ପାଟକୁରା ନିର୍ବାଚନ ମଣ୍ଡଳୀ: ସଶକ୍ତ ହୋଇଛି ବିଜେପି!

ପାଟକୁରା, (ଓଏନ୍ଏସ୍): ପାଟକୁରା ନିର୍ବାଚନ ମଣ୍ଡଳୀରେ ବେଦ ପ୍ରକାଶ ଅଗ୍ରୱାଲାଙ୍କର ଲୋକପ୍ରିୟତା ଧୀରେଧୀରେ ହ୍ରାସ ପାଉଛି । କ୍ରମେ ବିଜେଡ଼ି ଏଠାରେ ଶକ୍ତିହୀନ ଭଳି ହୋଇ ଯାଉଥିବା ଦେଖା ଯାଉଛି । ଏଠାରେ କଂଗ୍ରେସ ପ୍ରାର୍ଥୀ ଭାବେ ରହିଛନ୍ତି ଜୟନ୍ତ ମହାନ୍ତି । ସେ ଏଠାରୁ ୨୦୧୪ରେ ମଧ୍ୟ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ସବୁଠୁ ଭଲ ସ୍ଥିତିରେ ରହିଛନ୍ତି । ପାଟକୁରା ଅଂଚଳର ଅଧିକାଂଶ ମତଦାତା ବିଜୟ ବାବୁଙ୍କୁ ସମର୍ଥନ କରୁଛନ୍ତି । ଇତିମଧ୍ୟରେ ସାରା ପାଟକୁରା ଅଂଚଳରେ ବିଜେପିର ଢେର ଶକ୍ତି ବୃଦ୍ଧି ହୋଇଛି । ସର୍ବତ୍ର ବିଜେପି ହାୱା ବହୁଛି । ବିଜୟ ବାବୁ ନିଜେ ସାଧାରଣ ଭୋଟରଙ୍କ ନିକଟରେ ପହଂଚି ପାରିଛନ୍ତି । କେତେକ ବିଜେପି ଶୂନ୍ୟ ଅଂଚଳରେ ଏବେ ବିଜେପିର ସଂଗଠନ ବଢି ବଢି ଚାଲିଛି । ଏହି ଦୃଷ୍ଟିରୁ ବିଜେପି ଏଠାରେ ଆଗରେ ଚାଲିଛି ବୋଲି କୁହାଯାଉଛି । ବାସ୍ତବତା ଦେଖାଗଲେ, ସମଗ୍ର ଅଂଚଳରେ ଆବଶ୍ୟକୀୟ ଉନ୍ନୟନ କାର୍ଯ୍ୟ ହୋଇ ନଥିବାରୁ ସାଧାରଣ ଭୋଟର ବିଧାୟକଙ୍କ ପ୍ରତି ଅସନ୍ତୁଷ୍ଟ ଅଛନ୍ତି । ବିଜେପି ପ୍ରାର୍ଥୀ ବିଜୟ ବାବୁ ଜଣେ ସରଳ, ଭଦ୍ର, ଅଭିଜ୍ଞ ଓ ନିଷ୍ଠାପର ବ୍ୟକ୍ତିତ୍ୱ । ସେ ଜଣେ ପ୍ରଗତିଶୀଳ ମଣିଷ ଭାବେ ଅନେକ ଗଣ ଆନେ୍ଦାଳନ ସହିତ ଜଡ଼ିତ ଅଛନ୍ତି । ଏଠାରେ ଯଦିଓ ଦ୍ୱିମୁଖୀ ଲଢେଇ ହେବାର ଚର୍ଚ୍ଚା ହେଉଛି, ମାତ୍ର ବାସ୍ତବରେ ବିଜେପି ଏଠାରୁ ସହଜ ବିଜୟ ଲାଭ କରିବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ତଥା କେତେକ ରାଜନୀତିକ ସମୀକ୍ଷକ ମତ ଦେଉଛନ୍ତି ।

Leave a Reply

Your email address will not be published.