କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ: ସଶକ୍ତ ହୋଇଛି କଂଗ୍ରେସ!

କେନ୍ଦ୍ରାପଡ଼ା, (ଓଏନ୍ଏସ୍): କେନ୍ଦ୍ରାପଡ଼ା ସଂରକ୍ଷିତ ବିଧାନସଭା ଆସନରେ ବିଜେଡ଼ି ସଂଗଠନ ଅପେକ୍ଷାକୃତ ଦୁର୍ବଳ ଥିବାବେଳେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଏଠାରୁ ପ୍ରାର୍ଥୀ ହୋଇଛନ୍ତି । ସେହିପରି କଂଗ୍ରେସରୁ ଗଣେଶ୍ୱର ବେହେରା ଓ ବିଜେପିରୁ ସୁନାକର ବେହେରା ପ୍ରାର୍ଥୀ ହୋଇଛନ୍ତି । ମାତ୍ର ବିଜେପିର ସଂଗଠନ ଏଠାରେ ସେମିତି କିଛି ସକି୍ରୟ ଥିବା ଭଳ ଦେଖାଯାଉନାହିଁ । କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ରାଜନୀତିକ ସ୍ଥିତି ସଂପର୍କରେ ସମୀକ୍ଷାରୁ ଜଣା ପଡ଼ିଛି ଯେ, ସ୍ଥାନୀୟ ବିଧାୟକ ଏଠାରେ କୌଣସି ଆଖି ଦୃଶିଆ ଉନ୍ନୟନ କାର୍ଯ୍ୟ କରି ନାହାନ୍ତି । ବାସ୍ତବତା ଦେଖାଗଲେ, କେନ୍ଦ୍ରାପଡ଼ା ଅଂଚଳରେ ଆବଶ୍ୟକୀୟ ଉନ୍ନୟନ କାର୍ଯ୍ୟ ହୋଇ ନଥିବାରୁ ସାଧାରଣ ଭୋଟର ବିଧାୟକଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି । ଏହି ସୁଯୋଗକୁ ହାତ ଛଡାÿ ନକରି କଂଗ୍ରେସ ନେତା ଗଣେଶ୍ୱର ବେହେରା କଂଗ୍ରେସ ସଂଗଠନକୁ ଏଠାରେ ମଜଭୁତ କରିଛନ୍ତି । ଗଣେଶ୍ୱର ବେହେରା ନିୟମିତ ଏହି ଅଂଚଳ ବୁଲି ସାଧାରଣ ଲୋକଙ୍କ ସୁଖ-ଦୁଃଖରେ ଭାଗି ହେଉଛନ୍ତି । ଯାହା ଏହି ଅଂଚଳରେ କଂଗ୍ରେସର ଶକ୍ତି ବୃଦ୍ଧି ହେବାରେ ବେଶ ସହାୟକ ହୋଇଛି । ଏଠାରେ କଂଗ୍ରେସ ସଂଗଠନ ବେଶ ସକି୍ରୟ ରହିଛି । କଂଗ୍ରେସ ନେତାମାନେ ସାଧାରଣ ଭୋଟରଙ୍କ ନିକଟରେ ପହଂଚି ପାରିଛନ୍ତି । ଏହି ଦୃଷ୍ଟିରୁ କଂଗ୍ରେସ ଏଠାରେ ଆଗରେ ଚାଲିଛି ବୋଲି କୁହାଯାଉଛି । ତେବେ ବିଜେଡ଼ି ପ୍ରାର୍ଥୀ ଶଶୀଭୂଷଣ ବେହେରାଙ୍କୁ ପ୍ରାୟତଃ ସ୍ଥାନୀୟ ଲୋକେ ଗ୍ରହଣ କରୂନଥିବାରୁ ସେ ଅସୁବିଧାରେ ଥିବା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ଆସନ ପାଇଁ ଆଖି ପକାଇଥିବା କେତେକ ଆଶାୟୀ ପ୍ରାର୍ଥୀ ମଧ୍ୟ ଶଶୀବାବୁଙ୍କୁ ସହଯୋଗ ଦେଇ ନପାରନ୍ତି । ସେହିଭଳି ଏଠାରେ ବିଜେପି ସଂଗଠନ ଏତେଟା ସକି୍ରୟ ନାହିଁ । ଏହି ଅବସ୍ଥାରେ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରା ଏଠାରୁ ସହଜ ବିଜୟ ଲାଭ କରିବେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published. Required fields are marked *