ବିଜୁ ପଟ୍ଟନାୟକଙ୍କ ଶ୍ରାଧୋତ୍ସବ ପାଳନ କଲା ଶ୍ର୍ରମିକ ସଂଘ

ପାରାଦ୍ୱୀପ, (ଓଏନ୍ଏସ୍): ପାରାଦ୍ୱୀପର ଅଗ୍ରଣୀ ଶ୍ରମିକ ସଂଗଠନ ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ ପକ୍ଷରୁ ବିଜୁପଟ୍ଟନାୟକଙ୍କ ୨୨ତମ ବାର୍ଷିକ ଶ୍ରାଧୋତ୍ସବ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ସମାପିତ ହୋଇଛି । ଏହି ଅବସରରେ ପ୍ରାତଃ ମୁହୁର୍ତରେ ମହୋଦଧିରେ ତିଳ ତର୍ପଣ, ଦେବ ମନ୍ଦିରରେ ଦୀପଦାନ, ପୂଜାର୍ଚ୍ଚନା କରାଯାଇଥିଲା । ପରେ ରାହାମା, କୁଜଙ୍ଗ ଓ ପାରାଦ୍ୱୀପ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯାଇ କୁଜଙ୍ଗ ଓ ପାରାଦ୍ୱୀପ ସରକାରୀ ଡାକ୍ତର ଖାନାରେ ରୋଗୀମାନଙ୍କୁ ଫଳ ବଂଟନ, ବୃକ୍ଷରୋପଣ ଓ ଦରିଦ୍ର ନାରାୟଣ ସେବା କରାଯାଇଥିଲା । ମଧ୍ୟାହ୍ନରେ ଜିରୋ ପଏଂଟ ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସ୍ମୃତି ସଭାରେ ସଂଘର ସଭାପତି ତଥା ବରିଷ୍ଠ ଶ୍ରମିକନେତା ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ସଂଘର ଉପସଭାପତି ଶ୍ରୀ ମନିନ୍ଦ୍ର ଗୁରୁ, ପାରାଦ୍ୱୀପ ବନ୍ଦର କ୍ଷତି ଗ୍ରସ୍ତ ଜମିହରା କୃଷକ ସଂଘର ସଭାପତି ଶ୍ରୀ ଚିନ୍ମୟ ଦାସ, ସମ୍ପାଦକ ଶ୍ରୀ ମିହିର କାନ୍ତ ସାହୁ ଓ ବରିଷ୍ଠ ସଭାୟ ନେତ୍ରାନନ୍ଦ ସାମଲ, କୁଜଙ୍ଗ ବ୍ଲକ୍ ବିଜେଡି ଏସ.ସି ସେଲ ଅଧ୍ୟକ୍ଷ ଅଭିରାମ ସାମଲ ପ୍ରମୁଖ ସ୍ମୃତି ସଭାରେ ଯୋଗ ଦେଇ ବିଜୁବାବୁଙ୍କ ଅସୀମ ବୀରତ୍ୱ, ତ୍ୟାଗ, ଦେଶପ୍ରେମ, ଅଦ୍ୟମ ଦୁଃସାହସ ଓ ଓଡିଶା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ସମ୍ପର୍କରେ ଅବଗତ କରାଯାଇଥିଲେ । ଆଜି କାର୍ଯ୍ୟକ୍ରମକୁ ଅରୁପ ପଟ୍ଟନାୟକ ଓ ଅଶୋକ କୁମାର ନାଥ ପରିଚାଳନା କରିଥିଲେ ।

Leave a Reply

Your email address will not be published.