ବଢିଚାଲିଛି ବେଆଇନ୍ ମଦ କାରବାର

କେନ୍ଦ୍ରାପଡା, (ଓଏନ୍ଏସ୍): ବେଆଇନ୍ ମଦ କାରବାର କେନ୍ଦ୍ରାପଡାରେ ବଢିବାରେ ଲାଗିଛି । ସହର ସମେତ ଜିଲ୍ଲାର କୋଣ ଅନୁକୋଣରେ ଖୁବ୍ ଚତୁରତାର ସହ କଳାବଜାରୀମାନେ ଏହି କାରବାର ଚଳାଉଥିବାର ଜଣାଯାଏ । ସହରର ବିଭିନ୍ନ ଅଂଚଳ ଯଥା- ତିନିମୁହାଣୀ, ମହିପାଳ, ନୂଆ ବସ୍ଷ୍ଟାଣ୍ଡ୍, କାକଟ ଲକ୍, ବଡହାଟ, ବଳଗଣ୍ଡି, ସାନ୍ତସାହି, ସାନମଙ୍ଗଳା ଓ ଇଚ୍ଛାପୁର ଭଳି ସ୍ଥାନରେ ଏକାଧିକ ଲୋକେ ଚୋରାରେ ବିଦେଶୀ ତଥା ଦେଶୀ ମଦ କାରବାର କରୁଥିବାର ଜଣାପଡିଛି । ହେଲେ ଟାଉନ୍ ଥାନାର ମାତ୍ର ୨୦୦ ଏବଂ ୫୦୦ ମିଟରରେ ଏହି କଳାଧନ୍ଦା ଦୀର୍ଘଦିନ ଧରି ଚାଲିଆସୁଛି, ଯାହାକି ଖୁବ୍ ଆଶ୍ଚର୍ଯ୍ୟ ପରି ମନେ ହୁଏ । ସେହିପରି ସଦର ଥାନା ନିକଟରେ ମଧ୍ୟ ସମାନ ଭଳି କାର୍ଯ୍ୟ ଚାଲୁରହିଛି । ତେବେ କିଛିଦିନ ପୂର୍ବେ ନୂଆକରି ଆସିଥିବା ଥାନା ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ନାହିଁ ନା’ ସବୁ ଜାଣିଶୁଣି ନିଜ ସ୍ୱାର୍ଥ ପାଇଁ କିମ୍ବା ଉପରସ୍ଥ ଅଧିକାରୀଙ୍କ ଚାପରେ ଚୁପ ରହୁଛନ୍ତି । ଯାହାକି ବୁଦ୍ଧିଜୀବୀଙ୍କ ମନରେ ପ୍ରଶ୍ନଉଠେ । ଅବଶ୍ୟ ପୂର୍ବରୁ ଏ ସମ୍ପର୍କରେ ଖବର ପାଇ ଅବକାରୀ ବିଭାଗ ତଥା ପୋଲିସ୍ ପ୍ରଶାସନ ଅନେକ ଥର ଚଢାଉ କରି ଉକ୍ତ ମଦ ବେପାରୀଙ୍କୁ ଗିରଫ କରିଥିଲେହେଁ, ସେମାନେ ଜାମିନ୍ରେ ଆସି ପୂନର୍ବର ଏହି ଧନ୍ଦାରେ ଲିପ୍ତ ରହୁଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ଆବଶ୍ୟକ ହୋଇ ପଡିଛି ।

Leave a Reply

Your email address will not be published.