ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଜନ୍ମ ଶତବାର୍ଷିକ ମହୋତ୍ସବ

ବିରିଡି, (ଓଏନ୍ଏସ୍): ସମସ୍ତଙ୍କର ଗୁରୁ ଏକ ଅଟେ । ଏଇ ଐକ୍ୟଭାବ ହିଁ ଏକାକ୍ଷର । ଏହି ମହାନ ବାଣୀର ପ୍ରତିଷ୍ଠାତା ପ୍ରେମାଚାର୍ଯ୍ୟ ବାବା ମଧୁସୂଦନଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ଶ୍ରୀମତୀ ସୁଚେତା ଦାସଙ୍କ ତତ୍ୱାବଧାନରେ ଗତ ୧୮ ତାରିଖ ଦିନ ବୁିରିଡି ବ୍ଲକ ଅନ୍ତର୍ଗତ ବାଗଲପୁର ଗ୍ରାମରେ ମହା ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଆଶ୍ରମ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରୁ ଶ୍ରୀ ଶ୍ରୀ ଗୁରୁଦେବଙ୍କ ଶ୍ରୀ ବିଗ୍ରହ ଓ ପାଦୁକା ଶହ ଶହ ଭକ୍ତମାନଙ୍କ ଗହଣରେ ଏହି ଅଂଚଳରେ ପହଂଚିଥିଲା । ବିଶ୍ୱର ମହା ବିପତିନାଶନ ନାମ ‘ଓଁ କୃଷ୍ଣ ମଧୁସୂଦନ ବାସୁଦେବ ଜନାର୍ଦ୍ଦନ’ ନାମ କୀର୍ତନ ଓ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା । ସ୍ୱତନ୍ତ୍ର ମଣ୍ଡପରେ ଶ୍ରୀ ଶ୍ରୀ ଗୁରୁଦେବଙ୍କ ବିଗ୍ରହ ଓ ପାଦୁକା ସ୍ଥାପନ କରାଯାଇ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ଓ ବନ୍ଦାପନା ଆଦି କରାଯାଇଥିଲା । ଏହି ଧାର୍ମିକ ଅନୁଷ୍ଠାନରେ ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ରର ଅଧ୍ୟକ୍ଷ ବାବାଜୀ ଦାମୋଦର ଦାସ ଓ ପ୍ରେମାଚାର୍ଯ୍ୟଙ୍କ ଶିଷ୍ୟ ତଥା ଜଗନ୍ନାଥ ସଂସ୍କୃତିର ପ୍ରବଚକ ବାବାଜୀ ଦିବାକର ଦାସ, ବାବାଜୀ ଚିତୋବିନୋଦ ଦାସ, ବାବାଜୀ ନେତ୍ରାନନ୍ଦ ଦାସ ପ୍ରମୁଖ ଯୋଗଦେଇ ଶ୍ରୀ ଗୁରୁଦେବ ଏହି ଅଂଚଳରେ ବିଭିନ୍ନ ଅଲୈାକିକ ଘଟଣା କିପରି ଘଟାଇଥିଲେ ତାହା ବର୍ଣ୍ଣନା କରିଥିଲେ । ଓଡିଶାର ବିଭିନ୍ନ ଶାଖା ଆଶ୍ରମର ସେବିକା ସର୍ବଶ୍ରୀ ସବିତା ଦାସ, ଶକ୍ୁନ୍ତଳା ଦାଶ, ବିନୋଦିନୀ ଦାସ, ଅହଲ୍ୟା ଦାସ, ସୌଭାଗିନୀ ପରିଜା ପ୍ରମୁଖ ଯୋଗଦେଇଥିଲେ । ୨୦୧୮ ଜୁନ ୨୪ ତାରିଖରମ୍ପାଳନ କରାଯାଉଥିବା ପ୍ରେମାଚାର୍ଯ୍ୟଙ୍କ ଜନ୍ମ ଶତବାର୍ଷିକୀ ମହୋସôବକୁ ଆଜି ଏହି ଅଂଚଳରେ ୨୯୯ ଦିନରେ ପଦାର୍ପଣ କରିପାରିଛି ବୋଲି ସେବକ ପ୍ରୀତିରଂଜନ ଦାସ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ରଂଜନ କୁମାର ଦିକ୍ଷୀତ, ଶ୍ରୀ ନିରଂଜନ ମହାନ୍ତି, ବ୍ରହ୍ମାନନ୍ଦ ଭାଇ, ପ୍ୟାରୀମୋହନ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published.