ଆଳିରୁ କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଶର୍ମା ନାମାଙ୍କନ ପତ୍ର ଦାଖଲ କଲେ

କେନ୍ଦ୍ରାପଡ଼ା, (ଓଏନ୍ଏସ୍): ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଆଳି ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଦେବେନ୍ଦ୍ର ଶର୍ମା ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ତାଙ୍କ ସହିତ କଂଗ୍ରେସର ଅନେକ ନେତା, କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ । ଏହା ବ୍ୟତୀତ ଆଳି ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ସୁଜାତା ବାରିକ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Leave a Reply

Your email address will not be published. Required fields are marked *