ଜାତୀୟ ଅଗ୍ନିସେବା ଦିବସ ପାଳିତ

ପାରାଦ୍ୱୀପ, (ଓଏନ୍ଏସ୍):ପାରାଦ୍ୱୀପ ବନ୍ଦର ସିଆଇଏସ୍ଏଫ୍ ତରଫରୁ ଜାତୀୟ ଅଗ୍ନିସେବା ଦିବସ ବଡ ଧୁମ ଧାମ ସହକାରେ ପାଳନ କରାଯାଇଛି । ଏହି ଅବସରରେ ଆମ ଦେଶର ସହିଦ ଜବାନଙ୍କ ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହିତ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହାପରେ ଅଗ୍ନିରୁ ଦେଶର ସମ୍ପତି ଓ ଜୀବନ ରକ୍ଷା କରିବା ପାଇଁ ସିଆଇଏସଏଫ୍ ଜବାନ ମାନେ ସପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ମାଷ୍ଟର କ୍ୟାପଟେନ ଏ.ସି.ସାହୁ, ଡକ୍ ଓ ସୁରାକ୍ଷା ବିଭାଗର ଉପପ୍ରବନ୍ଧକ ପି.ଗୋପିନାଥ, ସହକାରୀ କମାଡେଂଟ ନିମିଶ କପୁରଙ୍କ ସମେତ ପାରାଦ୍ୱୀପ ସିଆଇଏସଏଫ୍ ଅଗ୍ନିଶମ ବିଭାଗର ସମସ୍ତ ଉଚ୍ଚପଦସ୍ଥ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.