ମାହାଙ୍ଗା ଓ ସାଲେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୋରଦାର ଲଢେଇ!

ମାହାଙ୍ଗା, (ଓଏନ୍ଏସ୍): ମାହାଙ୍ଗା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ୱନ୍ଦିତାରେ ଅଛନ୍ତି ବିଜେଡ଼ି ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରତାପ ଜେନା, କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ରନାଥ ସାହୁ ଓ ବିଜେପି ପ୍ରାର୍ଥୀ ସାରଦା ପ୍ରଧାନ । ଏହି ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଲଘୁ ସଂପ୍ରଦାୟର ମତଦାତା ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ ହିଁ କୌଣସି ପ୍ରାର୍ଥୀଙ୍କର ବିିଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି । ମାତ୍ର ଏବେ ବିଜେଡ଼ି ସଂଗଠନରେ ପୂର୍ବପରି ମନ୍ତ୍ରୀ ପ୍ରତାପ ଜେନାଙ୍କର ପ୍ରଭାବ ଆଉ ନାହିଁ । ସାରଦା ପ୍ରଧାନଙ୍କର ଲୋକପି୍ରୟତା ବଢି ଚାଲିଛି । ବିଜେପିର ଶକ୍ତି ବୃଦ୍ଧି ହେଉଛି । କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ସାହୁ ମଧ୍ୟ ନିଜ ସଂଗଠନକୁ ମଜଭୁତ କରିବାରେ ଲାଗିଛନ୍ତି । ଏଣୁ ପ୍ରତାପ ବାବୁ ଙ୍କ ପାଇଁ ଏଥର ବିଜୟ ଏତେ ସହଜ ନୁହେଁ ବୋଲି ରାଜନୀତିକ ପଣ୍ଡିତ ମାନେ ମତ ଦେଉଛନ୍ତି । ଏହି ନିର୍ବାଚନରେ ପ୍ରତାପ ବାବୁ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବା ନିଶ୍ଚିତ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।
ସେହିପରି ସାଲେପୁରରେ ବିଧାୟକ ତଥା ବିଜେପି ପ୍ରାର୍ଥୀ ପ୍ରକାଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଦଳୀୟ ସଂଗଠନ ମଜଭୁତ ହେବାରେ ଲାଗିଛି । ଏଠାରେ ବିଜେଡ଼ି ପ୍ରାର୍ଥୀ ପ୍ରଶାନ୍ତ ବେହେରା ଦଳୀୟ ସଂଗଠନକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଦେଖା ଯାଉଛି । କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ରନାଥ କର ମଧ୍ୟ ଦଳୀୟ ସଂଗଠନକୁ ମଜଭୁତ କରାଇବାରେ ଲାଗି ପଡ଼ିଛନ୍ତି । ତେବେ ଏଠାରେ ତିନି ପ୍ରମୁଖ ଦଳ ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ଲଢେଇ ହେବାର ଆକଳନ କରାଯାଉଛି ।

Leave a Reply

Your email address will not be published. Required fields are marked *