୨ ଏବଂ ୬ ନମ୍ବରରେ ବିଜେପି କଲା ଘାଇଲା

ପାରାଦୀପ, (ଓଏନ୍ଏସ୍): ପାରାଦୀପ ପୌର ପାଳିକା ଅଧିନରେ ଥିବା ୧୯ ଟି ୱାର୍ଡ ମଧ୍ୟରେ ମୁଖ୍ୟ କେନ୍ଦ୍ର ବିନ୍ଦୁ ୨ ଏବଂ ୬ ନମ୍ବର ୱାର୍ଡର ମିଳନ ସ୍ଥଳୀ ଅଠରବାଙ୍କୀ ଭାବେ ପରିଚିତ । ସବୁ ଦଳର ରାଜନେତାଙ୍କ ନଜର ଥାଏ ଏହି ଅଂଚଳ ଉପରେ । ବିଜେଡି ଏବଂ କଂଗ୍ରେସ ଏଠାରେ ଟକ୍କରା ଟକ୍କରି ହେଲେ ମଧ୍ୟ ବିଜେଡି ବାଜିମାତ୍ କରେ । ବିଜେଡି ନେତାଙ୍କ ହୀନ ଚକ୍ରାନ୍ତ ଫଳରେ ବଜାରର ଦେକାନ ଗୃହ ମରାମତି ତଥା ବ୍ୟବସାୟରେ ଆଶାନୁରୂପ ଉନ୍ନତି ନ ହେବାରୁ ତିନିଶହ ବ୍ୟବସାୟୀ ଙ୍କ ଅସନ୍ତୋଷ ବଢି ବଷ୍ଫୋରଣ ରୂପ ନେଲା । କାହାକୁ ସମର୍ଥନ ଦେଲେ ସେ ସ୍ଥାନୀୟ ବ୍ୟବସାୟୀ ତଥା ଅଂଚଳର ଉନ୍ନତି କରିବ ବୋଲି ଚିନ୍ତା କରୁଥିଲେ । ତେଣୁ ଚଳିତ ନିର୍ବାଚନରେ ବିଜେଡିରେ ଦୀର୍ଘଦିନ ହେବ ରହିଆସୁଥିବା ଭୋଟର, କର୍ମୀମାନେ ଅସନ୍ତୋଷ ବ୍ୟକ୍ତ କରି ଅଠରବାଙ୍କୀ ବଣିକ ସଂଘର ସଭାପତି ଗୋକୁଳା ନନ୍ଦ ତରାଇ ଏବଂ ଉପଦେଷ୍ଠା ସଞ୍ଜୟ କୁମାର ସାମନ୍ତରାୟଙ୍କ ନେତୃତ୍ୱରେ ବିଜେପି ଶିବିରରେ ସାମିଲ ହୋଇଥିଲେ । ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ ନେତୃତ୍ୱକୁ ସ୍ୱାଗତ ଜଣାଇ ସ୍ଥାନୀୟ ଅଂଚଳରେ ରାଜନୈତିକ ପରିବର୍ତନ କରାଇବେ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ । ବିଜେପିରେ ମିଶିବା ପରଠାରୁ ସପ୍ତାହର ପ୍ରତି ରବିବାର ବୁଧବାର ଭୋଜି ଭାତର ଆୟୋଜନ କରାଯାଇ ଭୋଟର ମାନଙ୍କୁ ଆକୃଷ୍ଟ କରାଯାଉଛି । ଯାହା ବିଗତ ଦିନରେ ବିଜେପିର ଭୋଟ ନଗନ୍ୟ ଥିବା ବେଳେ ବର୍ତମାନ ସ୍ଥିତି ଦିନକୁ ଦିନ ସୁଧାର ଆସୁଛି । ସ୍ଥାନୀୟ ଅଂଚଳର ଆଗଧାଡିର ନୂଆ ନୂଆ ବୁଦ୍ଧିଜୀବୀ ଚତୁର କର୍ମୀ,ଭୋଟର ସାମିଲ ହେବା ସହ ବଣିକ ସଂଘର ସିଂହ ଭାଗ ବ୍ୟବସାୟୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଅପର ପକ୍ଷେ ଫଡ ଫଡ ହୋଇ ଧରାକୁ ସରା ମଣୁଥିବା ବିଜେଡିରେ କଥା କୁହାଳିଆ କର୍ମୀ ମାନେ ନିଜର ନେତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ନ ପାଇ ନିରବି ଯାଇଥିବାର ଷ୍ପଷ୍ଟ ଚିତ୍ର ବାରି ହୋଇ ପଡୁଛି । ସଂଧ୍ୟା ବେଳେ ଏଣେ ତେଣେ ବିଜେଡି କାର୍ଯ୍ୟାଳୟ କିମ୍ବା ବସ୍ତି, ବଜାରକୁ ନ ଯାଇ ନିଜ କର୍ମ କ୍ଷେତ୍ରରେ ଏକା ଏକା ବସୁଥିବା ଦେଖିବାକୁ ମିଳୁଛି । ତେଣୁ ଏହି ଅଂଚଳରେ କଂଗ୍ରେସ ନେତୃ ମଣ୍ଡଳୀ ସକ୍ରୀୟ ନଥିବାରୁ ବିଜେପି ଭୋଟ ଭଲ ହେବ ବୋଲି କହିଛନ୍ତି ବୈଠକରେ ଉପସ୍ଥିତ ଥିବା ବରିଷ୍ଠ ବିଜେପି ନେତା ଅଜିତ୍ ଦାସ । ବନ୍ଧୁ ମିଳନ ଭୋଜିରେ ବରିଷ୍ଠ ବିଜେଡି ନେତା ବଚନ ବାବୁ, କ୍ଷୀରୋଦ ଚୈାଧୁରୀ, ଅଭୟ ବେହେରା, ସୁବୋଧ ମହାପାତ୍ର, ମଧୁସୁଦନ ଜେନା, ଅମରଜିତ୍ ଜେନା, ନିତ୍ୟାନନ୍ଦ ସ୍ୱାଇଁ, ସୁକାନ୍ତ ମହାପାତ୍ର, ନବଘନ ଜେନା, ମାୟାଧର ସ୍ୱାଇଁ ପ୍ରମୁଖ ଶତାଧିକ କର୍ମୀ ଏବଂ ଭୋଟର ସାମିଲ ହୋଇଥିଲେ ।

 

Leave a Reply

Your email address will not be published.