ଭାରତୀୟଙ୍କ ସମ୍ମାନ ପ୍ରତି ଖାତିର ନଥିଲା ଇଂରେଜଙ୍କର!

ଆଜକୁ ଶହେ ବର୍ଷ ତଳେ ଇଂରେଜ ଶାସିତ ପରାଧିନ ଭାରତ ବର୍ଷର ପଞ୍ଜାବ ପ୍ରଦେଶର ପବିତ୍ର ସହର ଅମୃତସର ଠାରେ ବି୍ରଟିଶ ସରକାରଙ୍କ ସୈନ୍ୟ ମାନେ ଏକ ନିରସ୍ତ୍ର ଭାରତୀୟ ମାନଙ୍କ ଶାନ୍ତି ପୂର୍ଣ୍ଣ ସମାବେଶ ଉପରକୁ ଗୁଳି ଚାଳନା କରି ପ୍ରାୟ ୩୭୯ ଜଣ ଭାରତୀୟଙ୍କୁ ହତ୍ୟା ଓ ୧୧୦୦ ଜଣଙ୍କୁ ଆହତ କରିଥିଲେ । ବି୍ରଟିଶ ସରକାରଙ୍କ ଭଳି ଏକ ସଭ୍ୟ ଓ ଗଣତାନ୍ତ୍ରୀକ ଶାସନ ଦ୍ୱାରା ଏଭଳି ଅମାନୁସିକ ହତ୍ୟାକାଣ୍ଡ ସାରା ବିଶ୍ୱକୁ ସ୍ତଦ୍ଭ କରିଦେଇଥିଲା ଓ ସଭ୍ୟ ପୋଷାକ ତଳେ ସେମାନଙ୍କ ବର୍ବରତାକୁ ଖୋଲି ଦେଇଥିଲା । ଏହି ଘଟଣା ଇତିହାସରେ ଜାଲିଆନୱାଲାବାଗ୍ ଗୁଳିକାଣ୍ଡ ରୁପେ ସ୍ଥାନ ପାଇଅଛି ।
ଏହି ଅଭିଶପ୍ତ ଦିନଟି ଥିଲା ୧୯୧୯ ମସିହା ଏପି୍ରଲ ୧୩ ତାରିଖ । ହିନ୍ଦୁ ମାନଙ୍କର ପଣା ସଂକ୍ରାନ୍ତି ଓ ଶିଖ ମାନଙ୍କର ପବିତ୍ର ବୈଶାଖି ପର୍ବର ପାଳନ ଦିବସ । ଏହି ଦିନ ଗୁରୁ ଗୋବିନ୍ଦ ସିଂ ଖାଲସା ସଂପ୍ରଦାୟର ସୃଷ୍ଟି କରିଥିଲେ । ଅମୃତସର ସ୍ଥିତ ସ୍ୱର୍ଣ୍ଣ ମନ୍ଦିରକୁ ହଜାର ହଜାର ଭକ୍ତଙ୍କ ଧାଡି ଲାଗିଥାଏ । ସେତେବେଳେ ଭାରତର ରାଜନୈତିକ ପରିସ୍ଥିତି ଅତ୍ୟନ୍ତ ଉତେଜନା ପୂର୍ଣ୍ଣ ଥିଲା । ୧୯୧୪ ରୁ ୧୯୧୮ ପର୍ଯ୍ୟନ୍ତ ଯେଉଁ ପ୍ରଥମ ବିଶ୍ୱଯୁଦ୍ଧ ହୋଇଥିଲା ସେଥିରେ ଲକ୍ଷ ଲକ୍ଷ ଭାରତୀୟ ଇଂରେଜ ମାନଙ୍କ ସପକ୍ଷରେ ଲଢି ସୁଦୁର ଅଫି୍ରକା ଓ ମଧ୍ୟ ପ୍ରାଚ୍ୟରେ ନିଜର ରକ୍ତ ଅଜାଡି ଦେଇଥିଲେ । ନିଜେ ମହାତ୍ମା ଗାନ୍ଧି ମଧ୍ୟ ବି୍ରଟିଶ ମାନଙ୍କ ସପକ୍ଷରେ ଲଢେଇ କରିବା ପାଇଁ ଭାରତୀୟ ମାନଙ୍କୁ ଆହ୍ୱାନ ଦେଇଥିଲେ । ସମସ୍ତଙ୍କ ଆଶା ଥିଲା ଯେ, ଯୁଦ୍ଧରେ ଜୟଲାଭ କଲା ପରେ ବି୍ରଟିଶ ସରକାର ଭାରତୀୟ ମାନଙ୍କ ପାଇଁ କିଛି ସୁବିଧା ଘୋଷଣା କରିବେ । ମାତ୍ର ବି୍ରଟିଶ ମାନେ ସେଭଳି କିଛି କଲେ ନାହିଁ । ତେଣୁ ଭାରତୀୟ ମାନେ ଗାନ୍ଧିଙ୍କ ଡାକରାରେ ସବୁଆଡେ ହଡତାଳ ଆରମ୍ଭ କଲେ । ଅନେକ ସ୍ଥାନରେ ଏହା ହିଂସାତ୍ମକ ରୁପ ନେଲା । ଇଂରେଜ ସରକାର ଏହାକୁ ଦମନ କରିବାପାଇଁ ରାଓଲଟ ଆକ୍ଟ ନାମରେ ଏକ କଠୋର ନିୟମ ଜାରି କଲେ । ଏହା ବିରୁଦ୍ଧରେ ସାରା ଦେଶରେ ପ୍ରତିବାଦ ଓ ହଡତାଳ ଆରମ୍ଭ ହେଲା । ପୁଲିସ ଗୁଳିରେ ଅନେକ ଲୋକ ମୃତୁ୍ୟ ବରଣ କଲେ ।
ପଞ୍ଜାବରେ ମଧ୍ୟ ଏହି ହରତାଳ ବ୍ୟାପକ ରୁପ ଧାରଣ କଲା । ଇଂରେଜ ସରକାର ହଠାତ୍ ଅମୃତସରର ଦୁଇ ଜଣ ବିିଶିଷ୍ଟ କଂଗ୍ରେସ ନେତା ଡ଼ ସତପାଳ ଓ ସଫିଉଦ୍ଧିନ୍ଙ୍କୁ ଗିରଫ କରି ପଞ୍ଜାବରୁ ବହିଷ୍କାର ଆଦେଶ ଜାରି କଲେ । ଏହା ପ୍ରତିବାଦରେ ହଜାର ହଜାର ଲୋକ ରାସ୍ତାକୁ ବାହାରିଲେ ଓ ପୋଲିସ ଗୁଳିରେ ୨୦ ଜଣ ସାଧାରଣ ଲୋକ ମୃତୁ୍ୟ ବରଣ କଲେ । ଏପ୍ରିଲ ୧୨ ତାରିଖ ଦିନ ଲୋକମାନଙ୍କର ଆକ୍ରମଣରେ ୩ ଜଣ ଇଂରେଜ ବ୍ୟାଙ୍କ କର୍ମଚାରି ନିହତ ହେଲେ ଓ ଲୋକମାନେ ଏକ କନ୍ଭେଂଟ ସ୍କୁଲର ଶିକ୍ଷୟୀତ୍ରୀ ମିସ୍ ଶେରଉଡୁଙ୍କୁ ବାଟରେ ଗଲାବେଳେ ଆକ୍ରମଣ କଲେ । ଏଥିରେ ଭୟଭିତ ହୋଇ ପଞ୍ଜାବର ଗଭର୍ଣ୍ଣର ସାର ମାଇକେଲ ଓ ଡାୟର ପଞ୍ଜାବର ଶାସନକୁ ସାମରିକ କର୍ତୁପକ୍ଷଙ୍କୁ ହସ୍ତାନ୍ତର କଲେ । ତାଙ୍କ ଆହ୍ୱାନରେ ଜଳନ୍ଧରରେ ଥିବା ବିଗ୍ରେଡିୟର ଆର ଇଚ୍ ଡାୟର ନିଜର ସୈନ୍ୟ ବାହିନି ସହ ୧୧ ତାରିଖ ଦିନ ପଞ୍ଜାବରେ ପହଂଚି ସାମରିକ ଶାସନ ଯାରି କଲେ । ସମସ୍ତ ପ୍ରକାର ଧର୍ମଘଟକୁ ବେ ଆଇନ ଘୋଷଣା କରାଗଲା ।
ଏହି ଘୋଷଣା ସବୁ ଲୋକ ଜାଣି ପାରିଲେ ନାହିଁ । ନେତା ମାନଙ୍କର ବହିଷ୍କା ଆଦେଶ ବିରୁଦ୍ଧରେ ଏକ ପ୍ରତିବାଦ ସଭା ଏପ୍ରିଲ ୧୩ ତାରିଖ ଅପରାହ୍ନ ବେଳେ ଜାଲିୱାନାବାଗ ଠାରେ ହେବାର ଘୋଷଣା ହୋଇଥିଲା ଓ ସେଦିନ ସେଠାକୁ ହଜାର ହଜାର ଲୋକ ଆସିବାକୁ ଲାଗିଲେ ।
ବିଗ୍ରେଡିୟର ଆର ଡାୟରଙ୍କ ଘୋଷଣା ଅତ୍ୟନ୍ତ କଠୋର ଥିଲା । ସେ କହିଥିଲେ ମୁଁ ଜଣେ ସିପାହି ଅଟେ । ସାମରିକ ଆଇନ ଅନୁସାରେ କାମ କରିବା ମୋର ଲକ୍ଷ । ଲୋକମାନେ ଶାନ୍ତି ଚାହିଁଲେ ଧର୍ମ ଘଟ ବନ୍ଦ କରନ୍ତୁ । ଯୁଦ୍ଧ ଚାହିଁଲେ ମୋ ପାଇଁ ଫ୍ରାନ୍ସର ରଣକ୍ଷେତ୍ର ଓ ଅମୃତସର ସହର ଉଭୟ ସମାନ ଅଟେ । ଯୁଦ୍ଧର ଜବାବ କେବଳ ଗୁଳିରେ ହିଁ ଦେବି ।
ଜାହିଆନାୱାଲାବାଗ୍ ପଡିଆଟି ସ୍ୱର୍ଣ୍ଣ ମନ୍ଦିର ନିକଟରେ ୬ ଏକର ପରିମିତ ଏକ ଆବଦ୍ଧ ସର୍ବ ସାଧାରଣ ପଡିଆ ଟିଏ । ଏଠି ପ୍ରବେଶ କରିବାପାଇଁ ସରୁ ବାଟ ଟିଏ ଥିଲା । ବିଭିନ୍ନ ସମୟରେ ଏଠାରେ ସଭା ସମିତି ହୁଏ । ୧୩ ତାରିଖ ଦିନ ଅପରାହ୍ନ ସୁଦ୍ଧା ପ୍ରାୟ ୨୦,୦୦୦ ଲୋକ ଏଠାରେ ରୁଣ୍ଡ ହୋଇଥିଲେ । ସେମାନେ ସମସ୍ତେ ନିରସ୍ତ୍ର ଥିଲେ । ସେମାନଙ୍କ ମଧ୍ୟରେ ଅନେକ ମହିଳା ଓ ଶିଶୁ ମଧ୍ୟ ଥିଲେ । ସଭା କାର୍ଯ୍ୟ ଆରମ୍ଭ ହୋଇସାରିଥିଲା । ଠିକ୍ ଏହି ସମୟରେ ହଠାତ୍ ଜେନେରାଲ ଡାୟାର କିଛି ଗୁରଖା, ପଠାଣ, ଶଖ୍ ଓ ସିନ୍ଧ ସୈନ୍ୟ ମାନଙ୍କ ସହ ଦୁଇଟି ସାମରିକ ଗାଡି, ମେସିନ ଗନ୍ ଓ ୩୦୩ ରାଏଫଲ ସହ ମୃତୁ୍ୟର ଦୁତ ସଦୃଶ ସେଠାରେ ପହଂଚି ଗଲେ । ସାମାରିକ ଗାଡିଟି ସରୁ ବାଟ ଦେଇ ଭିତରକୁ ପଶି ପାରିଲା ନାହିଁ । ୫୦ ଜଣ ସିପାହି ବନ୍ଧୁକ ଧରି ଡାୟରଙ୍କ ଦୁଇ କଡରେ ଠିଆ ହୋଇଗଲେ । କୈାଣସି ସତର୍କ ଘୋଷଣା ନକରି ଡାୟର ଜନତାଙ୍କ ଉପରକୁ ଗୁଳି ଚଳାଇବାକୁ ଆଦେଶ ଦେଲେ । ପ୍ରଥମେ କେତେକ ସିପାହି ଉପରକୁ ଗୁଳି ମାରିବାରୁ ସେ କଠୋର କଣ୍ଠରେ “ଫାୟାର ଲୋ’’ ବୋଲି ଆଦେଶ ଦେଲେ । ୧୦ ମିନିଟ ଧରି ଅନବରତ ଗୁଳି ଚାଲିଲା । ଲୋକ ମାନେ ପଳେଇବାକୁ ବାଟ ପାଇଲେ ନାହିଁ । କିଛି ଲୋକ ପାଚେରି ଡେଇଁ ପଳାଇଲେ, କିଛି ଲୋକ ସେଠାରେ ଥିବା ଏକ କୁଅରେ ଡେଇଁ ପଡି ମଲେ । ପଡିଆ ଯାକ ଆହତ ମୃତୁ୍ୟ ଲୋକ ବିଂଚି ହୋଇ ପଡିଥିଲେ । ରକ୍ତର ସୁଅ ବହୁଥିଲା । ସମୁଦାୟ ୩୭୯ ଜଣ ମୃତୁ୍ୟ ବରଣ କଲେ ଓ ୧୧୦୦ ଜଣ ଆହତ ହେଲେ ଓ ୧୫୮୦ ଟି ଖାଲି ଖୋକା ସେଠାରୁ ପରେ ମିଳିଥିଲା । ଗୁଳି କାଣ୍ଡପରେ ଆହତ ମାନଙ୍କର ଚିକିସôାର ସୁବିଧା ନକରି ଛାତି ‘ୁଲାଇ, “ଆଇ ସେଭ୍ଡ ଇଂଣ୍ଡିଆ’’ କହି ଡାୟର ଛାଉଣିକୁ େ‘ରିଗଲେ ଓ ଉପରିସ୍ଥ ଅ‘ିସରଙ୍କୁ ଜଣାଇଲେ, ’’ଏସିଆର ଲୋକମାନେ କେବଳ ଗୁଳିର ଭାଷା ହିଁ ବୁଝନ୍ତି’’ ।
ଏକ ଶାନ୍ତି ପୂର୍ଣ୍ଣ ଜନତା ଉପରକୁ ନିର୍ମମ ଗୁଳି ଚାଳନା ଓ ଶହ ଶହ ଲୋକଙ୍କୁ ହତ୍ୟା ସାରା ଭାରତକୁ ସ୍ଥବ୍ଧ କରିଦେଲା । ମହାତ୍ମା ଗାନ୍ଧି ଏହାକୁ କଡା ଭାଷାରେ ନିନ୍ଦା କଲେ । ବିଶ୍ୱକବି ରବିନ୍ଦ୍ରନାଥ ସରକାରଙ୍କ ତରଫରୁ ଦିଆ ଯିବାକୁ ଥିବା ନାଇଟ୍ ଉପାଧିକୁ ପ୍ରତ୍ୟାଖାନ କରି କହିଲେ, “ଦଳେ ହତ୍ୟାକାରୀଙ୍କ ହାତରୁ ମୁଁ ସମ୍ମାନ ନେବାକୁ ଘୃଣା କରେ” । କେନ୍ଦ୍ର ଆସେମ୍ବଲିରୁ ଅନେକ ଭାରତୀୟ ସଭ୍ୟ ଇସ୍ତଫା ଦେଇଦେଲେ । ଇଂଲଣ୍ଡରେ ମଧ୍ୟ ଶ୍ରମିକ ଓ ଉଦାରପନ୍ଥି ସଭ୍ୟ ମାନେ ପାର୍ଲାମେଂଟରେ ଡାୟାରଡିବେଟ ନାମରେ ଏକ ବିତର୍କ ଆରମ୍ଭ କଲେ ।
ଅଶ୍ଚର୍ଯ୍ୟ ଜନକ ଭାରେ ଡାୟାରଙ୍କୁ ଅନେକ ସମର୍ଥନ ମିଳିଲା । ଗଭର୍ଣ୍ଣର ଓ ଡାୟାର ତାଙ୍କୁ ଭୁରି ଭୁରି ପ୍ରସଂଶା କଲେ । ସ୍ୱର୍ଣ୍ଣ ମନ୍ଦିରରେ ତାଙ୍କୁ ଡକାଯାଇ ସମ୍ମାନର ସହ ସିରୋପା ଦିଆଗଲା । ଏହାର ପ୍ରତିବାଦରେ ଶଖ୍ ମାନେ ଗୁରୁଦ୍ୱାର ଆଇନକୁ ମହନ୍ତ ମାନଙ୍କ କବଳରୁ ରକ୍ଷା କରିବାପାଇଁ ଆନେ୍ଦାଳନ ଆରମ୍ଭ କଲେ । ହାଉସ ଅଫ୍ ଲର୍ଡ୍ସରେ ମଧ୍ୟ ଡାୟରଙ୍କୁ ପ୍ରସଂଶା କରାଗଲା । ବିଶିଷ୍ଟ ଲେଖକ ଆର କିପ୍ଲିଂ ଓ ଲଣ୍ଡନର ମର୍ଣ୍ଣିଙ୍କ ପୋଷ୍ଟ ସମ୍ବାଦ ପତ୍ର ଡାୟରଙ୍କ ସମର୍ଥନରେ ୨୬୦୦୦ ପାଉଣ୍ଡ ସଂଗ୍ରହ କରି ତାଙ୍କ ହାତରେ ଦେଇଥିଲେ । ଇଂଲଣ୍ଡରେ ମଧ୍ୟ ତାଙ୍କୁ ଏକ ସମ୍ମାନ ସୂଚକ ଖଣ୍ଡା ଓ ଟଙ୍କା ମୁଣା ଉପହାର ଦିଆଗଲା । ଏହା ସତ୍ୱେ ଇଂରେଜ ସରକାର ତାଙ୍କୁ ଚାକିରିରୁ ବହିସ୍କାର କଲେ ଓ ଇସ୍ତଫା ଦେବାକୁ ନିଦେ୍ର୍ଦଶ ଦେଲେ । ୧୯୨୦ ମସିହାରେ ଏକ ନିନ୍ଦିତ ବ୍ୟକ୍ତି ରୁପେ ସେ ଦେଶକୁ ଫେରି ୧୯୨୭ ମସିହାରେ ମୃତୁ୍ୟ ବରଣ କଲେ । ଭାରତୀୟ ମାନେ ଅନୁଭବ କଲେ ଇଂରେଜ ମାନଙ୍କ ସହିତ ଆଉ ସହାବସ୍ଥାନ ସମ୍ଭବ ନୁହଁ । ଯେତେ ଶିଘ୍ର ସେମାନେ ଏ ଦେଶରୁ ଯିବେ ତାହା ଦେଶ ପାଇଁ ମଙ୍ଗଳ କର । ସେମାନଙ୍କ ବିରୁଦ୍ଧରେ ଚରମ ଆନେ୍ଦାଳନ କରିବାପାଇଁ ମହାତ୍ମା ଗାନ୍ଧି ପ୍ରସ୍ତୁତି ଆରମ୍ଭ କଲେ । ଯାହା ୨୦୨୧/୨୨ ମସିହାର ଅସଯୋଗ ଓ ଆଇନ ଅମାନ୍ୟ ଆନେ୍ଦାଳନ ରୁପେ ସାରା ଦେଶରେ ବ୍ୟାପିଥିଲା । କଂଗ୍ରେସ ଦଳ ତରଫରୁ ପଣ୍ଡିତ ମଦନ ମୋହନ ମାଲବ୍ୟ ଏହି ଘଟଣାର ତଦନ୍ତ କରିଥିଲେ ଓ ସେହି ପଡିଆକୁ କିଣି ଏଠାରେ ଏକ ସ୍ମୃତି ମନ୍ଦିର ତିଆରି କରାଇଥିଲେ । ଯେଉଁଥିରେ ଲେଖାଥିଲା ଦେଶ ପ୍ରେମର ବହ୍ନିଶିଖା । ପରବର୍ତି କାଳରେ ଭାରତ ସ୍ୱାଧିନତା ପାଇଲା ପରେ ୧୯୫୧ ମସିହାରେ ଆଉ ଏକ ସ୍ମୃତି ମନ୍ଦିର ତିଆରି ହୋଇ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ।
ଏହି ଘଟଣାର ପରି ସମାପ୍ତି ଏତିକିରେ ଘଟି ନଥିଲା । ଭଗତ ସିଂ ଙ୍କର ଜଣେ ଅନୁଗାମି ଉଦ୍ଧାମ ସିଂ ପ୍ରତିଶୋଧର ପ୍ରତିଜ୍ଞା କରି ଲଣ୍ଡନ ସହରରେ ୧୯୪୦ ମସିହାରେ ଗୁଳି କରି ସେତେବେଳର ଗଭର୍ଣ୍ଣର ମାଇକେଲ ଓ ଡାୟରଙ୍କୁ ହତ୍ୟାକଲା ଓ ନିଜେ ଫାଶି ଖୁଂଟରେ ଝୁଲିଲା । ପରବର୍ତି ସମୟରେ ଅନେକ ସମୟରେ ବି୍ରଟିଶ ସରକାରଙ୍କ ତରଫରୁ ଶହେ ବର୍ଷ ତଳର ଘଟଣା ପାଇଁ ଦୁଃଖ ପ୍ରକାଶ କରିଥିଲେ ମଧ୍ୟ ତାହା ନିଜର ଏକ ଭୁଲ ବୋଲି ଏପର୍ଯ୍ୟନ୍ତ ସ୍ୱୀକାର କରିନାହାନ୍ତି ଓ ସେହି ଶହେ ବର୍ଷ ତଳର ସେହି କରୁଣ ଘଟଣା ଏବେବି ପ୍ରତ୍ୟେକ ଭାରତୀୟଙ୍କ ମନକୁ କୋ୍ରଧ ଓ ଦୁଃଖରେ ଖିନ ବିନ କରି ଦେଉଛି ଓ ସେମାନେ ବିଲାତ ସରକାରଙ୍କଠୁ ନିସର୍ତ କ୍ଷମା ଓ ଭୁଲ ସ୍ୱୀକାର ଦାବି କରୁଛନ୍ତି । ଏଠାରେ ପ୍ରଣିଧାନ ଯୋଗ୍ୟ ଯେ, ଓ ଡାୟାର ଓ ଆର ଡାୟାର ଦୁଇ ଜଣ ଭିନ୍ନ ବ୍ୟକ୍ତି ଅଟନ୍ତି । ମାଇକେଲ ଓ ଡାୟାର ପଞ୍ଜାବର ଗଭର୍ଣ୍ଣର ଥିଲେ । ସେ ଜଣେ ଆଇ.ସି.ଏସ ଅଫିସର ଥିଲେ, ମାତ୍ର ବିଗ୍ରେଡିଅର ଆର.ଇ.ଏଚ ଡାୟାର ଜଣେ ସୈନ୍ୟ ବିଭାଗର ବ୍ୟକ୍ତି ଥିଲେ । ଉଦ୍ଧାମ ସିଂ ହତ୍ୟାକାରି ଡାୟରଙ୍କୁ ନମାରି ଆଦେଶ ଦେଇଥିବା ମାଇକେଲ ଡାୟାରଙ୍କୁ ହତ୍ୟା କରିଥିଲେ ।
ଅମୃତ ସର ସହରରେ ଗୁଳିକାଣ୍ଡ ପରେ ଅନୁତାପ ନକରି ଆର ଡାୟାର ଏକ ବିଚିତ୍ର ଆଦେଶ ଦେଇଥିଲେ । ଯେଉଁ ଘର ଆଗରେ କନଭେଂଟ ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ ହୋଇଥିଲା ଭାରତୀୟ ମାନେ ସେହି ବାଟେ ଗଲାବେଳେ ଆଣ୍ଠେଇ ଆଣ୍ଠେଇ ଯିବେ । ଏହାକୁ କ୍ରଲିଙ୍ଗ ଅର୍ଡର ବୋଲି କୁହାଯାଉଥିଲା । ଭାରତୀୟ ମାନଙ୍କ ସମ୍ମାନ ପ୍ରତି ତାଙ୍କର ତିଳେ ମାତ୍ର ଖାତିର ନଥିଲା । ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ

Leave a Reply

Your email address will not be published. Required fields are marked *