ରାଜନଗର ଓ ମହାକାଳପଡ଼ା ବିଧାନସଭା ଆସନରେ ଏକାଧିକ ସ୍ୱାଧୀନ ପ୍ରାର୍ଥୀ!

କେନ୍ଦ୍ରାପଡ଼ା, (ଓଏନ୍ଏସ୍): ରାଜନଗର ବିଧାନସଭା ଆସନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ସୁନୀତା ପ୍ରଧାନ, ଅନିରୁଦ୍ଧ ସେଠୀ, ଟୁନା ମଲ୍ଲିକ ଓ ସୁଦର୍ଶନ ପ୍ରଧାନ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ମହାକାଳପଡ଼ା ବିଧାନସଭା ଆସନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଆଶୁତୋଷ ମହାରଣା, ମମତା ସାମନ୍ତରାୟ, ଦେବେନ୍ଦ୍ର ରାଉତ, ପ୍ରମୋଦ କୁମାର ଦାସ, ସମରେନ୍ଦ୍ର ଜେନା ଓ ବିଜୟ ଲକ୍ଷ୍ମୀ ସ୍ୱାଇଁ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀପତ୍ର ଦାଖଲ ବେଳେ ଏହି ସ୍ୱାଧୀନ ପ୍ରାର୍ଥୀ ମାନଙ୍କ ସହିତ ସେମାନଙ୍କର ଅନେକ ସମର୍ଥକ ଓ ଶୁଭେତ୍ସୁ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *