଛି । ମାସୁଦ ଆଝାରର ଶଳା ୟୁସୁଫ ଆଜାର ଏହି ଶିବିରର ମୁଖ୍ୟ ଅଛି । ୬ ଏକର ପରିମିତ ସ୍ଥାନରେ ଶିବିରଟି ରହିଅଛି ଓ ଉପତ୍ୟକା ଠାରୁ ଏକ ୩କିମି ଉଠାଣିଆ ରାସ୍ତାରେ ସେଠାକୁ ଯାଇହେବ । ତାହା ଏକ ଜନ ଶୁନ୍ୟ ଅଂଚଳରେ ରହିଅଛି ଓ ଶିବିରରେ ସମୁଦାୟ ୧୦ଟି ବଡ ବଡ କୋଠା ରହିଅଛି । ମୁଖ୍ୟ କୋଠାଟି ୟୁ ଆକୃତିର ଯେଉଁଠିରେ ୮ଟି ରୁମ ଓ ବଡ କୋଠରି ଟିଏ ଥିଲା । ସେଠାରେ୯୩ଜଣ ଆତଙ୍କବଦୀ ରହୁଥିଲୋ । ପରିସିମା ମଧ୍ୟରେ ଏକ ମସ୍ଜିଦ ଅଛି । ଏହାର କାନ୍ଥରେ ବିଭିନ୍ନ ଆତଙ୍କବାଦୀ ଓ ସହିଦ ମାନଙ୍କର ଚିତ୍ର ଅଛି । ପାହାଚ ମାନଙ୍କରେ ଆମେରିକା ଓ ଇସରାଏଲର ଜାତୀୟ ପତାକାର ଚିତ୍ରମାନ ଅଙ୍କା ହୋଇଛି । ଯାହାକୁ ପାଦରେ ଚକଟି ସମସ୍ତେ ଯାଉଥିଲେ । ଏହି ମସ୍ଜିଦରେ ଭୟଙ୍କର ଆତଙ୍କବାଦୀ ମୈାଲାନା ସର୍ଦାଟାଲ, ମୈାଲାନା ଜୁନେଦ ଓ ମୈାଲାନା କାୟେମ ରହୁଥିଲେ । ମସ୍ଜିଦ ଭିତରେ ୧୫୦ ଜଣ ଆତଙ୍କବାଦୀ ଆଡ୍ଡା ଜମାଇଥିଲେ ।
ଗୋଇନ୍ଦା ରିପୋର୍ଟ ମିଳିଥାଏ ଯେ, ୨୫ ତାରିଖ ଦିନ କିଛି ନୂଆ ଆତଙ୍କବାଦୀ ପ୍ରଶିକ୍ଷଣ ପାଇଁ ସେଠାକୁ ଆସିବେ । ସେଥିପାଇଁ ୨୬ ତାରିଖ ଦିନକୁ ଆକ୍ରମଣ କରିବାକୁ ସ୍ଥିର କରାଗଲା । ଠିକ୍ ରାତ୍ର ୩ଟା ବେଳେ ବିମାନ ବାହିନିର ମୁଖ୍ୟ ଚିଫ୍ମାର୍ଶାଲ ବିଜେନ୍ଦ୍ର ସିଂ ଧନୱା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଲେ ଯେ, ଆକ୍ରମଣ କାରି ବିମାନ ମାନ ସିମା ପାରି ହୋଇଗଲେ । ପାକିସ୍ଥାନ ଭିତରେ ପଶି କିଛି ବିମାନ ବାହାଲପୁର ଆଡକୁ ଉଡିଗଲେ । ପାକିସ୍ଥାନ ବିମାନ ବାହିନି ତାହା ଜାଣିପାରି ସେମାନଙ୍କ ପିଛା କଲେ । ମାତ୍ର ଆଉକିଛି ଭାରତୀୟ ବିମାନ ବହୁତ ତଳେ ଯାତ୍ରାକରି ବାଲାକୋଟ ଆଡକୁ ଉଡିଗଲେ । ତଳେ ଯାଉଥିବାରୁ ପାକିସ୍ଥାନ ରାର୍ଡର ତାଙ୍କୁ ଧରିପାରିଲା ନାହିଁ । ଜଣା ପଡିଲା ବେଳକୁ ସେମାନେ ୧୫୦ କିମି ଦୂରରେ ଥିଲେ ଓ ୩୦ ମିନିଟ ଭିତରେ ଠିକଣା ଯାଗାରେ କ୍ଷେପଣାସ୍ତ୍ର ମାନ ପକାଇ ନିରାପଦରେ ପଳେଇ ଆସିଲେ । ରାତ୍ର ୩.୩୦ ରେ ମୋଦି ଏ ସମ୍ବାଦ ପାଇଲେ ଓ ମନ ଖୁସିରେ ସମୟ ୪ଟା ବେଳେ ଯୋଗ କରିବାକୁ ଚାଲିଗଲେ । ୨୭ ତାରିଖ ୯.୩୦ ମିନିଟ ସମୟରେ ଅର୍ଥମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରି, ବୈଦେଶିକମନ୍ତ୍ରି ଓ ପ୍ରଧାନମନ୍ତ୍ରୀକୁ ନେଇ ପ୍ରତିରକ୍ଷା କମିଟି ମିଟିଙ୍ଗ ବସିଲା । ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆକ୍ରମଣ ଖବର ବିଶଦ ଭାବରେ ବର୍ଣ୍ଣନା କଲେ । ସକାଳ ୧୧.୩୦ ମିନିଟ ସମୟରେ ଭାରତର ବୈଦେଶିକ ସଚିବ ବିଜୟ କେଶବ ଗୋଖେଲ ଏକ ସରକାରୀ ବିଜ୍ଞପ୍ତି ଦ୍ୱାରା ସାରା ବିଶ୍ୱକୁ ଜଣାଇ ଦେଲେ ଯେ, ନିଜର ସୁରକ୍ଷା ପାଇଁ ପାକିସ୍ଥାନ ଭିତରେ ପଶି ଆତଙ୍କବାଦୀ ଶିବିର ଉପରେ ଭାରତ ଆକ୍ରମଣ କରିଛି ।
୨୭ ତାରିଖ ଦିନ ବଦଳା ନେବାପଇଁ ପାକିସ୍ଥାନ ବିମାନବାହିନିର କେତେକ ଏଫ୍-୧୬ ବିମାନ ଭାରତର ସିମା ଭିତରକୁ ପଶି ଆସିଲେ ଓ ସତର୍କ ଥିବା ବାରତୀୟ ମିଗ-୨୧ ବିମାନ ସେମାନଙ୍କୁ ବାଧା ଦେଲେ । ଏହି ଡଗ୍ ଫାଇଟରେ ଭାରତର ଏକ ମିଗ୍ ୨୧ ବିମାନ ଅଘାତ୍ ହେଲା, ଏହାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଧମାନ ଏକ ଏଫ୍-୧୬ ବିମାନକୁ ଖସେଇବାରେ ସକ୍ଷମ ହୋଇ ଆକାଶ ଛତା ସାହାଯ୍ୟରେ ଅବତରଣ କରି ପାକିସ୍ଥାନ ଇଲାକାରେ ପହଂଚିଗଲେ ଓ ବନ୍ଦି ହେଲେ । ମାତ୍ର ଭାରତ ସରକାରଙ୍କର କୁଟନୈାତିକ ଚାପ ଯୋଗୁଁ ମାତ୍ର ୪୮ ଘଂଟା ମଧ୍ୟରେ ପାକିସ୍ଥାନ ସରକାର ୱାଘାଓଟାରି ସିମା ପୋଷ୍ଟରେ ତାଙ୍କୁ ଭାରତ ସରକାରଙ୍କ ହାତରେ ଅର୍ପଣ କଲେ ଓ ସେ ଭାରତ ମାଟିକୁ ଫେରି ଆସିଲେ । ସିମାରେ ଉପସ୍ଥିତ ହଜାର ହଜାର ଲୋକ ତ୍ରୀରଙ୍ଗା ପତକା ଧରି ତାଙ୍କୁ ସମ୍ବର୍ଧନା ଜଣାଇଲେ । ସାରା ଦେଶ ଏହି ଘଟଣାରେ ଅନନ୍ଦରେ ବିହୁଳ ଥିଲାବେଳେ ରାଜନୈତୀକ ଦଳ ମାନେ ତାଙ୍କର ନାଟକ ଆରମ୍ଭ କରିାଦେଲେ । ବି.ଜେ.ପି ସଭାପତି ଅମିତ ଶାହା ଘୋଷଣା କଲେ ଯେ, ବାଲାକୋଟ ଆକ୍ରମଣରେ ୩୦୦ ଆତଙ୍କବାଦୀ ନିହତ ହୋଇଛନ୍ତି । ମାତ୍ର ବିରୋଧି ଦଳ ମାନେ କହିଲେ ଯେ, ବିଜେପିର ଏହା ଏକ ନିର୍ବାଚନ ନାଟକ । କିଛି କ୍ଷେପଣାସ୍ତ୍ର ପାହାଡ ଉପରେ ପକାଇ ତାହା ରାଜନୈତୀକ ଫାଇଦା ନେବାକୁ ଚାହୁଁଛି । ଏପରିକି ପାକିସ୍ଥାନ ଥଟ୍ଟା କରି କହିଲା ଯେ, ଭାରତ ଆମର ଗୁଡାଏ ଗଛ ଉପାଡି ପକାଇଲା । ମାତ୍ର ଗୋଇନ୍ଦା ସୁତ୍ର ଓ ସେଟେଲାଇଟ ଚିତ୍ରରେ ଜଣାଯାଏ ଯେ ଆକ୍ରମଣ ପରେ ପ୍ରାୟ ୩୭ ଆମ୍ବୁଲାନ୍ସରେ ମୃତ ଆହତ ମାନଙ୍କୁ ଆବୋଟାବାଦ ସହରକୁ ନିଆଗଲା । ସ୍ଥାନକୁ ସୈନ୍ୟ ମାନେ ଘେରି ରହିଲେ । ବଂଚିଥିବା ଆତଙ୍କବାଦୀ ମାନଙ୍କୁ ଅନ୍ୟତ୍ର ନେଇଗଲେ । ଏଥିରୁ ଅନୁମାନ କରାଯାଏ ୨୦୦ ରୁ ୨୫୦ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଭାରତର ବିମାନବାହିନୀର ମୁଖ୍ୟ ସ୍ପଷ୍ଟ ଭାବରେ କହିଲେ ଯେ, ଆକ୍ରମଣ ସଫଳ ହୋଇଛି । ମାତ୍ର ମଲା ଲୋକଙ୍କ ମୁଣ୍ଡ ଗଣିବା ଆମର କାମ ନୂହେଁ । ମାରିବା ଆମର କାମ । ବହୁଦିନ ପରେ ପାକିସ୍ଥାନକୁ ମୁହଁ ତୋଡ ଜବାବ ଦେଇଥିବାରୁ ସାରା ଭାରତରେ ଏକ ଦେଶ ପ୍ରେମର ଉନ୍ମାଦନ ସୃଷ୍ଟି ହୋଇଛି ଓ ସେମାନେ ସରକାର ତଥା ମୋଦିଙ୍କୁ ଅକୁଣ୍ଠ ସମର୍ଥନ ଜ୍ଞାପନ କରୁଛନ୍ତି । ଆଗାମି ନିର୍ବାଚନର ଫଳାଫଳ ପାଇଁ ଏହି ଘଟଣା ଯେ ଏକ ନର୍ଣ୍ଣାୟକ ଭୂମିକ ନେବ ସେଥିରେ ସନେ୍ଦହ ନାହିଁ ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬

Leave a Reply

Your email address will not be published.