ରାଜନଗର ବିଧାନସଭା ଆସନରେ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ଲଢେଇ

ରାଜନଗର, (ଓଏନ୍ଏସ୍): ରାଜନଗର ବିଧାନସଭା କ୍ଷେତ୍ରରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେବା ନେଇ ସ୍ପଷ୍ଟ ହେଉଛି । ବିଜେଡ଼ି ପ୍ରାର୍ଥୀ ଧୃବ ସାହୁ ଓ କଂଗ୍ରେସ ପ୍ରାର୍ଥୀ ବିଧାୟକ ଅଂଶୁମାନ ମହାନ୍ତିଙ୍କ ମଧ୍ୟରେ କଡ୍ଡା ଟକ୍କର ହେବ । ବିଜେପି ପ୍ରାର୍ଥୀ ଅଲେଖ ଜେନା ବର୍ତମାନ ସୁଦ୍ଧା ସବୁଠୁ ପଛରେ ଅଛନ୍ତି । ବିଜେପିର କୌଣସି ସଶକ୍ତ ସଂଗଠନ ଏଠାରେ ନଥିଲେ ମଧ୍ୟ ପୂର୍ବତନ ବିଧାୟକ ଅଲେଖ ଜେନା ନିଜର ଶକ୍ତି ବୃଦ୍ଧି ପାଇଁ ଚେଷ୍ଟାରେ ଅଛନ୍ତି । ତେବେ ବିଧାୟକ ଅଂଶୁମାନ ମହାନ୍ତି ନିଜ ସଂଗଠନ ମଜଭୁତ କରିବା ସହ ମତଦାତାଙ୍କର ନିକଟତର ହେବାରେ ଲାଗିଛନ୍ତି । ସେହିପରି ଦୀର୍ଘଦିନ ଧରି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡ଼ି ସଭାପତି ଦାୟୀତ୍ୱରେ ରହି ଧୃବ ସାହୁ ଜିଲ୍ଲାର ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସହିତ ଜଡ଼ିତ ରହିଛନ୍ତି । ରାଜନଗର ଅଂଚଳରେ ଏହି ତିନି ପ୍ରାର୍ଥୀଙ୍କର ବ୍ୟାପକ ଲୋକ ସଂପର୍କ ରହିଛି । ତଥାପି ଏଠାରେ କଂଗ୍ରେସ ଓ ବିଜେଡ଼ି ମଧ୍ୟରେ ଲଢେଇ ହେବ ବୋଲି ରାଜନୀତିକ ସମୀକ୍ଷକ ମାନନେ ମତ ଦେଉଛନ୍ତି ।

Leave a Reply

Your email address will not be published.