କେନ୍ଦ୍ରାପଡ଼ା ବିଧାନସଭା ଆସନରେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ସ୍ୱାଧୀନ ପ୍ରାର୍ଥୀ!

କେନ୍ଦ୍ରାପଡ଼ା, (ଓଏନ୍ଏସ୍): କେନ୍ଦ୍ରାପଡ଼ା ବିଧାନସଭା ଆସନରେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ସ୍ୱାଧୀନ ପ୍ରାର୍ଥୀ ଭାବେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ତାଙ୍କ ସହିତ ତାଙ୍କର ଅନେକ ସମର୍ଥକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଏଥି ସହିତ କେନ୍ଦ୍ରାପଡ଼ା ବିଧାନସଭା ଆସନ ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତାପ କୁମାର ମଲ୍ଲିକ, ରବୀନ୍ଦ୍ର ମୁଦୁଲି, ଉର୍ମିଳା ସେଠୀ, ନରେନ୍ଦ୍ର କୁମାର ମଲ୍ଲିକ, ଆଲୋକ କୁମାର ଜେନା ଓ ନାରାୟଣ ଚନ୍ଦ୍ର ଦାସ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Leave a Reply

Your email address will not be published. Required fields are marked *